Maharashtra Politics: ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦିଆଯାଇଥିଲା ପ୍ରତିଶୃତି? ସ୍ପଷ୍ଟ ଜବାବ ରଖିଲେ ଅମିତ ଶାହ
Advertisement
Article Detail0/zeeodisha/odisha1337365

Maharashtra Politics: ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦିଆଯାଇଥିଲା ପ୍ରତିଶୃତି? ସ୍ପଷ୍ଟ ଜବାବ ରଖିଲେ ଅମିତ ଶାହ

Maharashtra Politics: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଶିବସେନା  ଛୋଟ ହେବାର କାରଣ ହେଉଛନ୍ତି ନିଜେ ଉଦ୍ଧବ ଠାକରେ। ତାଙ୍କର କ୍ଷମତା ପ୍ରତି ଲୋଭ ରହିଛି। ବିଜେପି କ୍ଷମତା ପାଇଁ ଲୋଭାସକ୍ତ ନୁହେଁ। 

Maharashtra Politics: ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦିଆଯାଇଥିଲା ପ୍ରତିଶୃତି? ସ୍ପଷ୍ଟ ଜବାବ ରଖିଲେ ଅମିତ ଶାହ

Amit Shah on Uddhav Thackeray: ପୂ୍ର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ ବିରୋଧରେ ପ୍ରତାରଣା କରିଥିବାର ଅଭିଯୋଗ କରିଛନ୍ତି ସେ। ଯେଉଁମାନେ ରାଜନୀତିରେ ପ୍ରତାରଣା କରୁଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବା ଆବଶ୍ୟକ। ମୁଁ ପୁଣିଥରେ କହିବାକୁ ଚାହେଁ ଯେ, ଆମେ କେବେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ଉଦ୍ଧବ ଠାକରେଙ୍କୁ ପ୍ରତିଶୃତି ଦେଇନାହୁଁ। ଆମେ ଏପରି ଲୋକ ନୁହଁ ଯିଏ ବନ୍ଦ କୋଠରୀରେ ରାଜନୀତି କରେ। ଆମେ ଖୋଲାଖୋଲି ଛାତି ପିଟି ରାଜନୀତି କରିଥାଉ। 

ସେପ୍ଟମ୍ବର ୫ ତାରିଖ ସୋମବାର ମୁମ୍ବାଇ ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Ministe Amit Shah)। ଏହି ଅବସରରେ ଲାଲ ବାଗ ରାଜା ଗଣପତିଙ୍କ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶାହ ମହାରାଷ୍ଟ୍ର ବିଜେପି (Maharashtra BJP Unit) ବିଧାୟକ ଏବଂ ସାଂସଦ ତଥା ଦଳର ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିଛନ୍ତି। 

ଏହି ବୈଠକକୁ  ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଶିବସେନା (ShivSena) ଛୋଟ ହେବାର କାରଣ ହେଉଛନ୍ତି ନିଜେ ଉଦ୍ଧବ ଠାକରେ (Uddhav Thackeray)। ତାଙ୍କର କ୍ଷମତା ପ୍ରତି ଲୋଭ ରହିଛି। ବିଜେପି କ୍ଷମତା ପାଇଁ ଲୋଭାସକ୍ତ ନୁହେଁ। ଉଦ୍ଧବ ଠାକେରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶାହ ତାଙ୍କ ବିରୋଧରେ ପ୍ରତାରଣା କରିଥିବାର ଅଭିଯୋଗ ଆଣିଛନ୍ତି। ଏନେଇ ସେ କହିଛନ୍ତି ଯେ, ଯେଉଁମାନେ ରାଜନୀତିରେ ପ୍ରତାରଣା କରୁଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବା ଆବଶ୍ୟକ। ମୁଁ ପୁଣିଥରେ କହିବାକୁ ଚାହେଁ ଯେ, ଆମେ କେବେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ଉଦ୍ଧବ ଠାକରେଙ୍କୁ ପ୍ରତିଶୃତି ଦେଇନାହୁଁ। ଆମେ ଏପରି ଲୋକ ନୁହଁ ଯିଏ ବନ୍ଦ କୋଠରୀରେ ରାଜନୀତି କରେ। ଆମେ ଖୋଲାଖୋଲି ଛାତି ପିଟି ରାଜନୀତି କରିଥାଉ। 

Also Read: 'ଯଦି ଅମିତ ଶାହ ତାଙ୍କ କଥା ରଖିଥାନ୍ତେ ତାହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଥାନ୍ତା ବିଜେପି'

ଗତ ଜୁନ ମାସରେ ଦଳରେ ହୋଇଥିବା ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ ଅଧ୍ୟକ୍ଷ ଉଦ୍ଧବ ଠାକେର। ଆଉ ଗାଦିଚ୍ୟୁତ ହୋଇଥିଲା ଶିବେସନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର। ଏହା ପରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବିଜେପି ସମର୍ଥନରେ ସରକାର ଗଠନ କରିଥିଲା। କ୍ଷମତା ହରାଇବା ପରେ ଶିବେସନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଦୀର୍ଘ ଦିନର ମେଣ୍ଟ ସହଯୋଗୀ ବିଜେପି ବିରୋଧରେ ବର୍ଷିଥିଲେ। ସେ ଦାବି କରିଛନ୍ତି ଯେ ବିଜେପି ତାଙ୍କୁ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ପ୍ରତିଶୃତି ଦେଇଥିଲା। ହେଲେ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବିଜେପି, ଶିବସେନା ସହ ବିଶ୍ୱାସଘାତକତା କରିଥିଲେ।

Also Read: 'ଶିବସେନା ହେଉଛି କ୍ଷମତା ଲୋଭୀ,ମୁଖ୍ୟମନ୍ତ୍ରୀ ପଦ ପାଇଁ ହିନ୍ଦୁତ୍ୱ ସହ କରିଛି ଆପୋଷ ବୁଝାମଣା'

ମୁମ୍ବାଇ ମହାନଗର ନିଗମ ନିର୍ବାଚନ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ନିର୍ବାଚନରେ ​ବିଜେପି ବିଜୟ ହାସଲ କରିବା ନେଇ ପୂର୍ବାନୁମାନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ବିଜେପି ଏବଂ ମୂଳ ଶିବସେନା ମେଣ୍ଟ ଏହି ନିର୍ବାଚନରେ ୧୫୦ ଆସନ ଜିତିବ। ଜନସାଧାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ସହ ଅଛନ୍ତି। ବିଚାରଧାରାକୁ ଧୋଖା ଦେଉଥିବା ଉଦ୍ଧବ ଠାକେରଙ୍କ ଦଳ ସହ ନାହାଁନ୍ତି। ଉଦ୍ଧବ ଠାକେର କେବଳ ବିଜେପି ପ୍ରତି ବିଶ୍ୱାସଘାତକତା କରିନାହାଁନ୍ତି ବରଂ ସେ ତାଙ୍କ ଦଳର ଆଦର୍ଶ ପ୍ରତି ବିଶ୍ୱାସଘାତକତା କରିବାକୁ ପଛେଇ ନାହାଁନ୍ତି। ସେ ମହାରାଷ୍ଟ୍ରବାସୀଙ୍କ ଜନାଦେଶକୁ ମଧ୍ୟ ଅପମାନିତ କରିଛନ୍ତି। ମୁମ୍ବାଇ ନଗର ନିଗମ ନିର୍ବାଚନରେ ​​ବିଜେପି ଏବଂ ଏହାର ସହଯୋଗୀଙ୍କୁ ଶିବସେନାକୁ ପୋଛିବାକୁ ହେବ।