Maharashtra Political Crisis: ଏନେଇ ଟ୍ୱିଟ କରି ସେ କହିଛନ୍ତି କେବେ ଯାଏଁ ଗୌହାଟିରେ ଆତ୍ମଗୋପନ କରିବ। ହେଲେ ଏଠାକୁ (ମହାରାଷ୍ଟ୍ର) ଆସିବାକୁ ହେବ।
Trending Photos
Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଦଳର ବିଦ୍ରୋହୀ ବିଧାୟକ ଗୋଷ୍ଠୀଙ୍କୁ ଚେତାବନୀ ଦେଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଏନେଇ ସେ ବିଦ୍ରୋହୀ ବିଧାୟକଙ୍କ ଉଦ୍ଦେଶ୍ୟରେ କହିଛନ୍ତି କେବେ ଯାଏଁ ଗୌହାଟିରେ ଆତ୍ମଗୋପନ କରିବ।
ଏନେଇ ଟ୍ୱିଟ କରି ସେ କହିଛନ୍ତି କେବେ ଯାଏଁ ଗୌହାଟିରେ ଆତ୍ମଗୋପନ କରିବ। ହେଲେ ଏଠାକୁ (ମହାରାଷ୍ଟ୍ର) ଆସିବାକୁ ହେବ। ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ଶନିବାର ଏକ ବଡ଼ ଦାବି କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଏନେଇ ସେ କହିଛନ୍ତି ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ବିଦ୍ରୋହୀ ମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ନିଜର ପଦ ହରାଇବେ।
ଶନିବାର ସନ୍ଧ୍ୟାରେ ଏକ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ସେମାନଙ୍କୁ ହଟାଇବା ପ୍ରକ୍ରିୟା ଜାରି ରହିଛି। ଗୁଲାବରାଓ ପାଟିଲ, ଦାଦା ଭୁସେ, ସନ୍ଦିପାନ୍ ଭୁମେରଙ୍କ ପରି ମନ୍ତ୍ରୀଙ୍କୁ କେବେ ବିଶ୍ୱସ୍ତ ଶିବସେନା କର୍ମକର୍ତ୍ତା ଭାବେ ବିବେଚିତ ହୋଇଥିଲେ ଯାହାଙ୍କୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହବିକାଶ ଅଘାଡ଼ି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିଲା। ଦଳ ସେମାନଙ୍କୁ ଅନେକ କିଛି ଦେଇଛି। ସେମାନେ ଭୁଲ ରାସ୍ତା ଆପଣାଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସେମାନେ ନିଜର ମନ୍ତ୍ରୀ ପଦ ହରାଇବେ।
ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ଅନ୍ୟ ମନ୍ତ୍ରୀ ହେଉଛନ୍ତି ଶମ୍ଭୁରଜ ଦେଶାଇ, ଅବଦୁଲ ସତ୍ତାର ଏବଂ ବଚ୍ଚୁ କଡ୍ଡୁ। ମନ୍ତ୍ରୀ ବଚ୍ଚୁ କଡ୍ଡୁ ହେଉଛି ପ୍ରହାର ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଯିଏ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାରର ଏକ ଅଂଶ। ଯେତେବେଳେ ଶିବସେନା-ବିଜେପି ମଧ୍ୟରେ ମେଣ୍ଟ ରହିଥିଲେ ସେତେବେଳେ ଦୁଇ ଦଳ ପାଖରେ ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟାୟକ୍ରମେ ରହିବ ନେଇ ବୁଝାମଣା ହୋଇଥିଲା। ମୁଖ୍ୟମନ୍ତ୍ର ପଦ ପାଇଁ ଉଦ୍ଧବ ଠାକେରଙ୍କ ମନରେ ଏକନାଥ ସିନ୍ଦେଙ୍କ ନାଁ ରହିଥିଲା ବୋଲି ଦାବି କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।
ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ କ୍ରମାଗତ ଭାବେ ବୟାନ ଦେବାରେ ଲାଗିଛନ୍ତି। ଶନିବାର ଦିନ ସେ କହିଛନ୍ତି ଶିବସେନା ରାଜ୍ୟ ତଥା ଦେଶରେ ଏକ ବହୁତ ବଡ ଦଳ। ଦଳକୁ କେହି ସହଜରେ ହାଇଜାକ କରିପାରିବେ ନାହିଁ। ଏକନାଥ ସିନ୍ଦେଙ୍କ ବିଷୟରେ ସେ କହିଛନ୍ତି ଯେ କେବଳ ଟଙ୍କା ଦଳ କିଣି ପାରିବ ନାହିଁ। ବର୍ତ୍ତମାନ ଉପସ୍ଥିତ ଥିବା ସଙ୍କଟକୁ ଆମେ ଏକ ସଙ୍କଟ ଭାବରେ ବିବେଚନା କରୁନାହୁଁ।
ବିଦ୍ରୋହୀ ବିଧାୟକଙ୍କୁ ଇସାରା ଇସାରାରେ ଧମକ ଦେଇ ସେ କହିଛନ୍ତି ଶିବ ସୈନିକ ଧର୍ଯ୍ୟ ରଖିଛନ୍ତି। ନଚେତ୍ ସହର ସହରରେ ନିଆଁ ଲାଗିଯିବ। ମୁଁ ଆପଣଙ୍କୁ ଫେରି ଆସିବାକୁ କହୁଛି। ଏକନାଥ ସିନ୍ଦେ ଗୋଷ୍ଠୀ ପ୍ରସଙ୍ଗରେ ସଞ୍ଜୟ ରାଉତ କହିଛନ୍ତି ଯେ ସେମାନେ ଯାହା ଦାବି କରୁଛନ୍ତି ତାହା କରନ୍ତୁ। ସଂଖ୍ୟା ବଳରେ କିଏ କେତେ ବଳୀୟାନ ତାହା ବିଧାନସଭାରେ ହେବାକୁ ଯାଉଥିବା ବହୁମତ ପରୀକ୍ଷାରେ ଜଣାପଡ଼ିବ। ଦଳ ଆମ ରକ୍ତରେ ତିଆରି ହୋଇଛି ଏହାକୁ କେହି ହାଇଜାକ କରିପାରିବେ ନାହିଁ। ଟଙ୍କା ଆଧାରରେ ଦଳକୁ ଶେଷ କରିହେବ ନାହିଁ। ଆମେ ପୁନର୍ବାର ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ଫେରି ଆସନ୍ତୁ। ଆପଣ ମହାରାଷ୍ଟ୍ର ବାହାରେ ଅଛନ୍ତି। ଶିବ ସୈନିକ ବର୍ତ୍ତମାନ ରାସ୍ତାକୁ ଓହ୍ଲାଇ ନାହାଁନ୍ତି। ଯଦି ସେମାନେ ଓହ୍ଲାନ୍ତି ତାହେଲେ ନିଆଁ ଲାଗିଯିବ।
Also Read: Maharashtra Political Crisis: ୨୪ ଘଣ୍ଟା ମଧ୍ୟରେ ପଦ ହରାଇବେ ବିଦ୍ରୋହୀ ମନ୍ତ୍ରୀ