Lok Sabha Elections 2024: ନିର୍ବାଚନ ଆଚରଣ ବିଧି ନିୟମ କ'ଣ; ଏହା ଲାଗୁ ହେବା ଦ୍ୱାରା କେଉଁ ସବୁ ପରିବର୍ତ୍ତନ ହୋଇଥାଏ?
Advertisement
Article Detail0/zeeodisha/odisha2157986

Lok Sabha Elections 2024: ନିର୍ବାଚନ ଆଚରଣ ବିଧି ନିୟମ କ'ଣ; ଏହା ଲାଗୁ ହେବା ଦ୍ୱାରା କେଉଁ ସବୁ ପରିବର୍ତ୍ତନ ହୋଇଥାଏ?

Model Code of Conduct: ଲୋକସଭା ନିର୍ବାଚନ ୨୦୨୪ ପାଇଁ ମାର୍ଚ୍ଚ ୧୬ ତାରିଖ ଶନିବାର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ଏହା ସହିତ ତତ୍କାଳ ପ୍ରଭାବରେ  ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ।

Lok Sabha Elections 2024: ନିର୍ବାଚନ ଆଚରଣ ବିଧି ନିୟମ କ'ଣ; ଏହା ଲାଗୁ ହେବା ଦ୍ୱାରା କେଉଁ ସବୁ ପରିବର୍ତ୍ତନ ହୋଇଥାଏ?

Election Commission of India: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ ତାରିଖ ଶନିବାର ତାରିଖ ଘୋଷଣା। ଶନିବାର ଲୋକସଭା ସହ ଦେଶର କେତେକ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ। ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ କରିବାକୁ ଘୋଷଣା କରିବେ। ନିର୍ବାଚନ ଆଚରଣ ବିଧି ଅର୍ଥ ହେଉଛି ରାଜନୈତିକ ଦଳ ଏବଂ ଏହାର ଦଳୀୟ ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ନିର୍ଦ୍ଦେଶାବଳୀ। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଆଦର୍ଶ ଆଚରଣ ସଂହିତା ବଳବତ୍ତର ରହିଛି। ଭାରତୀୟ ସମ୍ବିଧାନରେ ଏ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ଦେଶରେ ନିର୍ବାଚନ ବେଳେ ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ କରିବା ପ୍ରକ୍ରିୟା ପୂର୍ବତନ ନିର୍ବାଚନ କମିଶନର ଟି.ଏନ ଶେଷନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ନିର୍ବାଚନ ଆଚରଣ ବିଧି ଅଧିନରେ ଏପରି କିଛି ନିୟମ ଅଛି ଯାହାକୁ ରାଜନୈତିକ ଦଳ କିମ୍ବା ଏହାର ଦଳୀୟ ପ୍ରାର୍ଥୀଙ୍କ ମାନିବାକୁ ହୋଇଥାଏ। ଯଦି ସେମାନେ ଏହାକୁ ଉଂଲଘନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି।

ନିର୍ବାଚନ ଆଚରଣ ବିଧି କ'ଣ? 
ନିର୍ବାଚନ ଆଚରଣ ବିଧି ହେଉଛି ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିର୍ଦ୍ଦେଶାବଳୀ। ଯାହା ଦ୍ୱାରା ମୁକ୍ତ ଏବଂ ଅବାଧ ନିର୍ବାଚନ ଅନୁଷ୍ଠିତ କରାଯାଇ ପାରିବ। ନିର୍ବାଚନ ଆଚରଣ ବିଧି ୮ ଭାଗରେ ବିଭକ୍ତ ହୋଇଥାଏ। ନିର୍ବାଚନ ଆୟୋଗ ୱେବସାଇଟ ଠାରେ ଉପଲବ୍ଧ ସୂଚନା ଅନୁଯାୟୀ ନିର୍ବାଚନ ଆଚରଣ ବିଧି ରାଜନୈତିକ ଦଳ ଏବଂ ଏହାର ଦଳୀୟ ପ୍ରାର୍ଥୀଙ୍କ ମାର୍ଗଦର୍ଶନ ପାଇଁ ଜାରି ହୋଇଥାଏ। ଯେଉଁଥିରେ ସାଧାରଣ ଆଚରଣ, ବୈଠକ ଏବଂ ପ୍ରକ୍ରିୟା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ରହିଛି। ନିର୍ବାଚନ ଇସ୍ତାହାରରେ କ'ଣ କରାଯାଇ ପାରିବ ସେ ସମ୍ବନ୍ଧରେ ମଧ୍ୟ ନିୟମ ରହିଛି। ନିର୍ବାଚନ ଆଚରଣ ବିଧି ଆଇନଗତ ଭାବେ ପ୍ରଭାବଶାଳୀ ନୁହେଁ। ହେଲେ ଜନ ପ୍ରତିନିଧି ଆଇନ ବଳରେ ନିର୍ବାଚନ ଆୟୋଗ ଏହାକୁ କାର୍ଯ୍ୟକାରୀ କରିବା ସମ୍ପର୍କିତ କ୍ଷମତା ପାଇଥାନ୍ତି। ନିର୍ବାଚନ ଆଚରଣ ବିଧିର ଭୌଗୋଳିକ ପରିସର ହେଉଛି ସମଗ୍ର ନିର୍ବାଚନମଣ୍ଡଳୀ ପାଇଁ ଲାଗୁ ହୋଇଥାଏ।

ନିର୍ବାଚନ ଆଚରଣ ବିଧି: ଶାସକ ଦଳ ପାଇଁ ରହିଥିବା ପ୍ରମୁଖ ନିୟମ

  • ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ମାତ୍ରେ ସରକାର କୌଣସି ଲାଭଦାୟକ ଘୋଷଣା କରିପାରିବେ ନାହିଁ। ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ।
  • ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ବେଳେ କୌଣସି ନୂତନ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ। ମନ୍ତ୍ରୀଙ୍କ ଦ୍ୱାରା ନିର୍ବାଚନ କାର୍ଯ୍ୟ ପାଇଁ ସରକାରୀ କଳର ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଥାଏ।
  • ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ସମୟରେ ସରକାର କୌଣସି ପ୍ରକାର ଆର୍ଥିକ ଅନୁଦାନ ଦେଇପାରିବେ ନାହିଁ। ରାସ୍ତାଘାଟ କିମ୍ବା ଅନ୍ୟାନ୍ୟ ସୁବିଧା ପାଇଁ ପ୍ରତିଶୃତି ଦେଇପାରିବେ ନାହିଁ।
  • ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଚାଲିଥିବା ବିକାଶ କାର୍ଯ୍ୟ ଏବଂ ଯୋଜନା ବନ୍ଦ ହେବ ନାହିଁ। ମାତ୍ର ନିର୍ବାଚନ ପ୍ରଚାର ସମୟରେ ଏହାକୁ ଲୋକଙ୍କୁ ଆକର୍ଷିତ କରିବା ବେଳେ ବହୁଳ ମାତ୍ରାରେ ବ୍ୟବହାର କରିପାରିବେ ନାହିଁ।
  • ନିର୍ବାଚନ ସହିତ ପ୍ରତ୍ୟକ୍ଷ/ପରୋକ୍ଷ ଭାବେ ସରକାରୀ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ଉପରେ ଏକ ନିଷେଧାଦେଶ ଜାରି ହୋଇଯାଏ। ଆବଶ୍ୟକ ହେଲେ ନିର୍ବାଚନ ଆୟୋଗ ଅନୁମତି ନେଇ ରିହାତି ନିଆଯାଇପାରେ।
  • ଶାସକ ଦଳର ସଫଳତା ବିଷୟରେ ବିଜ୍ଞାପନ ସରକାରୀ ଖର୍ଚ୍ଚରେ କରାଯାଇ ପାରିବ ନାହିଁ। ସାଂସଦ ପାଣ୍ଠିରୁ ନୂତନ ପାଣ୍ଠିରୁ ଆର୍ଥିକ ସହୟତା ଜାରି ହୋଇପାରିବ ନାହିଁ। ସରକାରଙ୍କ ସହ ଯୋଡ଼ି ହୋଇଥିବା ଆର୍ଥିକ ପ୍ରତିଷ୍ଠାନ କାହାର ଋଣ ଛାଡ଼ କରିପାରିବେ ନାହିଁ।

ନିର୍ବାଚନ ଆଚରଣ ବିଧି: ରାଜନୈତିକ ଦଳ ଏବଂ ଏହାର ପ୍ରାର୍ଥୀଙ୍କ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶ

  • କୌଣସି ଦଳ କିମ୍ବା ପ୍ରାର୍ଥୀ ସେପରି କୌଣସି କାର୍ଯ୍ୟକଳାପରେ ସମ୍ପୃକ୍ତ ରହିପାରିବେ ନାହିଁ ଯାହା ଧର୍ମ, ସମ୍ପ୍ରଦାୟ, ଜାତି କିମ୍ବା ଭାଷା ଆଧାରରେ ଉତ୍ତେଜନା ସୃଷ୍ଟି କରିବ।
  • ଅନ୍ୟ ରାଜନୈତିକ ଦଳ/ପ୍ରାର୍ଥୀଙ୍କୁ ସମାଲୋଚନା କରିବା ସମୟରେ ସମ୍ମାନ ରକ୍ଷା କରାଯିବା ଆବଶ୍ୟକ। ବ୍ୟକ୍ତିଗତ ଜୀବନକୁ ସମାଲୋଚନା କରାଯାଇ ପାରିବ ନାହିଁ।
  • ଧର୍ମ/ଜାତି ନାମରେ ଭୋଟ୍ ମାଗିପାରିବେ ନାହିଁ ରାଜନୈତିକ ଦଳ ଏବଂ ଏହାର ପ୍ରାର୍ଥୀ। ନିର୍ବାଚନ ପ୍ରଚାର ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ କିମ୍ବା ଅନ୍ୟାନ୍ୟ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବ୍ୟବହାର କରାଯାଇ ପାରିବ ନାହିଁ।
  • ଭୋଟ୍ ମାଗିବା କିମ୍ବା ଭୋଟ୍ କେନ୍ଦ୍ରକୁ ଆଣିବା ପାଇଁ ଲୋକଙ୍କ ଲାଗି ଗାଡ଼ି ମଟର ବ୍ୟବସ୍ଥା କରିବା ଭଳି ଦୁର୍ନୀତିଗ୍ରସ୍ତ କାର୍ଯ୍ୟକଳାପରୁ ଦୂରରେ ରହିବେ ରାଜନୈତିକ ଦଳ ଏବଂ ଏହାର ପ୍ରାର୍ଥୀ।
  • ରାଜନୈତିକ ଦଳ ଏବଂ ଏହାର ପ୍ରାର୍ଥୀଙ୍କ ଦ୍ୱାରା ଶୋଭାଯାତ୍ରା କିମ୍ବା ରାଲି ଏପରି ଭାବେ ଆୟୋଜନ କରାଯିବା ଆବଶ୍ୟକ ଯେ ଯେପରି ଅନ୍ୟ ଦଳ କିମ୍ବା ଏହାର ପ୍ରାର୍ଥୀଙ୍କୁ କୌଣସି ସମସ୍ୟାର ସାମ୍ନା କରିବେ ନାହିଁ। ଗୋଟିଏ ଦଳର ପୋଷ୍ଟର ଅନ୍ୟ ଦଳ ଦ୍ୱାରା ହଟାଯାଇ ପାରିବ ନାହିଁ।
  • ସାଧାରଣ ସଭା ଏବଂ ଶୋଭାଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନକୁ ପୂର୍ବ ସୂଚନା ଦେବା ସହ ଅନୁମତି ନେବାକୁ ହେବ।
  • ମତଦାନ ହେବାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯିବ।

ରାଜନୈତିକ ଦଳର ସହମତିରେ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ ହୋଇଥାଏ।