Election Commission: ଅଖିଲେଶ ଯାଦବଙ୍କ ଲାଗି ବଢିଲା ଅଡୁଆ, ନୋଟିସ ଜାରି କଲା ECI
Advertisement
Article Detail0/zeeodisha/odisha1413603

Election Commission: ଅଖିଲେଶ ଯାଦବଙ୍କ ଲାଗି ବଢିଲା ଅଡୁଆ, ନୋଟିସ ଜାରି କଲା ECI

Election Commission: ନିର୍ବାଚନ ଆୟୋଗ ସୂତ୍ର ଅନୁସାରେ ଭୋଟର ତାଲିକାରେ କାହାର ନାଁ ଯୋଡିବା କିମ୍ବା ହଟାଇବା ପାଇଁ ନିୟମ ରହିଛି। ଏହି ନିୟମକୁ ପାଳନ ମତଦାତା ତାଲିକାକୁ କାହାର ନାଁ ମତଦାତା ତାଲିକାରେ ନୂତନ ନାମ ଯୋଡା ଯାଇଥାଏ କିମ୍ବା ହଟାଯାଇଥାଏ।

Election Commission: ଅଖିଲେଶ ଯାଦବଙ୍କ ଲାଗି ବଢିଲା ଅଡୁଆ, ନୋଟିସ ଜାରି କଲା ECI

ECI Notice to Akhilesh Yadav: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଲାଗି ବଢିଛି ଅଡୁଆ। ଭୋଟର ତାଲିକା ସହ ଜଡ଼ିତ ମାମଲାରେ ଅଖିଲେଶ ଯାଦବଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ। ଅକ୍ଟୋବର ୨୭ ତାରିଖ ଗୁରୁବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କୁ ଏହି ନୋଟିସ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରେ ନିର୍ବାଚନ ଆୟୋଗ ବିରୋଧରେ ଏକ ଅଭିଯୋଗ କରିଥଲେ ସମାଜବାଦୀ ପାର୍ଟି ମୁଖ୍ୟ। ଅଭିଯୋଗ ଆଣି ଅଖିଳେଶ ଯାଦବ କହିଥିଲେ ଯେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ବିଧାନସଭାରେ ପ୍ରାୟ ୨୦ ହଜାର ମୁସଲମାନ ଏବଂ ଯାଦବ ମତଦାତାଙ୍କ ଭୋଟ କାଟି ଦେଇଛନ୍ତି।  

ଏହି ମାମଲାରେ ୧୦ ନଭେମ୍ବର ସୁଦ୍ଧା ପ୍ରମାଣ ଏବଂ ଦଲିଲ ସହିତ ଅଖିଳେଶ ଯାଦବଙ୍କ (Akhilesh Yadav) ଅଭିଯୋଗ ଉପରେ ଜବାବ ମାଗିଛନ୍ତି ନିର୍ବାଚନ ଆୟୋଗ (Election Commission)। କେନ୍ଦ୍ରୀୟ ନିର୍ବାଚନ ଆୟୋଗ (Central Election Commission) କହିଛନ୍ତି ଯେ ଯଦି ଅଖିଳେଶ ଯାଦବଙ୍କ ପାଖରେ ଏପରି କୌଣସି ତଥ୍ୟ ରହିଛି, ତାହେଲେ କେଉଁ ବିଧାନସଭାରୁ (Assembly Constituency) କେତେ ମତଦାତଙ୍କ (Voter) ନାଁ କଟାଯାଇଛି ସେ ସମ୍ପର୍କରେ ସେ କ୍ରମାଗତ ଭାବରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରନ୍ତୁ। 

Also Read: UP Election 2022: ଦଳ କାହିଁକି ହାରିଲା ନିର୍ବାଚନ? କାରଣ କହିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ

ଗତ ସେପ୍ଟମ୍ବର ମାସରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ (Uttar Pradesh Capital Lucknow) ଠାରେ ଆୟୋଜିତ ହୋଇଥିଲା ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧିବେଶନ (Samajwadi Party National Convention)। ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାଙ୍କୁ (Samajwadi Party Worker) ସମ୍ବୋଧିତ କରି ଅଖିଳେଶ ଯାଦବ କହିଥିଲେ ଯେ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ​​ଯାଦବ ଏବଂ ମୁସଲମାନଙ୍କ ୨୦ ହଜାର ଭୋଟ (Yadav and Muslim Voter) ପ୍ରତ୍ୟେକ ଆସନରୁ ହଟାଯାଇଥିଲା। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ (BJP Govt) ଟାର୍ଗେଟ କରି ସେ କହିଛନ୍ତି ଯେ ସମଗ୍ର ସରକାରୀ ତନ୍ତ୍ର ମିଶିଯାଇଛି। ନିର୍ବାଚନରେ ​​ସମାଜବାଦୀ ପାର୍ଟି ବିଜୟକୁ ବିଜେପି ଖାତାରେ ରଖାଯାଇଛି।

ମୁଁ ପୂର୍ବରୁ କହିସାରିଛି ଏବଂ ଏବେ ପୁଣି ଥରେ କହୁଛି ଯାଞ୍ଚ କରି ଦେଖିନ୍ତୁ ୨୦-୨୦ ହଜାର ଭୋଟ ଉଡାଇ ଦିଆଯାଇଛି। ଅନେକ ମତଦାତଙ୍କ ନାମ କାଟି ଦିଆଯାଇଛି। ଅନେକ ଲୋକଙ୍କ ବୁଥ୍ (Polling Booth) ପରିବର୍ତ୍ତନ କରାଯାଇଛି। ମତଦାତଙ୍କୁ ଗୋଟିଏ ମତଦାନ କେନ୍ଦ୍ରରୁ ଅନ୍ୟ ଏକ ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଉତ୍ତର ପ୍ରଦେଶରେ ଗଠିତ ହୋଇଥିବା ସରକାର ଲୋକଙ୍କ ଦ୍ୱାରା ଗଠିତ ନୁହେଁ। ଏହି ସରକାରକୁ ଛଡ଼ାଇ ନିଆଯାଇଛି। ରାଜ୍ୟରେ ସରକାରୀ କଳକୁ ଲଗାଇ ଲୋକଙ୍କ ଦ୍ୱାରା ଗଠିତ ସରକାରକୁ ଛଡ଼ାଇ ନିଆଯାଇଛି।

Also Read: UP ନିର୍ବାଚନରେ କାହିଁକି ହାରିଲା ଦଳ? କାରଣ କହିଲେ ଅଖିଲେଶ ଯାଦବ

ନିର୍ବାଚନ ଆୟୋଗ ସୂତ୍ର ଅନୁସାରେ ଭୋଟର ତାଲିକାରେ (Voter List) କାହାର ନାଁ ଯୋଡିବା କିମ୍ବା ହଟାଇବା ପାଇଁ ନିୟମ ରହିଛି। ଏହି ନିୟମକୁ ପାଳନ ମତଦାତା ତାଲିକାକୁ କାହାର ନାଁ ମତଦାତା ତାଲିକାରେ ନୂତନ ନାମ ଯୋଡା ଯାଇଥାଏ କିମ୍ବା ହଟା ଯାଇଥାଏ। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ମୁତାବକ ପ୍ରତ୍ୟେକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଭୋଟର ତାଲିକା ବାବଦରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଥାଏ। ଯଦି କୌଣସି ରାଜନୈତିକ ଦଳ କୌଣସି ପ୍ରକାର ତ୍ରୁଟି ଭୋଟର ତାଲିକାରୁ ବାହାର କରନ୍ତି, ତାହେଲେ ନିର୍ବାଚନ ଆୟୋଗ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି।