Election commission: ବିଜେପି ଆୟରେ ବଣ୍ଡ୍‍ କମ ଦାନ ଅଧିକ, କଂଗ୍ରେସକୁ ୧୭୦% ଅଧିକ ଟଙ୍କା
Advertisement
Article Detail0/zeeodisha/odisha2620048

Election commission: ବିଜେପି ଆୟରେ ବଣ୍ଡ୍‍ କମ ଦାନ ଅଧିକ, କଂଗ୍ରେସକୁ ୧୭୦% ଅଧିକ ଟଙ୍କା


Election commission(ଭୁବନେଶ୍ୱର): ଭାରତର ନିର୍ବାଚନ କମିଶନ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବିଭିନ୍ନ ରାଜନୀତିକ ଦଳ ଦାଖଲ କରିଥିବା ଆୟ-ବ୍ୟୟ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଏହି-କ୍ରମରେ ଦେଶର ଦୁଇ ସର୍ବୋଚ୍ଚ ପାର୍ଟି ବିଜେପି ଓ କଂଗ୍ରେସର ଆୟ ଅନେକ ଗୁଣା ବୃଦ୍ଧି ପାଇଥିବା ଦର୍ଶାଯାଇଛି।

Election commission: ବିଜେପି ଆୟରେ ବଣ୍ଡ୍‍ କମ ଦାନ ଅଧିକ, କଂଗ୍ରେସକୁ ୧୭୦% ଅଧିକ ଟଙ୍କା

Election commission(ଭୁବନେଶ୍ୱର): ଭାରତର ନିର୍ବାଚନ କମିଶନ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବିଭିନ୍ନ ରାଜନୀତିକ ଦଳ ଦାଖଲ କରିଥିବା ଆୟ-ବ୍ୟୟ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଏହି-କ୍ରମରେ ଦେଶର ଦୁଇ ସର୍ବୋଚ୍ଚ ପାର୍ଟି ବିଜେପି ଓ କଂଗ୍ରେସର ଆୟ ଅନେକ ଗୁଣା ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଏପରିକି ବିଜେପିର ଆୟରେ ୮୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କଂଗ୍ରେସ ପୂର୍ବ ବର୍ଷ ଅପେକ୍ଷା ୧୭୦% ଅଧିକ ଆୟ କରିଛନ୍ତି। ପୁଣି ଏହି ରୋଜଗାରର ଅଂଶଗୁଡ଼ିକୁ ଦେଖିଲେ ଜଣାଯାଏ ଯେ, ପୂର୍ବ ବର୍ଷ ତୁଳନାରେ ବିଜେପି ଇଲେକ୍ଟୋରାଲ୍‍ ବଣ୍ଡ ମାଧ୍ୟମରେ ଆୟ କମିଥିବା ବେଳେ କଂଗ୍ରେସର ରୋଜଗାର ବଢ଼ିଛି।
 
ନିର୍ବାଚନ କମିଶନଙ୍କ ବାର୍ଷିକ ବିବରଣୀରେ ଦର୍ଶାଯାଇଛି ଯେ, ବିଜେପିର ବାର୍ଷିକ ଆୟରେ ୮୩ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୨-୨୩ ରେ ଯେଉଁ ଆୟ ୨୩୬୦ କୋଟି ଟଙ୍କା ଥିଲା ସେଥିରେ ପ୍ରାୟ ୧୯୮୦ କୋଟି ଟଙ୍କା ଯୋଡ଼ି ହୋଇ ସମୁଦାୟ ଆୟ ୪୩୪୦ କୋଟି ଟଙ୍କା ହୋଇଛି। ସେହିପରି, କଂଗ୍ରେସର ବାର୍ଷିକ ଆୟରେ ୧୭୦ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ କଂଗ୍ରେସ ସମୁଦାୟ ୪୫୨ କୋଟି ୪୦ ଲକ୍ଷ ଆୟ କରିଥିବା ବାର୍ଷିକ ବିବରଣୀରେ ଦର୍ଶାଇଥିବା ବେଳେ ୨୦୨୩-୨୪ରେ ଏହା ୧୧୨୨୫ କୋଟିରେ ପହଞ୍ଚିଛି। 

ଆୟର ଅଙ୍ଗକୁ ଅଧିକ ଅନୁଶୀଳନ କରିଲେ ଏହା ସ୍ପଷ୍ଟ ହୁଏ ଯେ, ଇଲେକ୍ଟୋରାଲ୍‍ ବଣ୍ଡରୁ କଂଗ୍ରେସ ଅଧିକ ଆୟ କରିଥିବା ବେଳେ ବିଭିନ୍ନ ଦାନ ସୂତ୍ରରେ ବିଜେପି ଅଧିକ ଆୟ କରିଛି। ଇଲେକ୍ଟୋରାଲ୍‍ ବଣ୍ଡ ଆୟକୁ ଦେଖିଲେ କଂଗ୍ରେସ ପୂର୍ବ ବର୍ଷ ତୁଳନାରେ ୩୮୪ ପ୍ରତିଶତ  ବୃଦ୍ଧି ହୋଇଛି। ଯାହା ୨୦୨୩ ଆର୍ଥିକ ବର୍ଷରେ ୧୭୧ କୋଟି ଥିଲା, ଏବେ ତାହା ୮୨୧୮ କୋଟି ୪୦ ଲକ୍ଷ ଟଙ୍କାରେ ପହଞ୍ଚିଛି। 

ବିଜେପି ଏହି ବର୍ଷ ଇଲେକ୍ଟୋରାଲ୍‍ ବଣ୍ଡ ଆକାରରେ ୧୬୮୫ କୋଟି ଟଙ୍କା ପାଇଛି। ଏହା ସମୁଦାୟ ଆୟର ୪୩ ପ୍ରତିଶତ।  ପୂର୍ବ ବର୍ଷ ପାର୍ଟି ୧୨୯୪ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡରୁ ଆୟ କରିଥିଲା।   ଅପରପକ୍ଷେ ଦଳର ସ୍ୱେଚ୍ଛାକୃତ ଆୟ ୨୦୨୨-୨୩ ଆର୍ଥିକ ବର୍ଷରେ ୨୧୨୦ କୋଟି ଟଙ୍କା ଥିବା ବେଳେ ଏବେ ତାହା ୩୯୬୭.୧୪ କୋଟିରେ ପହଞ୍ଚିଛି। 

ଫେବୃୟାରୀରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଇଲେକ୍ଟୋରାଲ୍‍ ବଣ୍ଡ ରଦ୍ଦ କରାଯିବା ପରେ ପାର୍ଟି ଗୁଡ଼ିକରେ ବିଭିନ୍ନ ସୂତ୍ରରେ ଦାନ ଗ୍ରହଣ ପୁଣିଥରେ ବୃଦ୍ଧି ପାଇଥିଲା।  କଂଗ୍ରେସ ଦାନରେ ୩୨୦ ପ୍ରତିଶତ ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।