HP Assembly Election: ବିଜେପି ନା କଂଗ୍ରେସ; ହିମାଚଳ ପ୍ରଦେଶରେ କିଏ କରିବ ସରକାର? ସର୍ଭେରୁ ହେଲା ବଡ ଖୁଲାସା
Advertisement
Article Detail0/zeeodisha/odisha1406721

HP Assembly Election: ବିଜେପି ନା କଂଗ୍ରେସ; ହିମାଚଳ ପ୍ରଦେଶରେ କିଏ କରିବ ସରକାର? ସର୍ଭେରୁ ହେଲା ବଡ ଖୁଲାସା

C-Voter Survey: ହିମାଚଳ ବିଧାନସଭା ନିର୍ବାଚନ ସମ୍ପର୍କରେ ସି-ଭୋଟର ଏକ ସର୍ଭେ କରିଛି । ଏହି ସର୍ଭେରେ ପ୍ରଶ୍ନ କରାଯାଇଥିଲା ଯେ ବିଜେପି ସରକାର ହିମାଚଳରେ କ୍ଷମତାକୁ ଫେରିପାରିବେ କି? ଏହି ସର୍ଭେରେ ଆଶ୍ଚଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି ।

ସୌ: ସୋସିଆଲ ମିଡିଆ

C-Voter Survey On Himachal Pradesh: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh assembly election) ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ନିର୍ବାଚନ ଆୟୋଗ (Election Commission) ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ସାରିଛନ୍ତି । ଏଥର ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ନଭେମ୍ବର ୧୨ ରେ ଅନୁଷ୍ଠିତ ହେଉଥିବାବେଳେ, ଏହାର ଫଳାଫଳ ଡିସେମ୍ବର ୮ ରେ ଘୋଷଣା କରାଯିବ । ଏହି ସମୟରେ ହିମାଚଳ ପ୍ରଦେଶରେ (Himachal Pradesh) ଏକ ଜବରଦସ୍ତ ନିର୍ବାଚନ ମାହୋଲ ରହିଛି । ଗୋଟିଏ ପଟେ ବିଜେପି (BJP) ପୁନର୍ବାର କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଥିବାବେଳେ, ଅନ୍ୟ ପଟେ କଂଗ୍ରେସ (Congress) ମଧ୍ୟ କ୍ଷମତାକୁ ଆସିବାର ସ୍ୱପ୍ନ ଦେଖୁଛି ।

ଏହି ଦୁଇ ଦଳ ମଧ୍ୟରେ ହିମାଚଳ ପ୍ରଦେଶରେ ଆମ୍ ଆଦମୀ ପାର୍ଟିର (Aam Aadmi Party) ସକ୍ରିୟତା ନୂତନ ନିର୍ବାଚନ ସମୀକରଣ ସୃଷ୍ଟି କରିବାକୁ ଚେଷ୍ଟା କରିବ । ଏହି ନିର୍ବାଚନ ସିଜିନ୍ ମଧ୍ୟରେ, ସି ଭୋଟର (C-Voter) ଏକ ସର୍ଭେ କରିଛି । ଏହି ସର୍ଭେରେ ହିମାଚଳ ପ୍ରଦେଶର ୧,୩୯୭ ଜଣ ଓ ଗୁଜରାଟର ୧,୨୧୬ ଜଣଙ୍କ ମତ ନିଆଯାଇଛି । ସର୍ଭେରେ ତ୍ରୁଟିର ମାର୍ଜିନ୍ ପ୍ଲସ୍ ମାଇନସ୍ ୩ ରୁ ପ୍ଲସ୍ ମାଇନସ୍ ୫ ପ୍ରତିଶତ ଅଟେ ।

ସର୍ଭେରେ ପ୍ରଶ୍ନ କରାଯାଇଥିଲା ଯେ ବିଜେପି ସରକାର ହିମାଚଳ ପ୍ରଦେଶରେ କ୍ଷମତାକୁ ଫେରିପାରିବେ କି? ଏହି ପ୍ରଶ୍ନର ଉତ୍ତରରେ ଅନେକ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି । ଏହି ସର୍ଭେରେ ୫୦ ପ୍ରତିଶତ ଲୋକ କହିଛନ୍ତି ଯେ ହିମାଚଳ ପ୍ରଦେଶରେ ବିଜେପି ସରକାର (BJP Govt) କ୍ଷମତାକୁ ଫେରିପାରିବ, କିନ୍ତୁ ୫୦ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଏଥର ବିଜେପିକୁ କ୍ଷମତାକୁ ଫେରିବା କଷ୍ଟକର ।

ହିମାଚଳ ପ୍ରଦେଶରେ ବିଜେପି ସରକାର କ୍ଷମତାକୁ ଫେରିପାରିବ କି?

ଉତ୍ସ- C ଭୋଟର 
୧. ହଁ- ୫୦% 
୨. ନା- ୫୦% 

ଏହି ସର୍ଭେ ସି-ଭୋଟର ଦ୍ୱାରା କରାଯାଇଛି । ଏହି ସର୍ଭେରେ ତ୍ରୁଟିର ମାର୍ଜିନ୍ ପ୍ଲସ୍ ମାଇନସ୍ ୩ ରୁ ପ୍ଲସ୍ ମାଇନସ୍ ୫ ପ୍ରତିଶତ ଅଟେ । ଲୋକଙ୍କ ସହିତ କରାଯାଇଥିବା ବାର୍ତ୍ତାଳାପ ଓ ସେମାନଙ୍କ ଦ୍ୱାରା ପ୍ରକାଶିତ ମତାମତ ଉପରେ ସର୍ଭେର ଫଳାଫଳ ସମ୍ପୂର୍ଣ୍ଣ ରୂପେ ଆଧାରିତ । ଜି ଓଡ଼ିଶା ନ୍ୟୁଜ ଏଥିପାଇଁ ଦାୟୀ ନୁହେଁ ।

ଏହା ବି ପଢ଼ନ୍ତୁ: Ragging Case: ରାଗିଂର ସବୁ ସୀମା ପାର! ପ୍ରାଇଭେଟ୍ ପାର୍ଟରେ ସାନିଟାଇଜର, ଟୁଥ୍ ବ୍ରଶ୍ ଓ ପେନସିଲ୍ ଭର୍ତ୍ତି କଲେ ସିନିୟର

ଏହା ବି ପଢ଼ନ୍ତୁ: Luggage Rules: ବିମାନବନ୍ଦରକୁ ଆପଣ ନେଇଯାଆନ୍ତୁ ନାହିଁ ଏସବୁ ଜିନିଷ, ନଚେତ୍ ଯାଇପାରନ୍ତି ଜେଲ୍

ଏହା ବି ପଢ଼ନ୍ତୁ: Britain New PM: ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ରେସରେ ସବୁଠୁ ଆଗରେ ଅଛନ୍ତି ଋଷି ସୁନକ; ମିଳିଲା ଏତିକି ନେତାଙ୍କ ସମର୍ଥନ