'ଆପଣଙ୍କ ଗିରିରାଜଙ୍କ ପରି ମୋର ଲଲନ, ଚିନ୍ତା କରନ୍ତୁନି'; ଜାଣନ୍ତୁ ଅମିତ ଶାହଙ୍କୁ କେମିତି ଅନ୍ଧାରରେ ରଖିଥିଲେ ନୀତିଶ କୁମାର
Advertisement
Article Detail0/zeeodisha/odisha1299328

'ଆପଣଙ୍କ ଗିରିରାଜଙ୍କ ପରି ମୋର ଲଲନ, ଚିନ୍ତା କରନ୍ତୁନି'; ଜାଣନ୍ତୁ ଅମିତ ଶାହଙ୍କୁ କେମିତି ଅନ୍ଧାରରେ ରଖିଥିଲେ ନୀତିଶ କୁମାର

Bihar Politics: ଏଥି ସହିତ ବିହାର ବାହାରେ ପଠାଇବା ପ୍ରଶ୍ନ ଉପରେ ମୋଦି କହିଛନ୍ତି ଯେ, ଏହା ଭଲ ହୋଇଛି, ମୁଁ ବିହାରରେ ନାହିଁ । ଏହି ବାହାନାରେ ମୋତେ ରାଜ୍ୟସଭାରେ ଯାଇ କାମ କରିବାର ସୁଯୋଗ  ମିଳିଛି ।

'ଆପଣଙ୍କ ଗିରିରାଜଙ୍କ ପରି ମୋର ଲଲନ, ଚିନ୍ତା କରନ୍ତୁନି'; ଜାଣନ୍ତୁ ଅମିତ ଶାହଙ୍କୁ କେମିତି ଅନ୍ଧାରରେ ରଖିଥିଲେ ନୀତିଶ କୁମାର

ପାଟନା: Bihar Politics: ଭାରତୀୟ ଜନତା ପାର୍ଟି (BJP) ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି (Sushil Modi) ନୀତିଶ କୁମାର (Nitish Kumar) ଙ୍କ ଉପରେ ବିଶ୍ୱାସଘାତକତା କରିଥିବା ଅଭିଯୋଗ ଆଣିଛନ୍ତି । ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସୁଶୀଲ ମୋଦି କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ସେ ଜାଣି ନଥିଲେ ଯେ ନୀତିଶ କୁମାର ଏତେ ବଡ଼ ନିଷ୍ପତ୍ତି ନେବେ । କିଛି ଷଡଯନ୍ତ୍ରରେ ଜେଡିୟୁ ଅଧ୍ୟକ୍ଷ ରାଜୀବ ରଂଜନ (ଲଲନ) ସିଂ (Rajiv Ranjan (Lalan) Singh) ଲାଗିଥିଲେ । ଏହି ପ୍ରସଙ୍ଗକୁ ନେଇ ଅମିତ ଶାହ (Amit Shah) ନୀତିଶ କୁମାରଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ, ସେତେବେଳେ ନୀତିଶ କହିଥିଲେ ଯେ ଯେମିତି ଆପଣଙ୍କ ଦଳରେ ଗିରିରାଜ ସିଂ (Giriraj Singh) ଅଛନ୍ତି, ସେହିପରି ମୋ ଦଳରେ ଲଲନ ସିଂ ଅଛନ୍ତି, ଚିନ୍ତା କରନ୍ତୁ ନାହିଁ । ଏହା ସତ୍ତ୍ୱେ ନୀତିଶ କୁମାର ଏନଡିଏ (NDA) ସହ ମେଣ୍ଟ ଭାଙ୍ଗିଥିଲେ । ନୀତିଶ କୁମାରଙ୍କୁ ବିଶ୍ୱାସ କରିବା ଅତ୍ୟନ୍ତ କଷ୍ଟକର । ସେ ବିଜେପିକୁ ଧୋକା ଦେଇଛନ୍ତି, ବିହାରର ନୂତନ ସରକାର ଅଧିକ ଦିନ ଚାଲିବେ ନାହିଁ ।

ମୋଦି ଆଗକୁ କହିଛନ୍ତି ଯେ, ଲାଲୁ ଯାଦବଙ୍କ ବିରୋଧରେ ମକଦ୍ଦମା ଦାୟର କରିବାକୁ ଲଲନ ସିଂ ପାଟନା ହାଇକୋର୍ଟ ଯାଇଥିଲେ । ଆଜି ଲାଲୁ ଯାଦବଙ୍କ ୟେଉଁ ଦୁର୍ଗତି ହୋଇଛି, ଏଥିପାଇଁ କେବଳ ଜଣେ ବ୍ୟକ୍ତି ଦାୟୀ, ସେ ହେଉଛନ୍ତି ଲଲନ ସିଂ । ଚିରାଗ ପାସୱାନଙ୍କୁ ନେଇ ସେ କହନ୍ତି ଯେ ସେମାନଙ୍କୁ ଧୋକା ଦିଆଯାଇଛି । ୧୯ ମାସ ପରେ ଆପଣ ଅନୁଭବ କରୁଛନ୍ତି ଯେ ବିଜେପି ଆପଣଙ୍କୁ ଚିରାଗଙ୍କ ମାଧ୍ୟମରେ ଧୋକା ଦେଇଛନ୍ତି । ଆପଣ ସେହି ସମୟରେ କହିଥାନ୍ତେ, ଆପଣଙ୍କ ସହିତ ଆମେ କୌଣସି ମେଣ୍ଟ କରି ନଥାନ୍ତୁ । ଧୋକା ଆପଣଙ୍କୁ ବିଜେପି ନୁହେଁ ଆପଣ ଦେଇଛନ୍ତି ।

ଏଥି ସହିତ ବିହାର ବାହାରେ ପଠାଇବା ପ୍ରଶ୍ନ ଉପରେ ସୁଶୀଲ ମୋଦି କହିଛନ୍ତି ଯେ, ଏହା ଭଲ ହୋଇଛି, ମୁଁ ବିହାରରେ ନାହିଁ । ଏହି ବାହାନାରେ ମୋତେ ରାଜ୍ୟସଭାରେ ଯାଇ କାମ କରିବାର ସୁଯୋଗ  ମିଳିଛି । ନୀତିଶ କୁମାରଙ୍କୁ ବିଜେପି ପାଞ୍ଚଥର ସିଏମ କରିଛି । ଉଭୟଙ୍କର ୧୭ ବର୍ଷର ମେଣ୍ଟ ଥିଲା, ଯାହା ନୀତିଶ ଭାଙ୍ଗିଛନ୍ତି । ୨୦୨୦ ନିର୍ବାଚନରେ ​​ନୀତିଶ କୁମାର ନରେନ୍ଦ୍ର ମୋଦିଙ୍କ ନାମରେ ଭୋଟ୍ ପାଇଛନ୍ତି ।

ଏହା ବି ପଢ଼ନ୍ତୁ:-ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବ…ଡାର୍ଲିଙ୍ଗ୍

ଏହା ବି ପଢ଼ନ୍ତୁ:-ସର୍ଭେ: ବିହାରରେ ସରକାର ପରିବର୍ତ୍ତନ ଯୋଗୁ ବିଜେପିକୁ ଝଟକା ତ କଂଗ୍ରେସକୁ ଲାଭ, ଆଜି ଲୋକସଭା ନିର୍ବାଚନ ହେଲେ ଏନଡିଏକୁ ମିଳିବ ଏତିକି ଆସନ

ଏହା ବି ପଢ଼ନ୍ତୁ:-ସର୍ଭେ: ପିଏମ ମୋଦିଙ୍କ ଉତ୍ତରାଧିକାରୀ କିଏ? ବିଜେପିର ଏହି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

ଏହାସହ ନୀତିଶ କୁମାର ବିହାରରେ ଏନଡିଏ ସହ ସମ୍ପର୍କ ଭାଙ୍ଗିବା ନିଷ୍ପତ୍ତିକୁ ନେଇ ସୁଶୀଲ ମୋଦି ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଏହା ପଛରେ ମୂଳ କାରଣ ହେଉଛି ନୀତିଶ ନିଜକୁ ଦେଶର ଉପରାଷ୍ଟ୍ରପତି କରିବାକୁ ଚାହୁଁଥିଲେ । ଏଥିପାଇଁ ବିଜେପି ପ୍ରସ୍ତୁତ ନଥିଲା । ନୀତିଶ କୁମାରଙ୍କ ନିକଟୀୟ ଜେଡିୟୁ ନେତାମାନେ ତାଙ୍କୁ ଉପରାଷ୍ଟ୍ରପତି କରିବାକୁ ନିକଟରେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ କହିଥିଲେ । ତେବେ ବିଜେପି ଏହାକୁ ବିଚାର କରି ନାହିଁ । ନୀତିଶ ଏନଡିଏ ସହିତ ସମ୍ପର୍କ ଭାଙ୍ଗିବା ଓ ଆରଜେଡି ସହିତ ଯିବାର ଏହା ଏକ ମୁଖ୍ୟ କାରଣ ଥିଲା ।