Advertisement
Photo Details/zeeodisha/odisha1820904
photoDetails0hindi

Horoscope Today Aug 12 2023: ଆୟ ବଢିବା ସହ ଶୁଭଫଳ ପାଇବେ ଏହି ସବୁ ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Horoscope Today Aug 12 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୧୨ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ..

1/12

Horoscope Today Aug 12 2023: ମେଷ: ଦେହ ଓ ମନ ଭଲ ରହିବ। କର୍ମ ଚଞ୍ଚଳ ରହିବେ। କର୍ମ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି। ବ୍ୟବସାୟରେ ସଫଳତା ପାଇବେ। ଆଇନ,ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ।

2/12

ବୃଷ: ଘାତ ଚନ୍ଦ୍ର ଭୋଗ ହେତୁ ଦିନଟିରେ ସତର୍କ ରୁହନ୍ତୁ। କର୍ମ କ୍ଷେତ୍ରରେ କର୍ମ ଚାପ ବୃଦ୍ଧି ପାଇବ। ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ। ବ୍ୟବସାୟରେ ମଧ୍ୟମ ସଫଳତା ପାଇବେ। ଦୂର ଯାତ୍ରା କରନ୍ତୁ ନାହିଁ।

3/12

ମିଥୁନ: ଆଶାବାଦୀ ହେବେ। ଅସଂପୂର୍ଣ୍ଣ କାର୍ଯ୍ୟ ଆଜି ସଂପୂର୍ଣ୍ଣ କରିବେ। ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ଆୟ ବ୍ୟୟ ପ୍ରାୟ ସମାନ ରହିବ। ଅପରାହ୍ନରେ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେବେ। ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ। 

4/12

କର୍କଟ: ଆରୋଗ୍ୟ ରହିବେ। ମନ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ। ଆୟ ଅବ୍ୟାହତ ରହିବ। ବ୍ୟବସାୟୀମାନେ ଭଲ ଲାଭ କରିବେ।

5/12

ସିଂହ: ଦେହ ସୁସ୍ଥ ରହିବ। ମନ ପ୍ରସନ୍ନ ରହିବ। ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ। ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ। ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ। ପଡୋଶୀଙ୍କ ସହ ସମ୍ପର୍କ  ମଧୁର ହେବ। 

 

6/12

କନ୍ୟା: ଶରୀର ସୁସ୍ଥ ରହିବ। କର୍ମ ତତ୍ପର ହେବେ। କର୍ମ କ୍ଷେତ୍ରରେ ସଫଳତା ପାଇବେ। ଆୟ ଅବ୍ୟାହତ ରହିବ। ବ୍ୟବସାୟ ଲାଭପ୍ରଦ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ।

7/12

ତୁଳା: ଶାରିରୀକ ସୁସ୍ଥତା ଲାଭ କରିବେ। ଦାନ ଧର୍ମ ପ୍ରତି ମନ ବଳିବ। କାର୍ଯ୍ୟାଳୟରେ କାର୍ଯ୍ୟ ଚାପ ରହିବ। ଆୟ ଉତ୍ତମ ହେବ। ବ୍ୟବସାୟ ଲାଭ ପ୍ରଦ ହେବ। ପାରିବାରିକ ସୁଖଶାନ୍ତି ବଜାୟ ରହିବ। ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ।

8/12

ବିଛା: ଶରୀର ସୁସ୍ଥ ରହିବ। ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ ନିର୍ବାହ କରିବେ। ଆୟ ଅବ୍ୟାହତ ରହିବ। ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ। ରାଜନୈତିକ ବ୍ୟକ୍ତି ବିଶେଷ ସଭା ସମିତିରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ।

9/12

ଧନୁ: ଦୃଢମନା ହେବେ। କର୍ମ କ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସା ପାଇବେ। ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ। ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ। 

10/12

ମକର: ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। କଳହଠାରୁ ନିଜକୁ ଦୂରେଇ ରଖନ୍ତୁ। ବ୍ୟବସାୟ ମାନ୍ଦା ହେବ। ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ।

11/12

କୁମ୍ଭ: ଦେହ ଓ ମନ ଭଲ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ। ଗୃହକୁ ବନ୍ଧୁ ଆଗମନ ହୋଇପାରେ। ବ୍ୟବସାୟରେ ସଫଳତା ପ୍ରାପ୍ତି କରିବେ। ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ। 

12/12

ମୀନ: ଶାରିରୀକ ସୁସ୍ଥତା ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ମହିଳା ମାନଙ୍କର ସେବା ଓ ପୂଜାରେ ଦିନଟି କଟିବ। ଆୟ ଅଭିବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।