Horoscope Today 26 February 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୨୬ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...
ମେଷ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଅତ୍ୟନ୍ତ ଶୁଭଦାୟୀ ରହିବ । କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ। କ୍ୟାରିୟରରେ ବିଶେଷ ସଫଳତା ପାଇବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସଂଯୋଗ ସ୍ଥାପନ ହେବ । ମହାଦେବଙ୍କ କୃପାରୁ ପାରିବାରିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ।
ବୃଷ: ପରିବାର ସଦସ୍ୟଙ୍କ ସମ୍ପର୍କ ମଧୁର ହେବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଅଚାନକ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ଭାବପ୍ରବଣତାବଶତଃ ପ୍ରଭାବିତ ହୋଇ ଅସୁବିଧାରେ ପଡ଼ିପାରନ୍ତି । ବାକ୍ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ରପ୍ତାନୀ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟାର ସମାଧାନ ହେବ।
ମିଥୁନ: ଆଜି ଦିନରେ ବନ୍ଧୁବାନ୍ଧବଙ୍କ ସହ ଅଯଥା ଯୁକ୍ତିତର୍କ ମତପାର୍ଥକ୍ୟ ଦେଖାଦେଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ, ତେଣୁ ସାବଧାନ ରୁହନ୍ତୁ। ପ୍ରତ୍ୟେକଟି କ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ। ଅଯଥା ବିବାଦରେ ଫସି ପାରନ୍ତି।
କର୍କଟ: ପାରିବାରିକ ମନୋମାଳିନ୍ୟ ଦୂର ହୋଇ ସୁଖଶାନ୍ତି ଦେଖାଦେଖ। ନିଜ ଲୋକମାନଙ୍କ ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ମହିଳାମାନେ ବିଭିନ୍ନ ପ୍ରଶଂସନୀୟ ହେବେ।
ସିଂହ: କିଛି ନୂଆ କରିବା ନେଇ ଚେଷ୍ଟା କରିପାରନ୍ତି । ବୈବାହିକ ଜୀବନରେ ସମସ୍ୟା ଉପୁଜିପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ସନ୍ତାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଛାତ୍ରୀମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି । ଆଜି କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ ଯୁକ୍ତି ତର୍କ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।
କନ୍ୟା: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ଆକସ୍ମିକ ଦୁର୍ଘଟଣା ଘଟିପାରେ ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଦ୍ରବ୍ୟ ହାନୀ ବା ଚୋରି ହେବାର ସମ୍ଭାବନା ରହିଛି।
ତୁଳା: ପୁରୁଣା ବନ୍ଧୁ୍ଙ୍କ ସହ ସାକ୍ଷାତ ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଶୁଭ ଅଟେ। କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମ ଦ୍ବାରା ସଫଳତା ମିଳିବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ସାଙ୍ଗମାନଙ୍କ ସହ ଦୂରସ୍ଥାନକୁ ଭ୍ରମଣ ନେଇ ଯୋଜନା କରିପାରନ୍ତି ।
ବିଛା: ଆର୍ଥକ ସ୍ଥିତି ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ଭଲ ଆଚରଣ ଯୋଗୁଁ ପ୍ରଶଂସା ପାଇବେ । ବ୍ୟବସାୟରେ ଲାଭ ହେବ । ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଉଚିତ୍ ହେବନାହିଁ। ପାରିବାରିକ ଅଶାନ୍ତି ଦେଖାଦେଇପାରେ।
ଧନୁ: ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ । କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ବଡ଼ ଅଧିକାରୀମାନେ ସହଯୋଗର ହାତ ବଢାଇବେ। ନିକଟ ସମ୍ପର୍କୀୟଙ୍କଠାରୁ ସୁସସ୍ବାଦ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଭ୍ରମଣ କରିପାରନ୍ତି ।
ମକର: ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ଦୃଢ ହେବ । କର୍ମ କ୍ଷେତ୍ରରେ ନୂତନ ଚାଲେଞ୍ଜର ସାମ୍ନା କରିବେ। ଆଜି କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ଘରକୁ ଅତିଥି ଆସିବେ। ଦାମ୍ପତି ମାନଙ୍କ ଲାଗି ଦିନଟି ଭଲ ରହିବ ।
କୁମ୍ଭ: ଜମିବାଡି ଜନିତ ସମସ୍ୟାକୁ ନେଇ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇପାରନ୍ତି। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ହେବେ। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି।
ମୀନ: ସାବଧାନର ସହ କାମ କଲେ ଲାଭବାନ ହେବେ। ବ୍ୟସ୍ତତା ରହିବା ସତ୍ତ୍ବେ ବୁଲିବା ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
ट्रेन्डिंग फोटोज़