Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ। ଆଜି ଅର୍ଥାତ ଡିସେମ୍ବର ୨୨ ହେଉଛି ରବିବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ ରାଶି: ମଉଜ ମଜଲିସରେ ଦିନଟି କଟିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ସେବା ଓ ପୂଜାର୍ଚ୍ଚନା ନେଇ ମନ ବଳିବ ।
ବୃଷ ରାଶି: ଦୃଢମନା ହେବେ । ଋଣ ପରିଶୋଧ ଶାନ୍ତି ମିଳିବ । ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ହେବା ନେଇ ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କର୍କଟ ରାଶି: ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଆୟ ବଢିବ । ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କଟିବ ।
ସିଂହ ରାଶି: ସ୍ୱାସ୍ଥ୍ୟ ଭଲ ରହିବ । ଦୂରଯାତ୍ରା ଶୁଭପ୍ରଦ ହେବ । ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିବ । ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେବେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ ।
ତୁଳା ରାଶି: ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ବଜାୟ ରହିବ । ଅକସ୍ମାତ ଧନ ପ୍ରାପ୍ତି ନେଇ ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ । ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ ।
ବିଛା ରାଶି: ସ୍ୱାସ୍ଥ୍ୟ ସମସ୍ୟା ସହ ମାନସିକ ଅବସାଦ ଦେଖାଦେବ । କର୍ମ ଚାପ ବଢିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଦୂରଯାତ୍ରା ନେଇ ସମ୍ଭାବନା ରହିଛି।
କୁମ୍ଭ ରାଶି: ଦେହ ଓ ମନ ଭଲ ରହିବ। ଦିନଟିର ଉତ୍ସାହ ସହ କଟିବ। ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ । ଆୟ ବୃଦ୍ଧି ପାଇବ। ପଡୋଶୀମାନଙ୍କ ସହ ସମ୍ପର୍କ ମଧୁର ହେବ। ପାରିବାରିକ ଜୀବନ ଶାନ୍ତରେ କଟିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ।
ट्रेन्डिंग फोटोज़