Horoscope Today 16 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୬ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ALSO READ: Weekly Special Horoscope: ନୂଆ ସପ୍ତାହରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଦଳିବ ଆର୍ଥିକ ସ୍ଥିତି!
ALSO READ: Guru Gochar 2024: ବୃହସ୍ପତି ୫ରାଶିଙ୍କୁ ଦେବେ ଶୁଭଫଳ ,କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବଢିବ ଆୟ !
ତୁଳା: ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଜଡିତ ଥିବା ଲୋକେ ସଫଳତା ହାସଲ କରିବେ । ଆଜି ଅଳ୍ପ ପରିଶ୍ରମରେ ବଡ ଫାଇଦା ପାଇବେ । ଅଟକିରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି । ଆପଣଙ୍କ ପ୍ରତି ଅସହିଷ୍ଣୁତା ମନୋଭାବ କାରଣରୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ । ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ନଚେତ୍ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇପାରେ।
ବିଛା: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ। ନୂଆ ବିଜନେସ୍ ଆରମ୍ଭ କରିବାକୁ ଭାବୁଥିଲେ, ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ବିଦ୍ୟାର୍ଥୀମାନେ ପାଠପଢାରେ ଅଧିକ ଧ୍ୟାନ ଦେହେ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ । ଆଜି ଆପଣ ନୂଆ ଗାଡି କିଣିପାରନ୍ତି । ଘରର ଛୋଟ ଛୋଟ ଜିନିଷ ଧ୍ୟାନ ଦେବେ ।ଲଭମେଟଙ୍କ ପାଇଁ ଦିନଟି ଭଲରେ କଟିବ ।
ଧନୁ: ଏହି ରାଶିର ଲୋକେ ଆଜି ଟିକେ ସତର୍କତାର ସହ ଚଳିବାକୁ ପଡିପାରେ। କୌଣସି ଆଇନଗତ ମାମଲାରେ ତରବର ହୁଅନ୍ତୁ ନାହିଁ । ଏଥିପାଇଁ ଅନୁଭବୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ସମସ୍ୟାରେ ପଡିବେ। ଅଫିସ୍ରେ ଅଯଥା କାମରେ ସମୟ ନଷ୍ଟ କରନ୍ତୁ ନାହିଁ । ନଚେତ୍ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଆଜି କିଛି ଭଲ ଲୋକଙ୍କ ସହିତ ଆପଣଙ୍କ ଭେଟ ହେବ ।
କୁମ୍ଭ: ଆଜି କର୍ମକ୍ଷେତ୍ରରେ ପରିସ୍ଥିତି ଜଟିଳ ରହିପାରେ। ଅର୍ଥ ସଙ୍କଟ ଦେଖାଦେବା କାରଣରୁ ଚାହୁଁଥିବା ଜିନିଷ ପାଇବେ ନାହିଁ । ଭଲ ସମ୍ପର୍କ ରହିଥିବା କୌଣସି ଭଦ୍ର ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ ନଚେତ ଠକାମିରେ ପଡିପାରନ୍ତି ।
ट्रेन्डिंग फोटोज़