Advertisement
Photo Details/zeeodisha/odisha2472707
photoDetails0hindi

Today Horoscope: କର୍କଟ -ସିଂହ ସହ ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Horoscope Today 15 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୧୫ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ:  ଆଜିର ଦିନଟି ଶୁଭମୟ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ନୂଆ ପ୍ରୋଜେକ୍ଟ ପାଇ ମନ ଖୁସି ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କିନ୍ତୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ କ୍ଷତି ହେବ। ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁ । ପ୍ରେମ ପ୍ରସଙ୍ଗରେ ଦିନଟି ଅନୁକୂଳ ରହିବ । ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ପୁରୁଣା କାମ କରିବା ପାଇଁ ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ। 

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ନୂଆ ସପ୍ତାହରେ ବଢିବ ଅଡୁଆ, କର୍ମକ୍ଷେତ୍ରରେ ଦେଖାଦେବ ବିବାଦ, ବ୍ୟବସାୟରେ ହେବ କ୍ଷତି!

ALSO READ: Budh Uday 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧଙ୍କ ଉଦୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସହ...

2/12

ବୃଷ:  ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ।  ଅଧା ରହିଥିବା କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ।   କିଛି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। କୌଣସି ବଡ଼ କାମ କରିବାରେ ମନ ଲାଗିବ । ରାଜନୀତି କ୍ଷେତ୍ରରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ଆପଣଙ୍କ ସହ ମିତ୍ର ପରି ବ୍ୟବହାର କରିବେ । ବନ୍ଧୁମାନେ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବେ । ଯାହା ସହିତ ଆପଣ ରହୁଛନ୍ତି ତାଙ୍କ ସହିତ ବାଦ ବିବାଦ କରନ୍ତୁ ନାହିଁ । ବ୍ୟାପାରରେ ନୂତନ ଲାଭଦାୟକ ଅଫର ମିଳିବ । ଆଜିକା ଦିନରେ ବ୍ୟାପର -ବ୍ୟବସାୟ ଭଲ ଚାଲିବ । ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

 

3/12

ମିଥୁନ: ଦିନଟି ପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ସକାଳୁ ସକାଳୁ ପ୍ରେମୀମାନଙ୍କୁ କିଛି ଶୁଭ ଖବର ମିଳିବ। କର୍ମକ୍ଷେତ୍ରରେ ବଡ଼ ପଦବୀରେ ଥିବା ଲୋକଙ୍କ ପାଇଁ ଚାକିରିରେ କିଛି ଅସୁବିଧା ଆସିପାରେ । ଧର୍ମ ପ୍ରତି ଆସ୍ଥା ବଢିବ । ପୂଜା ପାଠରେ ମନ ଲାଗିବ । ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। ନିଜର ଚିନ୍ତାକକୁ ଦୂର କରିବା ପାଇଁ ପରିବାର ଲୋକମାନଙ୍କ ସାହାର୍ଯ୍ୟ ନିଅନ୍ତୁ । ନିଜର ଭାବନାକୁ ନିଜ ମଧ୍ୟରେ ରଖନ୍ତୁ ନାହିଁ ତାହାକୁ ଶେୟାର କରନ୍ତୁ । ମନ ହାଲୁକା ହେବ। ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ-ବାଣିଜ୍ୟରେ ଲାଭ ହେବ । 

4/12

କର୍କଟ : ଆଜି ବାହାରକୁ ବାହାରିବା ପରେ କୌଣସି ଅଜଣା ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତୁ ନାହିଁ । ନଚେତ୍ ସମସ୍ୟାରେ ପଡିବେ। ବ୍ୟାଙ୍କ ସହ ଜଡିତ କାମରେ ସାବଧାନ ରୁହନ୍ତୁ । ପିଲାମାନେ ଆପଣଙ୍କୁ ଘରର କାମ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ପୂର୍ବରୁ କରିଥିବା କାମରେ ବର୍ତ୍ତମାନ ଲାଭ ମିଳିବ । ଦିର୍ଘ ଦିନ ହେବ ବନ୍ଦ ଥିବା କାର୍ଯ୍ୟ ଆରମ୍ଭ ହୋଇପାରେ । କୌଣସି ମହିଳା ମିତ୍ରର ସାହାର୍ଯ୍ୟ କରି ପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ଆଜି ନିଜ ପଡୋଶୀଙ୍କ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ନଚେତ୍ ବିବାଦ ଦେଖାଦେଇପାରେ। 

 

5/12

ସିଂହ : ଆଜି ପ୍ରେମୀମାନଙ୍କ ପାଇଁ ଦିନଟି ଅଶୁଭ ରହିବ।  ସମ୍ପର୍କରେ ବିବାଦ ହୋଇପାରେ । ନିଜ ସାଥୀ ଆପଣଙ୍କୁ ଆଜି କୌଣସି ଏକ ଗୁରୁତ୍ବପୂର୍ଣ୍ଣ କଥା କହିବେ। ଯାହା ଆପଣଙ୍କ ଚିନ୍ତା ବଢାଇପାରେ । କାହାର ଅପେକ୍ଷା କରନ୍ତୁ ନାହିଁ । ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଭଲ ରହିବ। ପାଠପଢାରେ ଉତ୍ସାହ ରହିବ । ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ ନାହିଁ । ନିଜ ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ବିରୋଧୀ ବଢିବେ । ଆୟ ବ୍ୟୟ ସମାନ ରହିବ। ବ୍ୟବସାୟୀମାନେ ଥାନା ମାମଲାରେ ପଡି ପାରନ୍ତି । ତେଣୁ ସତର୍କ ରୁହନ୍ତୁ। 

 

6/12

କନ୍ୟା :  ଆଜି ଅଧିକ ଧନ ବ୍ୟୟ ହେବା ଦ୍ଵାରା ମନ ଅଶାନ୍ତ ରହିବ । ଦିର୍ଘ ଦିନ ଧରି ଚାକିରି ଆଶାରେ ଆଶାୟୀମାନ ଆଜି କୌଣସି ସ୍ଥାନରୁ ନିଯୁକ୍ତି ନେଇ ଶୁଭ ଖବର ପାଇ ପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। କାର୍ଯ୍ୟକ୍ଷତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ । ପୁରୁଣା ରୋଗରୁ ମୁକ୍ତି ପାଇ ପାରିବେ । କୁ -ସଂଗତିରୁ ଦୂରେଇ ରୁହନ୍ତୁ । ଫାଲତୁ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ବଜେଟ୍ ପ୍ରଭାବିତ ହେବ।  ଧାର-କରଜ ନିଅନ୍ତୁ ନାହିଁ । କୌଣସି ବିବାଦରେ ବିଜୟ ମିଳିବ । ବ୍ୟବସାୟରେ ଲାଭ ମିଳିବ। 

7/12

ତୁଳା: କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ।  ଦୁର୍ଘଟଣାରର ସମ୍ଭାବନା ଅଛି । କିଛି କାର୍ଯ୍ୟ ଖରାପ ହୋଇପାରେ । ବିବାଦକୁ ବଢାନ୍ତୁ ନାହିଁ । କୌଣସି କାର୍ଯ୍ୟରେ  ନିଜର ଲାଭ ପାଇଁ ଅନ୍ୟର କ୍ଷତି କରନ୍ତୁ ନାହିଁ ।  ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାର। ବ୍ୟବସାୟରେ ବୃଦ୍ଧି ପାଇଁ ନିଜ ଘର ଲୋକମାନଙ୍କ କଥା ଶୁଣି ନିବେଶ କରନ୍ତୁ। ଭଲ ଲାଭ ହେବ। ଆଜିର ଦିନ ଆପଣଙ୍କୁ ବିଶ୍ରାମ କରିବା ଉଚିତ । ବ୍ୟବସାୟରେ ଧନ ପ୍ରାପ୍ତି ହେବ । ଆର୍ଥିକ ଉନ୍ନତି ପାଇଁ ଯୋଜନା କରି ପାରନ୍ତି ।

 

8/12

ବିଛା : ଆଜି ଆପଣଙ୍କୁ କିଛି ସହଯୋଗ ମିଳିବ । ଆର୍ଥିକ ସମସ୍ୟା ଆସିବ । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ ।  ବ୍ୟୟ ଅଧିକ ହେବ । କୌଣସି ଖବର ମିଳିପାରେ । କୌଣସି ବି ଝଗଡାରେ ଭାଗୀଦାରୀ ହୁଅନ୍ତୁ ନାହିଁ । କେଉଁଠି ଗୁପ୍ତ ଜିନିଷରୁ ଟଙ୍କା ମିଳିପାରେ । ଲକ୍ଷ ପ୍ରାପ୍ତି ପାଇଁ ଅଗ୍ରସର ରହିବେ । ଘର ପରିବାରରେ କିଛି ସ୍ଥିତି ଖରାପ ହୋଇପାରେ। ସ୍ୱାସ୍ଥ୍ୟ ଖରାପ ରହିବ। 

 

9/12

ଧନୁ: ଦିନର ଆରମ୍ଭ ଭଲ ରହିବ। ବନ୍ଧୁ ମାନଙ୍କ ସହିତ ନୂଆ କପଡ଼ା ଓ ଗହଣା ସପିଂ କରିବେ। ମନ ଆନନ୍ଦପୂର୍ଣ୍ଣ ରହିବ। ବ୍ୟାପାରରେ ଭାଗିଦାରୀଙ୍କ ଠାରୁ ଲାଭ ହେବ। ଆଜି ଆପଣଙ୍କ ଦିନଟି ଅତିଥି ଚର୍ଚ୍ଚାରେ କଟିବ। ଆପଣ ନିଜର କଳ୍ପନାଶକ୍ତି ଏବଂ ସୃଜନଶକ୍ତିକୁ କାର୍ଯ୍ୟରେ ଜୋଡ଼ିବେ। ଘରେ ଶାନ୍ତିର ବାତାବରଣ ବନି ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷରେ ବିଜୟୀ ହେବେ।

 

10/12

ମକର:  ଆଜି ପ୍ରେମ ସମ୍ବନ୍ଧରେ ସାବଧାନ ରୁହନ୍ତୁ । ନଚେତ୍ ସମ୍ପର୍କରେ ଝଡ଼ ଆସିପାରେ।  କର୍ମକ୍ଷେତ୍ରରେ ଅଧିକାରୀମାନଙ୍କ ସହ ସମ୍ପର୍କ ଭଲ ରହିବ । ଏକ ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ଆଶୀର୍ବାଦ ମିଳିପାରେ । ଅଟକିଥିବା ଟଙ୍କା ମିଳିବ । ଆର୍ଥିକ ଅବସ୍ଥା ଭଲ ହୋଇଯିବ । ବନ୍ଧୁ କିମ୍ବା ପରିବାରର ସଦସ୍ୟଙ୍କ ସହିତ ହସ ଖୁସିରେ ଦିନ ଅତିବାହିକ କରିବେ। ବହୁତ ସମୟ ହେବ ଅଟକିଥିବା କାର୍ଯ୍ୟ ପୁରା ହେବ । କୌଣସି ଗରିବ ବ୍ୟକ୍ତିର ସେବା କରିବାର ଅବସର ପ୍ରାପ୍ତ ହେବ ।

 

11/12

କୁମ୍ଭ : ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା ଦେଖାଦେବ । ଯାହା ଆପଣଙ୍କ ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଘରର କିଛି ପରିସ୍ଥିତି ଖରାପ ହୋଇପାରେ । ଆପଣ ନିଜର କାମକାର୍ଯ୍ୟ ପାଇଁ କାହାର ସହଯୋଗ ନେଇ ପାରନ୍ତି । ନିଷ୍ପତି ନେବା ପୂର୍ବରୁ ବୁଝି ସୁଝି ନିଅନ୍ତୁ । ସ୍ଥାୟୀ ସମ୍ପତ୍ତିରୁ ଲାଭ ମିଳିପାରେ । ପ୍ରେମ ପ୍ରସଙ୍ଗରେ ସ୍ଥିତି ଭଲ ରହିବ । ବାହାରକୁ ଯାଅନ୍ତୁ ନାହିଁ । ବେରୋଜଗାରି ଦୂର କରିବା ପାଇଁ ପ୍ରୟାସ କରନ୍ତୁ । ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ । ଚିନ୍ତାରେ ରହିବେ । ବିବାଦ ଠାରୁ ଦୂରରେ ରୁହନ୍ତୁ ।

12/12

ମୀନ: ଆଜି ଦିନଟି ଏତେ ଖାସ୍ ରହିବ ନାହିଁ। ବ୍ୟାପାରିକ ଯୋଜନା ବିଫଳ ହୋଇପାରେ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗା ପଡିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅସ୍ଥିରତା ସକାଶେ ମନ ଭଲ ରହିବ ନାହିଁ । ଚାକିରି ହେଉ କିମ୍ବା ବ୍ୟବସାୟ କିଛି କିଛି ବାଧାବିଘ୍ନ ରହିବ। ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ। ନିଜ ବନ୍ଧୁଙ୍କ ଠାରୁ କୌଣସି ପ୍ରକାର ସାହାର୍ଯ୍ୟ ପାଇବେ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେବ।  ସ୍ବାସ୍ଥ୍ୟ ଭଲ ରହିବ।