Advertisement
Photo Details/zeeodisha/odisha1814391
photoDetails0hindi

Hair Fall Causes: ଏହି କାରଣରୁ ଆରମ୍ଭ ହୋଇଥାଏ ବାଳ ଝଡ଼ିବା..

 ସିଏ ପୁରୁଷ ହୁଅନ୍ତୁ କି ମହିଳା ଆଜି କାଲି ବାଳ ଝଡ଼ିବା(Hair Fall) ଏକ ସାଧାରଣ କଥା ହୋଇଗଲାଣି। ତେବେ ବାଳ ଝଡ଼ିବା ସମସ୍ୟାକୁ ନେଇ ମହିଳାମାନେ ଅଧିକ ଚିନ୍ତିତ ଥିବା ଦେଖିବାକୁ ମିଳିଥାଏ।କିନ୍ତୁ ଆପଣ ଜାଣିଛନ୍ତି କେଉଁ ସବୁ କାରଣ ପାଇଁ ମହିଳାଙ୍କ ବାଳ ଝଡ଼ିବା ଆରମ୍ଭ ହୋଇଥାଏ? ତେବେ ଆସନ୍ତୁ ଜାଣିବା..

ଅସନ୍ତୁଳନ ହରମୋନ୍

1/6
ଅସନ୍ତୁଳନ ହରମୋନ୍

ଜଣେ ଚର୍ମ ରୋଗ ବିଶେଷଜ୍ଞଙ୍କ ମତ ଅନୁସାରେ ହରମୋନ ଅସନ୍ତୁଳନ କାରଣରୁ ଅଧିକାଂଶ ମହିଳାଙ୍କର ମାତ୍ରାଧିକ ବାଳ ଝଡ଼ିବା ଦେଖିବାକୁ ମିଳିଥାଏ।

ଥାଇରଏଡ୍ ସମସ୍ୟା(Thyroid Problems)

2/6
ଥାଇରଏଡ୍ ସମସ୍ୟା(Thyroid Problems)

ପ୍ରାୟତଃ ମହିଳାଙ୍କ କ୍ଷେତ୍ରରେ ଥାଇରଏଡ ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଏହି ସମସ୍ୟା ବାଳ ଝଡ଼ିବା ସମସ୍ୟାକୁ ଆହୁରି ବୃଦ୍ଧି କରିଥାଏ।

ଗର୍ଭଧାରଣ

3/6
ଗର୍ଭଧାରଣ

ମହିଳାମାନେ ଗର୍ଭଧାରଣ ସମୟରେ ବାଳ ଝଡ଼ିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ଦୈନିକ ଔଷଧ ଖାଇବା

4/6
ଦୈନିକ ଔଷଧ ଖାଇବା

କୌଣସି ନିର୍ଦ୍ଧିଷ୍ଟ ସ୍ୱାସ୍ଥ୍ୟ ସମସ୍ୟା ବା ରୋଗ ପାଇଁ ପ୍ରତିଦିନ ଔଷଧ ଖାଇବା ଦ୍ୱାରା ବାଳ ଝଡ଼ିବା ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ।

ମାନସିକ ଚାପ(Stress)

5/6
ମାନସିକ ଚାପ(Stress)

ଯଦି କେହି ମହିଳା ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇଥାନ୍ତି ତେବେ ସେମାନଙ୍କର ବାଳ ଝଡ଼ିବା ଆରମ୍ଭ କରିଥାଏ ଏବଂ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।

ଶରୀରରେ ପୌଷ୍ଟିକ ତତ୍ତ୍ୱର ଅଭାବ(Nutrient Deficiencies)

6/6
ଶରୀରରେ ପୌଷ୍ଟିକ ତତ୍ତ୍ୱର ଅଭାବ(Nutrient Deficiencies)

ଯଦି ଶରୀରକୁ ଉଚିତ୍ ପରିମାଣରେ ପୌଷ୍ଟିକ ତତ୍ତ୍ୱ ପହଞ୍ଚି ନ ଥାଏ ତେବେ ଏହାର ପ୍ରଭାବ ବାଳ ଉପରେ ପଡ଼ିଥାଏ ଏବଂ ଧିରେ ଝଡ଼ିବା ଆରମ୍ଭ କରିଥାଏ।