Advertisement
Photo Details/zeeodisha/odisha1966412
photoDetails0hindi

Success Story: ମାତ୍ର ୨୪ ବର୍ଷ ବୟସରେ UPSC ପାଇଥିଲେ ଏହି ସୁନ୍ଦରୀ, ଜାଣନ୍ତୁ ସଫଳତାର କାହାଣୀ

ଆଜି ଆପଣଙ୍କୁ ଜଣାଇବୁ ଏମିତି ଜଣେ ସୁନ୍ଦରୀ ଯୁବତୀଙ୍କ ବିଷୟରେ ଯିଏ ଥରକରେ ୟୁପିଏସି ପାଇବାରେ ସଫଳ ହୋଇଛନ୍ତି । ସେ ଯୁବତୀ ହେଉଛନ୍ତି ଆଇଏଏସ୍ ଅଧିକାରୀ ଐଶ୍ୱର୍ଯ୍ୟା ରାମନାଥନ୍। ସେ ମାତ୍ର ୨୪ ବର୍ଷ ବୟସରେ ଦୁଇଥର UPSC ପାଇବାରେ ସକ୍ଷମ ହୋଇଥିଲେ । UPSC ପାଇବା ପାଇଁ ତାଙ୍କର ପରିଶ୍ରମ କିପରି ଥିଲା ଆସନ୍ତୁ ଜାଣିବା ।

1/5

ଦେଶର କନିଷ୍ଠ ଆଇଏଏସ୍ ଅଧିକାରୀ ଐଶ୍ୱର୍ଯ୍ୟା ରାମନାଥନ୍ ୨୦୧୯ ମସିହାରେ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ପରୀକ୍ଷାରେ ୪୭ ତମ ରାଂକ୍ ପାଇଥିଲେ ଐଶ୍ୱର୍ଯ୍ୟା ।  ସେହି ସମୟରେ ଐଶ୍ୱର୍ଯ୍ୟାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା। ବର୍ତ୍ତମାନ ସେ ତାମିଲନାଡୁର ତିରୁଭାଲୁରରେ ଅବସ୍ଥିତ ପୋନେରୀର ସବ୍-କଲେକ୍ଟର (SDM) ଭାବରେ କାର୍ଯ୍ୟରତ ଅଛନ୍ତି । ଆଇଏଏସ୍ ହେବା ପାଇଁ ଐଶ୍ୱର୍ଯ୍ୟାଙ୍କର ପିଲାଦିନରୁ ସ୍ୱପ୍ନ ଥିଲା । ଏଥିପାଇଁ ତାଙ୍କ ମାଆ ତାଙ୍କୁ ପ୍ରେରଣା ଦେଇଥିଲେ।

2/5

ଐଶ୍ୱର୍ଯ୍ୟାଙ୍କ ମାଆ ଖୁବ୍ କମ୍ ବୟସରେ ବିବାହ କରିଥିଲେ। ଯେତେବେଳେ ଐଶ୍ୱର୍ଯ୍ୟା କଲେଜରେ ପଢୁଥିଲେ, ସେତେବେଳେ ତାଙ୍କ ମାଆ ଏକ ସରକାରୀ ଚାକିରି ପାଇଥିଲେ। ସେଥିପାଇଁ ସେ ଚାହୁଁଥିଲେ ଯେ ତାଙ୍କ ଝିଅ କଲେକ୍ଟର ହୋଇ ସୁନାମ ଅର୍ଜନ କରନ୍ତୁ । ସେଥିପାଇଁ, ସେ ସର୍ବଦା ଐଶ୍ୱର୍ଯ୍ୟାଙ୍କୁ IAS ହେବାକୁ ପ୍ରେରଣା ଦେଇଥିଲେ ।

3/5

ଐଶ୍ୱର୍ଯ୍ୟାଙ୍କ ଘର କୋଡଡାଲୋରର । ଅଞ୍ଚଳଟି ଉପକୂଳବର୍ତ୍ତୀ ହୋଇଥିବାରୁ ପିଲାଦିନରୁ ସେ ବନ୍ୟା, ଘୂର୍ଣ୍ଣିବଳୟ ଏବଂ ପ୍ରବଳ ବର୍ଷା ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖି ବଡ଼ ହୋଇଥିଲେ । ତେବେ ୨୦୦୪ ରେ ହୋଇଥିବା ସୁନାମି ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ଏହି ସମୟ ମଧ୍ୟରେ ଐଶ୍ୱର୍ଯ୍ୟା ତତ୍କାଳୀନ କଲେକ୍ଟର ଗଗନଦୀପ ସିଂ ବେଦୀ କାମ କରୁଥିବା ଦେଖିଥିଲେ। ତାଙ୍କ ଦ୍ୱାରା ସେ ବହୁତ ପ୍ରଭାବିତ ହୋଇଥିଲେ ।

4/5

୨୦୧୭ରେ  ଐଶ୍ୱର୍ଯ୍ୟା ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ସେ ତାଙ୍କ କଲେଜ ସମୟରୁ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । IAS ହେବା ପାଇଁ ସେ UPSC କୋଚିଂ ମଧ୍ୟ ନେଇଥିଲେ । ଐଶ୍ୱର୍ଯ୍ୟା ପ୍ରଥମ ପ୍ରୟାସରେ UPSC ପରୀକ୍ଷାରେ ସଫଳତା ପାଇଥିଲେ ।

5/5

ଐଶ୍ୱର୍ଯ୍ୟା ତାଙ୍କର ପ୍ରଥମ ପ୍ରୟାସରେ UPSC ପାଇଥିଲେ ମଧ୍ୟ ତାଙ୍କର ରାଂକ୍ ଥିଲା ୬୩୦ । ଏହି କାରଣରୁ ତାଙ୍କୁ ରେଳ ଆକାଉଣ୍ଟସ୍ ସେବା ମିଳିଥିଲା । ତେଣୁ ସେ ୨୦୧୯ ରେ ଦ୍ୱିତୀୟ ଥର ପାଇଁ UPSC ସିଭିଲ ସର୍ଭିସେସ୍ ପରୀକ୍ଷା ଦେଇଥିଲେ । ପରୀକ୍ଷାର ଫଳ ବାହାରିବା ପରେ ସେ ୪୭ ରାଂକରେ କୃତକାର୍ଯ୍ୟ ହୋଇଥିବା ଜାଣିବାକୁ ପାଇଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଆଇଏଏସ୍ ଐଶ୍ୱର୍ଯ୍ୟା ରାମନାଥନ୍ ମଧ୍ୟ ବହୁତ ଆକ୍ଟିଭ୍ ରୁହନ୍ତି । ଇନଷ୍ଟାରେ ସେ ନିଜର ଫଟୋ ମଧ୍ୟ ସେୟାର କରନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ଏକ ଲକ୍ଷ ୧୬ ହଜାର ଫଲୋଅର୍ସ ଅଛନ୍ତି । ପ୍ରସିଦ୍ଧ ଆଇଏଏସ୍ ଅଧିକାରୀ ଟିନା ଡାବି ଏବଂ ତାଙ୍କ ଭଉଣୀ ଆଇଏଏସ୍ ରିଆ ଡାବି ମଧ୍ୟ ଇନଷ୍ଟାଗ୍ରାମରେ ତାଙ୍କୁ ଅନୁସରଣ କରିଛନ୍ତି।