Advertisement
Photo Details/zeeodisha/odisha1890637
photoDetails0hindi

Demonetisation by Country: ବିଶ୍ୱର ସେହି ଦେଶର ଯେଉଁଠି ଭାରତ ପୂର୍ବରୁ ହୋଇଛି ନୋଟ ବନ୍ଦୀ

countries that have tried demonetization in the past: ଗତ ୨୦୧୬ ନଭେମ୍ବର ୮ ତାରିଖରେ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥ ବ୍ୟବସ୍ଥା କୁହାଯାଉଥିବା ଭାରତରେ ହୋଇଥିଲା ନୋଟବନ୍ଦୀ। ସେତେବେଳେ ଦେଶରେ ପ୍ରଚଳିତ ରହିଥିବା ୫୦୦-୧୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରି ଦେଇଥିଲେ ଭାରତ ସରକାର। ପରେ ଦେଶରେ ନୂଆ ୫୦୦-୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା। ହେଲେ ୨୦୨ ମେ ୧୯ ତାରିଖରେ ଭାରତ ସରକାର ଦେଶରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ସମ୍ପର୍କରେ ଘୋଷଣା କରିଛନ୍ତି। ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖ ହେଉଛି ୩୦ ସେପ୍ଟମ୍ବର ୨୦୨୩। ହେଲେ କ'ଣ ଆପଣ ଜାଣିଛନ୍ତି ବିଶ୍ୱରେ ଏପରି କିଛି ଦେଶ ରହିଛି ଯେଉଁଠି ଭାରତ ପୂର୍ବରୁ ହୋଇସାରିଛି ନୋଟ ବନ୍ଦୀ।

1/8

ନାଇଜେରିଆ: ୧୯୮୪ ମସିହାରେ ମହମ୍ମଦୁ ବୁଖାରୀଙ୍କ ସମୟରେ ନାଇଜେରିଆ ଏକ ନୂତନ ମୁଦ୍ରା ଆଣି ପୁରୁଣା ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ମାତ୍ର ଋଣଗ୍ରସ୍ତ ହୋଇଯିବା ଏବଂ ମୁଦ୍ରାସ୍ଫୀତି କାରଣରୁ ଦେଶର ଅର୍ଥନୀତି ଦୋହଲି ଯାଇଥିଲା।

2/8

ଘାନା: ୧୯୮୨ ମସିହାରେ ଘାନା ଟ୍ୟାକ୍ସ ଫାଙ୍କିବା ଏବଂ ଅନ୍ୟାନ୍ୟ ଆହ୍ୱାନର ମୁକାବିଲା ପାଇଁ ଏହାର ୫୦ ସେଡିସ ନୋଟ୍ ବନ୍ଦ କରି ଦେଇଥିଲା। ମାତ୍ର ଲୋକଙ୍କ ବିରୋଧ କାରଣରୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା।

3/8

ଜିମ୍ବାୱେ: ପୂର୍ବରୁ ଜିମ୍ବାୱେ ଭଳି ଦେଶରେ ୧୦୦,୦୦୦,୦୦୦,୦୦୦,୦୦୦ ଡଲାର ମୂଲ୍ୟର ନୋଟ୍ ପ୍ରଚଳିତ ହେଉଥିଲା। ହେଲେ ଯେତେବେଳେ ଦେଶର ରାଷ୍ଟ୍ରପତି ରବର୍ଟ ମୁଗାବେ ମୁଦ୍ରାସ୍ଫୀତି ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସେତେବେଳେ ଜିମ୍ବାୱେ ଅର୍ଥନୀତି ଦୋଦୁଲ୍ୟମାନ ଅବସ୍ଥାକୁ ଚାଲି ଯାଇଥିଲା।

4/8

ପାକିସ୍ତାନ: ଗତ ୨୦୧୬ ଡିସେମ୍ବରରେ ପାକିସ୍ତାନରେ ପୁରୁଣା ନୋଟ୍ ବନ୍ଦ କରାଯିବ ଏବଂ ନୂତନ ଡିଜାଇନ୍ ନୋଟ୍ ପ୍ରଚଳନ କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା। ପ୍ରାୟ ଦେଢ ବର୍ଷ ପୂର୍ବେ ଦେଶରେ ଏ ସମ୍ପର୍କରେ ଆଇନଗତ ନିର୍ଦ୍ଦେଶ ଜାରି ହୋଇଥିଲା। ଯାହାର ଫଳ ସ୍ୱରୂପ ପାକିସ୍ତାନୀ ନାଗରିକ ପୁରୁଣା ନୋଟ୍ ବଦଳାଇବାକୁ ଏବଂ ନୂତନ ନୋଟ୍ ପାଇବାକୁ ସମୟ ପାଇଥିଲେ।

5/8

ଉତ୍ତର କୋରିଆ: ଗତ ୨୦୧୦ ବର୍ଷରେ ଉତ୍ତର କୋରିଆ ଠାରେ ହୋଇଥିବା ନୋଟ ବନ୍ଦୀ କାରଣରୁ ସେଠାକାର ନାଗରିକଙ୍କୁ ସେମାନଙ୍କର ଖାଦ୍ୟ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରିବାକୁ ହୋଇଥିଲା। ଦେଶର ଶାସକ କିମ ଜଙ୍ଗ୍ ଉନ୍ ଦ୍ୱିତୀୟ ଉତ୍ତର କୋରିଆ ଅର୍ଥନୀତିରେ ଏକ ସଂସ୍କାର ଆଣିବାକୁ ଚାହୁଁଥିଲେ। ଯାହା କଳା ବଜାରକୁ ହଟାଇବା ପାଇଁ ପୁରୁଣା ମୁଦ୍ରାରେ କିଛି ପରିବର୍ତ୍ତନ ଉପରେ ପର୍ଯ୍ୟବେସିତ ରହିଥିଲା।

6/8

ସୋଭିଏତ୍ ସଂଘ: ୧୯୯୦ ଦଶକରେ ତତ୍କାଳୀନ ସୋଭିଏତ ସଂଘର ରାଷ୍ଟ୍ରାଧ୍ୟକ୍ଷ ମିଖାଇଲ୍ ଗୋର୍ବାଚୋଭ ଦେଶରେ କଳା ବଜାରୀ ରୋକିବା ପାଇଁ ପ୍ରଚୁର ପରିମାଣର ଋଷୀୟ ମୁଦ୍ରା ରୁବେଲ୍ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାର ଫଳାଫଳ ଋଷୀୟ ନାଗରିକଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ଯାହାର ଫଳସ୍ୱରୂପ ଦେଶରେ କ୍ଷମତାସୀନ ସରାକରଙ୍କ ଗାଦିଚ୍ୟୁତ କରିବା ପାଇଁ ଉଦ୍ୟମ ହୋଇଥିଲା। 

 

7/8

ମିଆଁମାର: ୧୯୮୭ ମସିରେ ପଡୋଶୀ ମିଆଁମାର ଠାରେ ଦେଶର ସୈନିବାହିନୀ କଳା ବଜାରୀ ରୋକିବା ପାଇଁ ପ୍ରୟାସ କରିଥିଲା। ଏନେଇ ଦେଶରେ ପ୍ରଚଳିତ ହେଉଥିବା ମୁଦ୍ରାର ୮୦ ପ୍ରତିଶତ କାରବାରକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଏପରି ନିଷ୍ପତ୍ତି ଦେଶର ଅର୍ଥନୀତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ନୋଟବନ୍ଦୀକୁ ନେଇ ଦେଶରେ ହୋଇଥିବା ଆନ୍ଦୋଲନ କାରଣରୁ ଅନେକ ମିଆଁମାର ନାଗରିକ ପ୍ରାଣ ହରାଇଥିଲେ।

8/8

ଅଷ୍ଟ୍ରେଲିଆ: କଳବଜାରୀ ଏବଂ ନକଲି କାରବାରକୁ ରୋକିବା ପାଇଁ ବିଶ୍ୱରେ ପ୍ଲାଷ୍ଟିକ ନୋଟ୍ ଜାରି କରିବାରେ ପ୍ରଥମ ଦେଶ ଥିଲା ଅଷ୍ଟ୍ରେଲିଆ। ଅବଶ୍ୟ ଅଷ୍ଟ୍ରେଲିଆରେ କେବଳ କାଗଜ ନୋଟ ପ୍ଲାଷ୍ଟିକ ନୋଟ ସହିତ ବଦଳା ଯାଇଥିଲା। ଅର୍ଥାତ୍ କେବଳ ସାମଗ୍ରୀ ପରିବର୍ତ୍ତନ କରାଯାଇଥିଲା। ହେଲେ ଏହାର କୌଣସି ପ୍ରଭାବ ଦେଶର ଅର୍ଥନୀତିରେ ପଡ଼ିନଥିଲା।