Advertisement
Photo Details/zeeodisha/odisha1555154
photoDetails0hindi

Bachchan Family Education: ଜାଣନ୍ତୁ ବଚ୍ଚନ ପରିବାରରେ ସବୁଠୁ ଅଧିକ ପାଠୁଆ କିଏ ?

Bachchan Family Education: ବଚ୍ଚନ ପରିବାରର ଅଧିକାଂଶ ସଦସ୍ୟ ଫିଲ୍ମ ଲାଇନରେ କାମ କରନ୍ତି । ସେଥିପାଇଁ ସେମାନଙ୍କୁ ସମସ୍ତେ ଜାଣନ୍ତି। କିନ୍ତୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକେ ଜାଣି ନ ଥିବେ ବୋଧେ ହୁଏ ।

1/5

ସର୍ବପ୍ରଥମେ, ଆମେ ବଚ୍ଚନ ପରିବାରର ବୋହୂ ଐଶ୍ବର୍ଯ୍ୟା ରାୟଙ୍କ ଶିକ୍ଷାଗତ ବିଷୟର ଜାଣିବା । ଐଶ୍ବର୍ଯ୍ୟା ତାଙ୍କ ସ୍କୁଲ ପାଠପଢା ଶେଷ କରିବା ପରେ ଅଭିନେତ୍ରୀ ଗ୍ରାଜୁଏସନ ପାଇଁ  ରାଚା ସଂସଦ ଆକାଡେମୀ ଅଫ ଆରର୍କିଟେକଚର (Rachna Sansad Academy of Architecture for her graduation)ରେ ଆଡମିଶନ ନେଇଥିଲେ। କିନ୍ତୁ ମଡେଲିଂ ହେତୁ ସେ ସ୍ନାତକୋତ୍ତର ସମାପ୍ତ କରିପାରିଲେ ନାହିଁ ଐଶ୍ବର୍ଯ୍ୟା ।

2/5

ଐଶ୍ୱର୍ଯ୍ୟାଙ୍କ ସ୍ୱାମୀ ତଥା ଅମିତାଭ ବଚ୍ଚନ ପୁଅ ଅଭିଷେକ ବଚ୍ଚନ, ଯିଏ ବୋଷ୍ଟନ ବିଶ୍ୱବିଦ୍ୟାଳୟ(Boston University) ରୁ ଅଭିନୟରେ ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ ଚଳଚ୍ଚିତ୍ର ଜଗତରେ ପାଦ ଥାପିବା ଯୋଗୁଁ ଅଭିଷେକ ମଧ୍ୟ ତାଙ୍କ ପାଠ୍ୟକ୍ରମ ଶେଷ କରି ପାରିନ ଥିଲେ।

3/5

ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ଯଦିଓ ସେ ଫିଲ୍ମରେ କାମ କରି ନାହାଁନ୍ତି । କିନ୍ତୁ ତାଙ୍କର ଫ୍ୟାନ୍ସଙ୍କ ସଂଖ୍ୟା କିଛି କମ୍ ନାହିଁ, ଶ୍ବତା ମଧ୍ୟ ତାଙ୍କ ପାଠପଢା(Switzerland) ସୁଇଜରଲାଣ୍ତରୁ ଆରମ୍ଭ କରିଥିଲେ। ତା’ପରେ ସେ ବୋଷ୍ଟନ୍ ୟୁନିଭରସିଟି ଆମେରିକା (Boston University America) ରୁ ସ୍ନାତକ ହାସଲ କରିଥିଲେ।

 

4/5

ଅମିତାଭ ବଚ୍ଚନଙ୍କ ପତ୍ନୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ଜୟା ବଚ୍ଚନ ଭୋପାଳର ସେଣ୍ଟ ଜୋସେଫଙ୍କ କନଭେଣ୍ଟ ସ୍କୁଲ(St.Joseph's Convent School in Bhopal)ରୁ ତାଙ୍କ ପାଠପଢା ଆରମ୍ଭ କରିଥିଲେ । ତା’ପରେ ଜୟା (FTII) ପୁଣେରୁ ଅଭିନୟରେ ସ୍ନାତକ ହାସଲ କରିଥିଲେ।

 

5/5

ବଲିଉଡର ସୁପରଷ୍ଟାର ସୁପରଷ୍ଟାର ଅମିତାଭ ବଚ୍ଚନ, ନୈନିତାଲ ସ୍କୁଲରୁ(Nainital school) ପାଠପଢା ଆରମ୍ଭ କରିଥିଲେ । ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରୀ ମାଲ କଲେଜରୁ ବିଏସସି(BSC from Kirori Mal College of Delhi University) ପାସ୍ କରିଥିଲେ।