Ukraine-Russia War: ୟୁକ୍ରେନରେ ଆସିବ ଜଳ ପ୍ରଳୟ!
Advertisement
Article Detail0/zeeodisha/odisha1405157

Ukraine-Russia War: ୟୁକ୍ରେନରେ ଆସିବ ଜଳ ପ୍ରଳୟ!

ଯଦି ଏହି ଡ୍ୟାମ ଭାଙ୍ଗିଯାଏ ତେବେ ୟୁକ୍ରେନର ୮୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହେବ। ଶତାଧିକ ସଂଖ୍ୟାରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁକିଛି ଜଳମଗ୍ନ ହେବ। 

Ukraine-Russia War: ୟୁକ୍ରେନରେ ଆସିବ ଜଳ ପ୍ରଳୟ!

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ୭ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଋଷ କ୍ରମାଗତ ଭାବେ ଆକ୍ରମଣ କରି ଆସୁଛି। ଏବେ ୟୁକ୍ରେନକୁ ଧ୍ୱଂସ କରିବାକୁ ଏବେ ଋଷ ନୂଆ ଷଡ଼ଯନ୍ତ୍ର ରଚୁଛି। ୟୁକ୍ରେନରେ ଜଳ ପ୍ରଳୟ କରିବାକୁ ଋଷ ସ୍ୱତନ୍ତ୍ର ରଣନୀତି ରଚିବାରେ ଲାଗିଛି। ଏନେଇ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡୋମିର ଜେଲନସ୍କି ନିଜ ବୟାନରେ ଇଙ୍ଗିତ ଦେଇଛନ୍ତି। ଜେଲେନସ୍କିଙ୍କ କହିବା ମୁତାବକ ହାଇଡ୍ରୋଇଲେକ୍ଟ୍ରିକ ଡ୍ୟାମ ଉପରେ ଋଷ ଖୁବ ଶୀଘ୍ର ଆକ୍ରମଣ କରିପାରେ। ଜେଲେନସ୍କି ଦାବି କରିଛନ୍ତି କି ଫ୍ଲାସ ଫ୍ଲେଗ ଅପରେସନରେ ଋଷ ଏହି ଆକ୍ରମଣ କରିପାରେ। ଯଦି ଏହି ଡ୍ୟାମ ଭାଙ୍ଗିଯାଏ ତେବେ ୟୁକ୍ରେନର ୮୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହେବ। ଶତାଧିକ ସଂଖ୍ୟାରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁକିଛି ଜଳମଗ୍ନ ହେବ। 

ସେହିପରି ସେ ଆହୁରି କହିଛନ୍ତି କି ଏହି ରଣନୀତି ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି। ସେହିପରି କାଖୋଓ୍ୱକା ଡ୍ୟାମ ଉପରେ ଆକ୍ରମଣ କରି ଋଷ ଏହି ଜଳପ୍ରଳୟ ରଚିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏପରି ହେବା ଦ୍ୱାରା ଦେଶରେ ଏକ ବଡ଼ ମାନବୀୟ ସଂକଟ ସୃଷ୍ଟି ହୋଇପାରେ। ୟୁରୋପୀୟ ନେତାଙ୍କୁ ସମ୍ବୋଦ୍ଧିତ କରି ଜେଲେନସ୍କି କହିଛନ୍ତି କି ଋଷ ସେନା ଏହି ଡ୍ୟାମ ଦ୍ୱୟକୁ ଭାଙ୍ଗିବାକୁ ଯୋଜନା କରିଛନ୍ତି। ଜେଲେନସ୍କି କହିଛନ୍ତି କି ଏହି ଡ୍ୟାମ ଉପରେ କୌଣସି ପ୍ରକାରର ବିପଦ ନାହିଁ। ଯଦି ଏହା ଉପରେ ଆକ୍ରମଣ ହେବ ତେବେ ଆଖପାଖ ଅଞ୍ଚଳ ବନ୍ୟାପ୍ଲାବିତ ହେବ। 
ଏହା ହେବା ଦ୍ୱାରା ଲକ୍ଷାଧିକ ଲୋକ ସମସ୍ୟାରେ ପଡ଼ି ପାରନ୍ତି। ଏହା ସହିତ ଦେଶର ଦକ୍ଷିଣ ଭାଗକୁ ଜଳସେଚନ ଏକ ପ୍ରକାର ବନ୍ଦ ହୋଇଯିବ। କେବଳ ଏତିକି ନୁହେଁ, ଜାପୋରିଝଜିଆ ନ୍ୟୁକ୍ଲିୟର ପାଓ୍ୱାର ପ୍ଲାଣ୍ଟର କୁଲିଂ ସିଷ୍ଟମ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଋଷ ତରଫରୁ ମଧ୍ୟ ଉତ୍ତର କ୍ରିମିଆରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉପରେ ୨୦୧୪ ମସିହାରୁ କବ୍ଜା କରି ରଖିଛି। ଜେଲନସ୍କି ଆଶଙ୍କା କରିଛନ୍ତି କି ଏଭଳି ସ୍ଥିତି ସୃଷ୍ଟି କରି ଜେଲନସ୍କି ବିପଦ ସୃଷ୍ଟି କରିପାରେ। 

ଜେଲନସ୍କିଙ୍କ ଉପଦେଷ୍ଟା ମିଖାଇଲୋ ପୋଡୋଲ୍ୟାକ କହିଛନ୍ତି କି ଋଷ ୟୁକ୍ରେନର ଏହି ଅଞ୍ଚଳରେ ୟୁକ୍ରେନ ସେନାଙ୍କୁ ଅଟକାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଯଦିଓ ୟୁକ୍ରେନ ପୂର୍ବରୁ ଏକ ବଡ଼ ସଂକଟ ସମୟ ଦେଇ ଗତି କରୁଛି। ଦେଶର ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଏହାର କାରଣ କି ବିଗତ ଦିନ ଗୁଡ଼ିକରେ ଋଷ ଆକ୍ରମଣରେ ବିଦ୍ୟୁତ ଉତ୍ସ ଗୁଡ଼ିକ ନଷ୍ଟ ହୋଇଯାଇଛି। ଏହି କାରଣରୁ ଦେଶରେ ବିଜୁଳି ସଂକଟ ଦେଖାଦେଇଛି। 

ସେପଟେ  ଜେଲନସ୍କିଙ୍କ ୟୁରୋପିଆନ ୟୁନିଅନ ପରିଷଦକୁ ସମ୍ବୋଧିତ କରି କହିଛନ୍ତି କି ଋଷର ନେତୃତ୍ୱ ଏବେ ଆମର ଶକ୍ତି ଉତ୍ସ ଗୁଡ଼଼ିକୁ ଯୁଦ୍ଧ କ୍ଷେତ୍ରରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛି। ଏହାର ପରିଣାମ ସାଂଘାତିକ ହେବ ବୋଲି ସେ କହିଥିଲେ।