Raju Srivastav : ପରଲୋକରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ (Raju Srivastav) । ଦିନେ ସମସ୍ତଙ୍କୁ ହସାଉଥିବା ଲୋକଟି ଆଜି ସମସ୍ତଙ୍କ ଆଖି୍ରେ ଲୁହ ଦେଇ ଆରପାରିକୁ ଚାଲିଗଲା। ସେ ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି।
Trending Photos
Raju Srivastav : ପରଲୋକରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ (Raju Srivastav) । ଦିନେ ସମସ୍ତଙ୍କୁ ହସାଉଥିବା ଲୋକଟି ଆଜି ସମସ୍ତଙ୍କ ଆଖି୍ରେ ଲୁହ ଦେଇ ଆରପାରିକୁ ଚାଲିଗଲା। ସେ ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି। ରାଜୁଙ୍କ ଦେହାନ୍ତରେ ସମଗ୍ର ଦେଶରେ ଶୋକ ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପିୟୁସ ଗୋୟଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଶୋକ ବ୍ୟକ୍ତ କରିବା ସହ ସୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।
ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ନିଜ ଟ୍ୱିଟର ହ୍ୟାଣ୍ଡେଲରେ ରାଜୁଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି,'ରାଜୁ ଶ୍ରୀବାସ୍ତବ ହସ ଏବଂ ସକରାତ୍ମକତା ସହିତ ଆମ ଜୀବନକୁ ଆଲୋକିତ କରିଛନ୍ତି । ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଗଲେ, କିନ୍ତୁ ସେ ବର୍ଷ ବର୍ଷ ଧରି ତାଙ୍କ କାର୍ଯ୍ୟ ମାଧ୍ୟମରେ ଅଗଣିତ ଲୋକଙ୍କ ହୃଦୟରେ ଜୀବିତ ରହିବେ । ତାଙ୍କ ମୃତ୍ୟୁ ଦୁଃଖଦାୟକ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି! ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ସେ ଟୁଇଟ କରିଛନ୍ତି ଯେ, "ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଜୀଙ୍କ ଜୀବନ ଶୈଳୀ ଭିନ୍ନ ଥିଲା। ସେ ତାଙ୍କର ଚମତ୍କାର ପ୍ରତିଭା ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ତାଙ୍କ ମୃତ୍ୟୁ କଳା ଜଗତ ପାଇଁ ଏକ ବଡ଼ କ୍ଷତି । ମୁଁ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଭଗବାନ ସେମାନଙ୍କୁ ଏହି ଦୁଖଃ ସହିବାକୁ ଶକ୍ତି ଦିଅନ୍ତୁ । ଓମ୍ ଶାନ୍ତି ଶାନ୍ତି " । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ସେ ଟୁଇଟ୍ କରିଛନ୍ତି ଯେ, "ରାଜୁ ଶ୍ରୀବାସ୍ତବ ଜୀଙ୍କର ପରଲୋକ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଖିତଃ "।
Saddened to learn about the passing away of Raju Srivastva ji.
Crowned as 'the king of comedy', his stand up acts made families laugh together. Sincere condolences to his family, friends and admirers. ॐ शांति। pic.twitter.com/bU7kJErdFZ
— Dharmendra Pradhan (@dpradhanbjp) September 21, 2022
Raju Srivastava brightened our lives with laughter, humour and positivity. He leaves us too soon but he will continue to live in the hearts of countless people thanks to his rich work over the years. His demise is saddening. Condolences to his family and admirers. Om Shanti. pic.twitter.com/U9UjGcfeBK
— Narendra Modi (@narendramodi) September 21, 2022
ରାଜୁ ଉତ୍ତରପ୍ରଦେଶ କାନପୁରରେ ୧୯୬୩ ମସିହା ୨୫ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ। ରାଜୁ ଶ୍ରୀବାସ୍ତବଙ୍କ ପୁରା ପ୍ରକୃତ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବ ରିଲ୍ ଲାଇଫରେ ଯେମିତି ଜଣେ ମଜାଦାର ମଣିଷ ରିଅଲ୍ ଲାଇଫରେ ବି ସେ ଖୁବ ଭଲ । ରାଜୁ ୧୯୯୩ ଜୁଲାଇ ୧ରେ ଶିଖା ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ। ରାଜୁଙ୍କର ଦୁଇଟି ସନ୍ତାନ ଅଛନ୍ତି। ସୂଚନା ଅନୁସାରେ, ଅଗଷ୍ଟ ୧୦ରେ ଜିମରେ ବ୍ୟାୟାମ କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସୁଧୁରି ନଥିବା ବେଳେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଖବର ଆସିଥିଲା କିନ୍ତୁ ଏବେ ତାଙ୍କର ମୃତ୍ୟୁ ଘଟିଛି।