Pakistan: ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣରେ ଥରହର କରାଚି ପୋଲିସ ମୁଖ୍ୟାଳୟ, ଜାରି ରହିଛି ଗୁଳିବର୍ଷଣ
Advertisement
Article Detail0/zeeodisha/odisha1576030

Pakistan: ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣରେ ଥରହର କରାଚି ପୋଲିସ ମୁଖ୍ୟାଳୟ, ଜାରି ରହିଛି ଗୁଳିବର୍ଷଣ

Karachi Terror Attack: ଶୁକ୍ରବାର କରାଚୀ ପୋଲିସ ମୁଖ୍ୟଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କାରଣରୁ ହୋଇଥିବା କ୍ଷୟକ୍ଷତି ବାବଦରେ କୌଣସି ଖବର ମିଳିନାହିଁ।  

Pakistan: ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣରେ ଥରହର କରାଚି ପୋଲିସ ମୁଖ୍ୟାଳୟ, ଜାରି ରହିଛି ଗୁଳିବର୍ଷଣ

Armed Militants Attack On Karachi Police Chiefs Office: ଫେବୃଆରୀ ୧୭ ତାରିଖ ଶୁକ୍ରବାର ସଶସ୍ତ୍ର ଆକ୍ରମଣକାରୀଙ୍କ ଆକ୍ରମଣରେ ଥରହର ହୋଇଉଠିଛି କରାଚି ପୋଲିସ ମୁଖ୍ୟଙ୍କ କାର୍ଯ୍ୟାଳୟ।  ଶୁକ୍ରବାର ସଶସ୍ତ୍ର ଆକ୍ରମଣକାରୀ କରାଚି ପୋଲିସ ମୁଖ୍ୟଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଗୁଳିମାଡ଼ କରିଥିଲ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରାଚିସ୍ଥିତ ଶାରିୟ ଫୈଜଲ ଠାରେ ଅବସ୍ଥିତ ପୋଲିସ ମୁଖ୍ୟଙ୍କ କାର୍ଯ୍ୟାଳୟରେ ଅତି କମରେ ୮ ଜଣ ସଶସ୍ତ୍ର ଆତଙ୍କବାଦୀ ଛପି ରହିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଅତି କମରେ ୮-୧୦ ଜଣ ସଶସ୍ତ୍ର ଆତଙ୍କବାଦୀ  ପୋଲିସ ମୁଖ୍ୟଙ୍କ କାର୍ଯ୍ୟାଳୟ ଭିତରେ ଅଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଛି। ଏହି ଆକ୍ରମଣ ପରେ କରାଚି ପୋଲିସ ଏବଂ ପାକିସ୍ଥାନ ରେଞ୍ଜର୍ସ ଘଟଣାାସ୍ଥଳକୁ ଘେରାବନ୍ଦୀ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରାୟ ୮ ଜଣ ଆତଙ୍କବାଦୀ  ହ୍ୟାଣ୍ଡ ଗ୍ରେନେଡ ଏବଂ ସ୍ୱୟଂଚାଳିତ ବନ୍ଧୁକ ବ୍ୟବହାର କରାଚୀ ପୋଲିସ ମୁଖ୍ୟଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ପାକିସ୍ତାନ ସିନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁରାଦ ଅଲୀ ଶାହା ସମ୍ପୃକ୍ତ ଡିଆଇଜିଙ୍କୁ ସେମାନଙ୍କ ଜୋନ୍‌ରୁ କର୍ମଚାରୀ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ମୁଖ୍ୟଙ୍କ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ଗ୍ରହଣୀୟ ନୁହେଁ। ପାକିସ୍ତାନୀ ଗଣମାଧ୍ୟମ ଡନ୍ କହିଛି ଯେ ମୁଖ୍ୟମନ୍ତ୍ରୀ ମୁରାଦ ଅଲୀ ଶାହ କହିଛନ୍ତି ଯେ ଅତିରିକ୍ତ ଆଇଜିଙ୍କ କାର୍ଯ୍ୟାଳୟରେ ହୋଇଥିବା ଆକ୍ରମଣରେ ଅପରାଧୀଙ୍କୁ ଗିରଫ କରାଯାଉ।