Sidhu Musewala murder case: ମୁସେଓ୍ୱାଲା ହତ୍ୟାକାଣ୍ଡ ମାମଲାରେ ବଡ଼ ଆକ୍ସନ: ନେପାଳ ସୀମାରୁ ଆଉ ଜଣେ ଗିରଫ
Advertisement
Article Detail0/zeeodisha/odisha1345550

Sidhu Musewala murder case: ମୁସେଓ୍ୱାଲା ହତ୍ୟାକାଣ୍ଡ ମାମଲାରେ ବଡ଼ ଆକ୍ସନ: ନେପାଳ ସୀମାରୁ ଆଉ ଜଣେ ଗିରଫ

Sidhu Musewala murder case: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ପଞ୍ଜାବ ପୋଲିସର ଆଣ୍ଟି ଗ୍ୟାଙ୍ଗଷ୍ଟାର ଟାଷ୍କ ଫୋର୍ସର ଏକ ମିଳିତ ଅପରେସନରେ ସିଲିଗୁଡ଼ି ନିକଟରୁ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି।

Sidhu Musewala murder case: ମୁସେଓ୍ୱାଲା ହତ୍ୟାକାଣ୍ଡ ମାମଲାରେ ବଡ଼ ଆକ୍ସନ: ନେପାଳ ସୀମାରୁ ଆଉ ଜଣେ ଗିରଫ

Sidhu Musewala murder case:  ନୂଆଦିଲ୍ଲୀ: ଗୀତିକାର ସିଦ୍ଧୁ  ମୁସେଓ୍ୱାଲାଙ୍କ ହତ୍ୟାକାଣ୍ଡ ମାମଲାରେ ଆଉ ସଫଳତା ହାତେଇଛି ପୋଲିସ। ଆଉ ଗିରଫଦାରୀ ସହିତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ସିଦ୍ଧୁ ମୁସେଓ୍ୱାଲା ହତ୍ୟାକାଣ୍ଡ ମାମଲାରେ ପୋଲିସ ସୁଟର ଦିପକ ମୁଣ୍ଡିକୁ ପଶ୍ଚିମବଙ୍ଗ ସୀମାରୁ ଗିରଫ କରିଛି। ଦୀପକ ମୁଣ୍ଡି ସହିତ ତାଙ୍କର ସହଯୋଗୀ ରାଜେନ୍ଦ୍ର ଜୋକରକୁ ମଧ୍ୟ ପଶ୍ଚିମବଙ୍ଗ ସୀମାରୁ ଗିରଫ କରିଛି। 

ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ପଞ୍ଜାବ ପୋଲିସର ଆଣ୍ଟି ଗ୍ୟାଙ୍ଗଷ୍ଟାର ଟାଷ୍କ ଫୋର୍ସର ଏକ ମିଳିତ ଅପରେସନରେ ସିଲିଗୁଡ଼ି ନିକଟରୁ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ କହିବା ମୁତାବକ ମୁଣ୍ଡୀ ନେପାଳ ସୀମାରୁ ଗିରଫ କରାଯାଇଛି। ତାହାକୁ ଆସନ୍ତା କାଲି ମାନସା ଅଣାଯିବାର ବ୍ୟବସ୍ଥା କରାଯାଉଛି। 

ପଞ୍ଜାବର ମାନସା ଜିଲ୍ଲାରେ ଚଳିତ ବର୍ଷ ମଇ ୨୯ ତାରିଖରେ ସିଦ୍ଧୁ ମୁସେଓ୍ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ୩ ଜଣ ସାର୍ପ ସୁଟର ନିୟୋଜିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ପ୍ରିୟବର୍ତ୍ତ ଫୌଜୀ, ଅଙ୍କିତ ସେରସା ଓ କଶିସ ଓରଫ କୁଲଦୀପକୁ ପୋଲିସ ପୂର୍ବରୁ ଗିରଫ କରିସାରିଛି। ଏମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ପୋଲିସ ଏନକାଉଣ୍ଟରରେ ନିହତ ହୋଇ ସାରିଛନ୍ତି। 

ସୂଚନାଯୋଗ୍ୟ ସିଦ୍ଧୁଙ୍କ ହତ୍ୟାକାଣ୍ଡକୁ ନେଇ ସେହି ସମୟରେ ତମାମ ଦେଶରେ ବେଶ ହଟଚମଟ ସୃଷ୍ଟି ହୋଇଥିଲା। ମାମଲା ତଦନ୍ତ ପାଇଁ ପୋଲିସ ଉପରେ ବେଶ ଚାପ ରହିଥିଲା। ତେବେ ଖୁବ କମ ଦିନ ମଧ୍ୟରେ ସିଦ୍ଧୁଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସମ୍ପର୍କରେ ପୋଲିସ ଖୁଲାସା କରିଥିଲା। ପଂଜାବୀ ସିଙ୍ଗର୍ କଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ  ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ତାର ଇଙ୍ଗିତ ଓ ଷଡ଼ୟନ୍ତ୍ରରେ ହିଁ ସିଦ୍ଧୁଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଥିଲା ଦିଲ୍ଲୀ ପୋଲିସ। ଲରେନ୍ସ ଏବେ ତିହାର ଜେଲ୍‌ରେ ଅଛି। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଘନ ଘନ ଜେରା କରାଯିବା ପରେ ଲରେନ୍ସ କହିଥିଲା କି ତାର ଗ୍ୟାଙ୍ଗ ସିଦ୍ଧୁଙ୍କୁ ହତ୍ୟା କରିଥିଲା। କିନ୍ତୁ ସେ ନିଜେ ଏଥିରେ ସିଧାସଳଖ ସଂପୃକ୍ତ ନୁହେଁ।

ବଲିଉଡ ଷ୍ଟାର ସଲମାନ ଖାନ୍ ଓ ତାଙ୍କ ବାପା ସଲିମ ଖାନଙ୍କୁ ଧମକ ପଛରେ ତାର ହାତ ନଥିବା ମଧ୍ୟ କହିଥିଲା ଲରେନ୍ସ। ଗତ ମେ ୨୯ ତାରିଖରେ ସିଦ୍ଧୁ ମୁସେଓ୍ୱାଲାଙ୍କୁ ଆଖିବୁଜା ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଦେହରେ ବାଜିଥିଲା ୧୯ଟି ଗୁଳି। କାନାଡ଼ାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ତାର ଫେସବୁକ୍ ପୋଷ୍ଟରେ ମାନିଥିଲା ଯେ, ସିଦ୍ଧୁଙ୍କ ହତ୍ୟା ପଛରେ ତାର ହାତ ରହିଥିଲା।