Shocking News: କୂଅରେ ପଡ଼ିଗଲେ ଉଭୟ ଉଭୟ ଶୀକାରୀ-ଶୀକାର, ଭାଇରାଲ ହେଉଛି ଭିଡ଼ିଓ
Advertisement
Article Detail0/zeeodisha/odisha1573342

Shocking News: କୂଅରେ ପଡ଼ିଗଲେ ଉଭୟ ଉଭୟ ଶୀକାରୀ-ଶୀକାର, ଭାଇରାଲ ହେଉଛି ଭିଡ଼ିଓ

Hunter and Hunted fell into well: ଶୀକାର ବେଳେ କୂଅରେ ଗଳି ପଡ଼ିଛନ୍ତି ଉଭୟ ଶୀକାରୀ ଏବଂ ଶୀକାର। ଆଉ ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। 

 

Shocking News: କୂଅରେ ପଡ଼ିଗଲେ ଉଭୟ ଉଭୟ ଶୀକାରୀ-ଶୀକାର, ଭାଇରାଲ ହେଉଛି ଭିଡ଼ିଓ

Cat and Leopard Fell into well: ଜୀବନ ଏବଂ ମୃତ୍ୟୁ ସର୍ବଦା ମଣିଷ ସହ ଖେଳି ଆସୁଛନ୍ତି। କେତେବେଳେ ଜୀବନ ଜିତେ, ଆଉ କେତେବେଳେ ମୃତ୍ୟୁ ବାଜି ମାରିନିଏ। ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଚାଲିଥିବା ଖେଳ କେବଳ ମଣି। ଜଗତରେ ହୁଏ ନାହିଁ ବରଂ ପଶୁ ଜଗତରେ ମଧ୍ୟ ହୋଇଥାଏ। ଏପରି ଅନେକ ଘଟଣା ଅଛି ଯେତେବେଳେ ଶୀକାରୀ, ଶୀକାର ଠାରୁ ଖସିଯିବାକୁ ଚେଷ୍ଟା କରେ। ଅନେକ ଥର ଉଭୟ ଶୀକାରୀ ଏବଂ ଶୀକାର ଜୀବନ ସଂଗ୍ରାମରେ ଜଡିତ ହୋଇଥାନ୍ତି, ଯେତେବେଳେ ସେମାନେ ସେମାନେ ବଞ୍ଚିବା ପାଇଁ ପ୍ରାର୍ଥନା କରୁଥିବା ଭଳି ମନେହୁଏ।
 
ସଦ୍ୟ ମହାରାଷ୍ଟ୍ରର ଜଙ୍ଗଲରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ଶୀକାର କରିବା ସମୟରେ ଗୋଟିଏ କଲରା ପତ୍ରିଆ ବାଘ ବିଲେଇ ସହିତ କୂଅରେ ପଡ଼ିଯାଇଥିଲା। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭାରତୀୟ ବନସେବା ଅଧିକାରୀ ସୁରେନ୍ଦ୍ର ମେହେରା ଏହି ଭିଡିଓ ଟ୍ୱିଟ କରିଛନ୍ତି। ଯେଉଁଥିରେ ଆପଣ ଦେଖିପାରିବେ ଯେ ଗୋଟିଏ ଚିତାବାଘ ଏବଂ ଅନ୍ୟ ଏକ ବିଲେଇ କୂଅରେ ପଡ଼ିଯାଇଥିଲେ। କୂଅରେ ପଡ଼ିଯିବା ପରେ ଉଭୟେ ନିଜ ଜୀବନ ବଞ୍ଚାଇବାକୁ ଆତୁର ହୋଇଉଠିଛନ୍ତି।  ଶୀକାର କରିବାକୁ ଆସିବା ବେଳେ କଲରା ପତ୍ରିଆ ବାଘ ଭୁଲି ଯାଇଥିଲା ଯେ ସେ ବିଲେଇ ଶୀକାର କରିବାକୁ ଆସିଛି।

ଶୀକାର କରିବାକୁ ଆସି ବିଲେଇ ସହ ଏକ କୂଅରେ ଗଳି ପଡ଼ିଥିଲା କଲରା ପତ୍ରିଆ ବାଘ। କୂଅରେ ସେହି କଲରା ପତ୍ରିଆ ବାଘ ବିଲେଇ ପ୍ରତିକ୍ରିୟା ଦେଖାଇଥିଲା। ଅନ୍ୟପଟେ କୂଅରେ ଗଳି ପଡ଼଼ିଥିବା ବିଲେଇ କଲରା ପତ୍ରିଆ ବାଘ ଉପରେ ଚଢି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ବଞ୍ଚିବା ପାଇଁ ବିଲେଇ ଭଳି ଆଚରଣ କରୁଥିବା ସେହି କଲରା ପତ୍ରିଆ ବାଘ ଶୀକାର କରିବାକୁ ଆସି ବିଲେଇ ପଛରେ ମୃତ୍ୟୁ ଭଳି ଗୋଡ଼ାଇଥିଲା।

କୂଅରେ ଗଳି ପଡ଼ିବା ପରେ ପାଣିରେ ପହଁରି କଲରା ପତ୍ରିଆ ବାଘ ଉପରେ ଚଢିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛି। ହେଲେ କୂଅରେ ପଡ଼ିଯିବା ଆଗରୁ ସେହି ବିଲେଇ ଶୀକାର କରିବାକୁ ଆସିଥିବା କଲରା ପତ୍ରିଆ ବାଘ କବଳରୁ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲା। ଏହି ଘଟଣା ପ୍ରମାଣ କରୁଛି ଯେ ଅନେକ ଥର ଉଭୟ ଶୀକାରୀ ଏବଂ ଶୀକାରୀ ଅନ୍ୟ ପକ୍ଷର ଶୀକାର ହୋଇଯାଇଥାନ୍ତି। ପରେ ଉଭୟେ ଭୁଲିଯାଆନ୍ତି ଯେ ପୂର୍ବରୁ ସେମାନଙ୍କର ଲକ୍ଷ୍ୟ କ’ଣ ରହିଥିଲା। ପୂର୍ବରୁ ଆସିଥିବା ମୃତ୍ୟୁ ରୂପକ ଶୀକାରୀ କବଳରୁ ଶୀକାର ନିଜ ଜୀବନ ରକ୍ଷା କରିବାକୁ ସଂଘର୍ଷ କରୁଥିବା ଭଳି ମନେହୁଏ। ଯେତେବେଳେ ସାମ୍ନାରେ ମୃତ୍ୟୁ ଆସିଥାଏ ଶତ୍ରୁ ମଧ୍ୟ ଏକାଠି ହୋଇଯାଆନ୍ତି। ଜଙ୍ଗଲୀ ଜୀବନରେ ପ୍ରତିଦିନ ଏପରି ଘଟଣା ଘଟିଥାଏ। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଏ ପର୍ଯ୍ୟନ୍ତ ୩୩ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି।