ଆଜି ମହାରାଷ୍ଟ୍ରରେ କ୍ୟାବିନେଟ ବିସ୍ତାର: ଏହି ୨୦ ଜଣ ନେଇପାରନ୍ତି ମନ୍ତ୍ରୀ ପଦର ଶପଥ, ଦେଖନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha1294718

ଆଜି ମହାରାଷ୍ଟ୍ରରେ କ୍ୟାବିନେଟ ବିସ୍ତାର: ଏହି ୨୦ ଜଣ ନେଇପାରନ୍ତି ମନ୍ତ୍ରୀ ପଦର ଶପଥ, ଦେଖନ୍ତୁ ପୂରା ତାଲିକା

 Maharashtra Cabinet Expansion: ଆପଣଙ୍କୁ କହି ରଖୁଛୁ ଯେ, ଶିବସେନା (Shiv Sena) ର ବରିଷ୍ଠ ନେତା ତଥା ବିଧାୟକ ଏକନାଥ ସିନ୍ଦେ (Eknath Shinde) ଜୁନ ୩୦ରେ ମୁଖ୍ୟମନ୍ତ୍ରୀ ଓ ବିଜେପି (BJP) ନେତା ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । 

ଆଜି ମହାରାଷ୍ଟ୍ରରେ କ୍ୟାବିନେଟ ବିସ୍ତାର: ଏହି ୨୦ ଜଣ ନେଇପାରନ୍ତି ମନ୍ତ୍ରୀ ପଦର ଶପଥ, ଦେଖନ୍ତୁ ପୂରା ତାଲିକା

ମୁମ୍ୱାଇ: Maharashtra Cabinet Expansion: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ପ୍ରାୟ ୪୦ ଦିନ ପରେ ଏକନାଥ ସିନ୍ଦେ ଆଜି ଅର୍ଥାତ ଅଗଷ୍ଟ ୯ରେ ନିଜ ସରକାରଙ୍କ କ୍ୟାବିନେଟ (Eknath Shinde Govt Cabinet Expansion) କୁ ବିସ୍ତାର କରିବେ । ରାଜ ଭବନରେ ସକାଳ ୧୧ରେ ଭଗତ ସିଂ କୋଶୟାରି (Bhagat Singh Koshyari) ସିନ୍ଦେ ଗୋଷ୍ଠୀ-ବିଜେପି ମେଣ୍ଟର ବିଧାୟକଙ୍କୁ ଶପଥ ଗ୍ରହଣ କରାଇବେ । ପ୍ରାୟ ୨୦ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ପରବର୍ତ୍ତୀ ପର୍ଯ୍ୟାୟ ସମ୍ପ୍ରସାରଣ କିଛି ସମୟ ପରେ ହେବ ।

ଆପଣଙ୍କୁ କହି ରଖୁଛୁ ଯେ, ଶିବସେନା (Shiv Sena) ର ବରିଷ୍ଠ ନେତା ତଥା ବିଧାୟକ ଏକନାଥ ସିନ୍ଦେ (Eknath Shinde) ଜୁନ ୩୦ରେ ମୁଖ୍ୟମନ୍ତ୍ରୀ ଓ ବିଜେପି (BJP) ନେତା ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଜୁଲାଇ ୪ରେ ମହାରାଷ୍ଟ୍ର ବିଧାନସଭାରେ ସିନ୍ଦେ-ଫଡନାଭିସ୍ ସରକାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥିଲେ । ଦୁଇ ସଦସ୍ୟ ବିଶିଷ୍ଟ କ୍ୟାବିନେଟର ଅନେକ ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏହାପୂର୍ବରୁ ସିନ୍ଦେ ନେତୃତ୍ୱାଧୀନ ଦଳର ବିଦ୍ରୋହ ପରେ ଉଦ୍ଧବ ଠାକରେ (Uddhav Thackeray) ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ସରକାରଙ୍କ ପତନ ହୋଇଥିଲା ।

ସିନ୍ଦେ କ୍ୟାମ୍ପରୁ କ୍ୟାବିନେଟ୍ ପାଇଁ ସମ୍ଭାବ୍ୟ ନାମ 

ଉଦୟ ସାମନ୍ତ, ସନ୍ଦୀପ ଭୁମରେ, ଦାଦା ଭୁସେ, ଶମ୍ଭୁରାଜେ ଦେଶାଇ, ଭରତ ଗୋଗାଭଲେ, ରାଜେନ୍ଦ୍ର ଯଦରାବକର, ଗୁଲାବ୍ରାଓ ପାଟିଲ, ବଚ୍ଚୁ କାଦୁ, ସଞ୍ଜୟ ଶିରସାଠ, ତାନଜୀ ସାୱନ୍ତ, ସଦା ସରଭଣକର, ପ୍ରକାଶ ଅଭିଟକର ଏବଂ ଆଶିଷ ଜୈସୱାଲ ।

ଏହା ବି ପଢ଼ନ୍ତୁ:-ଆସୁଛି ଆଉ ଏକ ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷିବ! ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ଏହା ବି ପଢ଼ନ୍ତୁ:-ହନିମୁନ୍ ପିରିୟଡ ଶେଷ! ଏକନାଥ ସିନ୍ଦେଙ୍କ ଉପରେ ବର୍ଷିଲେ ଏହି ବିଧାୟକ; ଆସ୍ଥା ଭୋଟ ସମୟରେ ଦେଇଥିଲେ ସାଥ୍

ଏହା ବି ପଢ଼ନ୍ତୁ:-ମଙ୍ଗଳବାର ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ନଚେତ୍ ଭୋଗିବେ ଏହାର ଖରାପ ପରିଣାମ!

ବିଜେପିରୁ କ୍ୟାବିନେଟ୍ ପାଇଁ ସମ୍ଭାବ୍ୟ ନାମ 

ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନ, ସୁଧୀର ମୁଙ୍ଗନ୍ତୀୱାର, ସୁଭାଷ ଦେଶମୁଖ, ସୁରେଶ ଖାଡେ, ରାଧାକୃଷ୍ଣ ବିକାଶ ପାଟିଲ, ମଙ୍ଗଲ ପ୍ରଭାସ ଲୋଢା, ରବିନ୍ଦ୍ର ଚାବନ, ବିଜୟକୁମାର ଗାଭିତ, ଅତୁଲ ସାଭେ, ଜୟକୁମାର ରାୱଲ, ସନ୍ଦୀପ ଧୁର୍ଭେ, ଗଣେଷ ନାଇକ, ନିତେଶ ରାଣେ, ରାଜେନ୍ଦ୍ର ପାଟନୀ, ରଣଧୀର ସାବରକର,  ସମୀର କୁନାୱାର ଏବଂ ଦେବଯାନି ଫରାନ୍ଦେ । କ୍ୟାବିନେଟର ସମ୍ପ୍ରସାରଣର ଏହା ପ୍ରଥମ ପର୍ଯ୍ୟାୟ ହେବ । କିଛି ଦିନ ପରେ ପୁଣିଥରେ କ୍ୟାବିନେଟ୍ ବିସ୍ତାର କରାଯିବ । 

ସେପଟେ କ୍ୟାବିନେଟ ବିସ୍ତାରରେ ବିଳମ୍ବ ଯୋଗୁଁ ବିରୋଧୀମାନେ କ୍ରମାଗତ ଭାବରେ ସିନ୍ଦେ-ଫଡନାଭିସ୍ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଅଜିତ ପାୱାର କହିଛନ୍ତି ଯେ, ତାଙ୍କ ସହ ଆସିଥିବା ପ୍ରତ୍ୟେକ ବିଧାୟକଙ୍କୁ ମନ୍ତ୍ରୀ କରିବାକୁ ସିନ୍ଦେ ପ୍ରତିଶୃତି ଦେଇଛନ୍ତି । ବର୍ତ୍ତମାନ ସିନ୍ଦେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବାରେ ସକ୍ଷମ ନୁହଁନ୍ତି ତେଣୁ କ୍ୟାବିନେଟର ସମ୍ପ୍ରସାରଣରେ ବିଳମ୍ବ ହେଉଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ବିସ୍ତାରରେ ବିଳମ୍ବ ହେବାର କାରଣ କହିବା ଉଚିତ ବୋଲି ସେ କହିଛନ୍ତି ।