Republic Day 2023: ୭୩ ନାଁ ୭୪, ଚଳିତ ବର୍ଷ କେତେ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଭାରତ?
Advertisement
Article Detail0/zeeodisha/odisha1541133

Republic Day 2023: ୭୩ ନାଁ ୭୪, ଚଳିତ ବର୍ଷ କେତେ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଭାରତ?

Republic Day Celebration: ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ପାଳନ କରିଥାନ୍ତି କୋଟି କୋଟି ଭାରତୀୟ। ହେଲେ ଏଥର ଦେଶରେ ୭୩ ତମ ନାଁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେବ ତାହାକୁ ନେଇ ଅନେକ ଦେଶବାସୀଙ୍କ ମଧ୍ୟରେ ଏକ ଦ୍ୱନ୍ଦ୍ୱ ରହିଛି। 

Republic Day 2023: ୭୩ ନାଁ ୭୪, ଚଳିତ ବର୍ଷ କେତେ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଭାରତ?

Republic Day of India: ଆଉ କିଛି ଦିନ ପରେ ଦେଶରେ ପାଳିତ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ। ହେଲେ କ'ଣ ଆପଣ ଜାଣନ୍ତି ଯେ ଚଳିତ ବର୍ଷ ଦେଶରେ କେତେ ତମ ସାଧାରଣ ଦିବସ ପାଳିତ 
ହେବାକୁ ଯାଉଛି? ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ପାଳନ କରିଥାନ୍ତି କୋଟି କୋଟି ଭାରତୀୟ। ହେଲେ ଏଥର ଦେଶରେ ୭୩ ତମ ନାଁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେବ ତାହାକୁ ନେଇ ଅନେକ ଦେଶବାସୀଙ୍କ ମଧ୍ୟରେ ଏକ ଦ୍ୱନ୍ଦ୍ୱ ରହିଛି। ଯେଉଁମାନେ ଏହି ଜାତୀୟ ଦିବସ ଅବସରରେ ଭାଷଣ ଦେବାକୁ ଯାଉଛନ୍ତି କିମ୍ବା କୌଣସି କାର୍ଯ୍ୟକ୍ରମରେ ଆଙ୍କରିଂ କରିବାକୁ ଯାଉଛନ୍ତି। ସେମାନେ ଏ ସମ୍ପର୍କରେ ଭଲ ଭାବରେ ଜାଣିବା ଆବଶ୍ୟକ। ଏଭଳି ପରିସ୍ଥିତିରେ, ଆପଣ ମଧ୍ୟ ଜାଣି ରଖନ୍ତୁ ଯେ ଚଳିତ ବର୍ଷ ଦେଶରେ ୭୩ ତମ ନାଁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି?

୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପରେ ପରିଣତ ହୋଇଥିଲା ଭାରତ ବର୍ଷ। ୧୯୫୧ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ସାଧାରଣତନ୍ତ୍ର ରାଷ୍ଟ୍ର ହେବାକୁ ଗୋଟିଏ ବର୍ଷ ପୂରଣ ହୋଇଥିଲା। ପ୍ରଥମେ ୧୯୫୦ ମସିହାରେ ଦେଶରେ ପାଳିତ ହୋଇଥିଲା ପ୍ରଥମ ସାଧାରଣତନ୍ତ୍ର ଦିବସ। ଏହା ପରେ ୧୯୫୧ ମସିହାରେ ଦେଶରେ ପାଳିତ ହୋଇଥିଲା ଦ୍ୱିତୀୟ ସାଧାରଣତନ୍ତ୍ର ଦିବସ। ସେହିଭଳି ୧୯୫୯ ମସିହାରେ ଦଶମ, ୧୯୬୯ ମସିହାରେ ୨୦ ତମ, ୧୯୯୯ ମସିହାରେ ୫୦ ତମ, ୨୦୨୨ ମସିହାରେ ୭୩ ତମ ସାଧଣତନ୍ତ୍ର ଦିବସ ଦେଶରେ ପାଳନ କରାଯାଇଥିଲା। ଚଳିତ ବର୍ଷ ଦେଶରେ ୭୪ ତମ ସାଧାଣତନ୍ତ୍ର ଦିବସ ପାଳନ ହେବ।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧିନ ହୋଇଥିଲା ଭାରତ। ହେଲେ ସେତେବେଳେ ଭାରତ ବର୍ଷ ଏକ ଗଣତାନ୍ତ୍ରିକ ଦେଶ ରୂପେ ପରିଚୟ ପାଇଥିଲା। ଦେଶ ସ୍ୱାଧିନ ହେବାର ପ୍ରାୟ ୩ ବର୍ଷ ପରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପରେ ପରିଣତ ହୋଇଥିଲା ଭାରତ। କାରଣ ସେହି ବର୍ଷ ସ୍ୱାଧିନତ୍ତୋର ଭାରତ ବର୍ଷର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ସେବେଠାରୁ ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖରେ ଏହି ଜାତୀୟ ଉତ୍ସବ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଆସୁଛି। 

ଭାରତ ବର୍ଷର ଦେଶର ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଲାଗୁ ହୋଇଥିଲା। ଏହା ପୂର୍ବରୁ ଦେଶରେ ନା କୌଣସି ସମ୍ବିଧାନ ଥିଲା ନାଁ ରାଷ୍ଟ୍ରପତି ଥିଲେ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ୧୯୪୭, ୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ୧୯୫୦, ୨୬ ଜାନୁଆରୀରେ ରାଷ୍ଟ୍ରପତି ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ସାଧାରଣତନ୍ତ୍ର ଏବଂ ଗଣତନ୍ତ୍ର ରାଷ୍ଟ୍ର ମଧ୍ୟରେ ଏକ ପାର୍ଥକ୍ୟ ରହିଛି। ତାହା ହେଉଛି ରାଷ୍ଟ୍ରମୁଖ୍ୟ ପଦବୀ। ଯଦି କୌଣସି ଦେଶର ରାଷ୍ଟ୍ରମୁଖ୍ୟ ସେହି ଦେଶର ନାଗରିକଙ୍କ ଦ୍ୱାରା ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି, ତାହେଲେ ସେହି ଦେଶକୁ ସାଧାରଣତନ୍ତ୍ର ରାଷ୍ଟ୍ର ବୋଲି କୁହାଯାଏ। ଉଦାହରଣ ସ୍ୱରୂପ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଇସ୍ରାଏଲ। ଯାହାଙ୍କୁ ସାଧାରଣତଃ ରାଷ୍ଟ୍ରପତି ବୋଲି କୁହାଯାଏ। ସାଧାରଣତନ୍ତ୍ର ରାଷ୍ଟ୍ରରେ ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ କିମ୍ବା ସରକାରୀ ମୁଖ୍ୟ ମଧ୍ୟ ହୋଇଥାନ୍ତି। ହେଲେ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଷ୍ଟ୍ରମୁଖ୍ୟ ପଦବୀ ପ୍ରାୟତଃ ରାଜ ପରିବାର ହାତରେ ରହିଥାଏ। ଉଦାହରଣ ସ୍ୱରୂପ ଜାପାନ ଏବଂ ବ୍ରିଟେନ। ଉଭୟ ଜାପାନ ଏବଂ ବ୍ରିଟେନ ଭଳି ଦେଶର ରାଷ୍ଟ୍ରମୁଖ୍ୟ ପଦବୀ ସେହି ଦେଶର ସମ୍ରାଟ ଅର୍ଥାତ ରାଜ ପରିବାର ପାଖରେ ରହିଛି।