Union Cabinet: ପେଟ୍ରୋଲ୍ ନିର୍ଭରଶୀଳତାକୁ କମ୍ କରିବା ଲାଗି ଆପଣାଯାଇଥିବା ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ୨୦ ପ୍ରତିଶତକୁ ବୃଦ୍ଧି ପରିବା ଲାଗି କେନ୍ଦ୍ର ସରକାର ଚାଷୀଙ୍କୁ ଅଧିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଦିନ ଏବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Trending Photos
ନୂଆଦିଲ୍ଲୀ: ଚିନି ବାହାର କରାଯିବା ପରେ ଯେଉଁ ଗୁଡ଼ ରହିଲା ତାହାକୁ ସରକାର ଲିଟର ପିଛା ୫୭ ଟଙ୍କା ୯୭ ପଇସା ଦରରେ କିଣିବେ। ପୂର୍ବରୁ ଏହି ଦର ୫୬ଟଙ୍କା ୫୮ ପଇସା ଥିଲା। ପେଟ୍ରୋଲ୍ ନିର୍ଭରଶୀଳତାକୁ କମ୍ କରିବା ଲାଗି ଆପଣାଯାଇଥିବା ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ୨୦ ପ୍ରତିଶତକୁ ବୃଦ୍ଧି ପରିବା ଲାଗି କେନ୍ଦ୍ର ସରକାର ଚାଷୀଙ୍କୁ ଅଧିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଦିନ ଏବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଚାଷୀ ମଙ୍ଗଳ ଏବଂ ସ୍ୱଚ୍ଛ ବିକାଶ ଲାଗି ଆଖୁ ଭିତ୍ତିକ ଇଥାନଲକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଯାହାଦ୍ୱାରା ୨୦୧୪-୧୫ ଆର୍ଥିକ ବର୍ଷରେ ଯେଉଁ ମିଶ୍ରଣ ପରିମାଣ ୨-୩ ପ୍ରତିଶତ ଥିଲା ଏବେ ତାହା ୧୮ରୁ ୧୯ ପ୍ରତିଶତରେ ପହଞ୍ଚିପାରିଛି। ଅର୍ଥାତ୍ ଏକ ଲିଟର ପେଟ୍ରୋଲରେ ୧୯୦ ମିଲିଲିଟର ପ୍ରାକୃତିକ ଇଥାନଲ ମିଶାଇ ତୈଳ କମ୍ପାନୀମାନେ ବିକ୍ରି କରୁଛନ୍ତି। ପରିବେଶର ସୁରକ୍ଷା ତଥା ଦେଶର ବୈଦେଶିକ ପାଣ୍ଠି ବଞ୍ଚାଉଥିବା ଏହି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ତଥା ୨୦ ପ୍ରତିଶତ ମିଶ୍ରଣ ଲକ୍ଷ୍ୟ ପୂରଣ ପାଇଁ ସରକାର ଆଜି କ୍ୟାବିନେଟରେ ଚାଷୀଙ୍କ ଲାଗି ଅଧିକ ସହାୟତା ଘୋଷଣା କରିଛନ୍ତି।
Cabinet approves administered ex-mill price of ethanol derived from C Heavy Molasses at Rs.57.97 per litre, under the Ethanol Blended Petrol programme, for the Ethanol Supply Year 2024-25: I&B Minister @AshwiniVaishnaw
@MIB_India | @PIB_India pic.twitter.com/Mp1folRv0i
— All India Radio News (@airnewsalerts) January 29, 2025
କ୍ୟାବିନେଟ୍ ନିଷ୍ପତ୍ତିକୁ ମିଡିଆ ସାମ୍ନାରେ ପ୍ରକାଶ କରି ଶ୍ରୀ ବୈଷ୍ଣବ କହିଛନ୍ତି, "ନୂଆ ନିର୍ଦ୍ଧାରଣ ଅନୁସାରେ ସରକାର ସି ହେବି ମୋଲାସେସ୍ ବର୍ଗର ଗୁଡ଼ ପାଇଁ ଏକ ଲିଟର ପିଛା ଦରକୁ ୫୭.୯୭ ପଇସା କରାଯାଇଥିବାବେଳେ ବି ହେବି ମୋଲାସେସ୍ ଲାଗି ୬୦ ଟଙ୍କା ୭୩ ବଇସା ଏବଂ ଆଖୁ ରସ, ଚିନି ବା ଚିନି ସିରପ୍ ଲାଗି ଲିଟର ପିଛା ଦର ୬୫ ଟଙ୍କା ୬୧ ପଇସା କରାଯାଇଛି। ସି ହେବି ବର୍ତଗର ଗୁଡ଼ ଇଥାନଲ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚିନି ନିର୍ଗମନ ପରେ ଏହି ଗୁଡ଼ ରହିଥାଏ। ଏହାକୁ ଏପରିବହନ ଏବଂ ଏ ବାବଦୀୟ ଜିଏସ୍ଟି ବାବଦରେ ଦେୟ ସରକାର ଅଲଗା ପ୍ରଦାନ କରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଗତ ୧୦ ବର୍ଷ ଭିତରେ ଏହିଭଳି ଇଥାନଲ ମିଶ୍ରଣ ଦ୍ୱାରା ଭାରତ ଏକ ଉତ୍ତମ ବର୍ଗର ଇନ୍ଧନ ପ୍ରସ୍ତୁତ କରୁଛି। ଏହାଦ୍ୱାରା ଭାରତ ପ୍ରାୟ ୧ ଲକ୍ଷ ୧୩ ହଜାର ୭ କୋଟି ଟଙ୍କାର ବୈଦେଶିକ ପୁଞ୍ଜି ସଞ୍ଚୟ କରିଛି। ଏହା ୧୯୩ ଲକ୍ଷ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଆମଦାନୀରୁ ଦେଶକୁ ବଞ୍ଚାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଇଥାନଲ୍ ମିଶ୍ରଣ ପରିମାଣ ହାରାହାରି ୧୪.୬୦ ପ୍ରତିଶତ ରହିଛି।