ସରକାର ନେଲେ ବଡ଼ ପଦକ୍ଷେପ; ଶସ୍ତା ହେବ ସୁନା, ଖାଇବା ତେଲର ମୂଲ୍ୟ ବି କମିବ!
Advertisement
Article Detail0/zeeodisha/odisha1378789

ସରକାର ନେଲେ ବଡ଼ ପଦକ୍ଷେପ; ଶସ୍ତା ହେବ ସୁନା, ଖାଇବା ତେଲର ମୂଲ୍ୟ ବି କମିବ!

Gold Price and Edible Oil Price:  ଚଳିତ ପାର୍ବଣ ଋତୁରେ ଖାଇବା ତେଲ ଓ ସୁନା-ରୁପା (Gold Silver) ର ବେସିକ ଆମଦାନୀ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର (Central Govt) ନିଷ୍ପତ୍ତି ନେଇଛନ୍ତି । ଯେତେବେଳେ ସୁନା (Gold) କଥା ଆସେ, ଭାରତ ହେଉଛି ସୁନାର ଦ୍ୱିତୀୟ ବୃହତ୍ତମ ଗ୍ରାହକ । ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କୌଣସି ଦ୍ରବ୍ୟର ବେସିକ୍ ଆମଦାନୀ ମୂଲ୍ୟ ହ୍ରାସ ହୁଏ, ତେବେ କଷ୍ଟମ୍ସ ଡ୍ୟୁଟି ସ୍ୱୟଂଚାଳିତ ଭାବରେ ହ୍ରାସ ହୁଏ ।

ସରକାର ନେଲେ ବଡ଼ ପଦକ୍ଷେପ; ଶସ୍ତା ହେବ ସୁନା, ଖାଇବା ତେଲର ମୂଲ୍ୟ ବି କମିବ!

ନୂଆଦିଲ୍ଲୀ: Gold Price and Edible Oil Price: ସାଧାରଣ ଜନତାଙ୍କୁ ଦୀପାବଳୀ (Diwali 2022) ରେ ବଡ଼ ଉପହାର ମିଳିପାରେ । ଚଳିତ ବର୍ଷ ଦୀପାବଳୀ ପୂର୍ବରୁ ସୁନା ମୂଲ୍ୟ (Gold Price) ରେ ବଡ଼ ଧରଣର ହ୍ରାସ ହୋଇପାରେ । ଏହା ସହିତ ଖାଇବା ତେଲର ମୂଲ୍ୟ (Edible Oil Price) ରେ ମଧ୍ୟ ହ୍ରାସ ଦେଖିବାକୁ ମିଳିପାରେ । ଏନେଇ ସରକାରଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଚଳିତ ପାର୍ବଣ ଋତୁରେ ଖାଇବା ତେଲ ଓ ସୁନା-ରୁପା (Gold Silver) ର ବେସିକ ଆମଦାନୀ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର (Central Govt) ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ବୈଶ୍ୱିକ ବଜାରରେ ମଧ୍ୟ ମୂଲ୍ୟରେ ସୁଧାର ଆସିଛି । 

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେନ୍ଦ୍ରର ମୋଦି ସରକାର (Modi Govt) ଅଶୋଧିତ ପାମ୍ ତେଲ (Crude Palm Oil) ର ବେସିକ ମୂଲ୍ୟ ଟନ୍ ପିଛା ୯୯୬ ଡଲାରରୁ ୯୩୭ ଡଲାରକୁ ହ୍ରାସ କରିଛି । ସରକାର ନେଇଥିବା ଏହି ନିଷ୍ପତ୍ତି ପରେ ପାମ୍ ତେଲର ବେସିକ୍ ମୂଲ୍ୟରେ ହ୍ରାସ ଘଟିପାରେ । ଆପଣଙ୍କୁ କହି ରଖୁଛୁ ଯେ, ଭାରତ ହେଉଛି ରୁପା (Silver) ଓ ଖାଇବା ତେଲ (Edible Oil) ର ସବୁଠାରୁ ବଡ ଆମଦାନୀକାରୀ ଦେଶ ।

 ଏଥି ସହିତ ଯେତେବେଳେ ସୁନା (Gold) କଥା ଆସେ, ଭାରତ ହେଉଛି ସୁନାର ଦ୍ୱିତୀୟ ବୃହତ୍ତମ ଗ୍ରାହକ । ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କୌଣସି ଦ୍ରବ୍ୟର ବେସିକ୍ ଆମଦାନୀ ମୂଲ୍ୟ ହ୍ରାସ ହୁଏ, ତେବେ କଷ୍ଟମ୍ସ ଡ୍ୟୁଟି ସ୍ୱୟଂଚାଳିତ ଭାବରେ ହ୍ରାସ ହୁଏ । ଏହାର ସିଧାସଳଖ ପ୍ରଭାବ ମୂଲ୍ୟରେ ଦେଖାଯାଏ । ତେଣୁ ସୁନା ଓ ରୂପା ମୂଲ୍ୟରେ କିଛି ହ୍ରାସ ହୋଇପାରେ ବୋଲି ମନେ କରାଯାଉଛି । ଏହା ବ୍ୟତୀତ ସରକାର ଆରବଡିର ବେସିକ୍ ମୂଲ୍ୟ ମଧ୍ୟ ହ୍ରାସ କରିଛନ୍ତି । ଏହାକୁ ଟନ୍ ପିଛା ୧,୦୧୯ ଡଲାରରୁ ୯୮୨ ଡଲାରକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । 

ଅଧିକ ପଢ଼ନ୍ତୁ:-ଇତିହାସରେ ପ୍ରଥମ ଥର ଜାପାନ ନେଲା ଭାରତ ପାଇଁ ବଡ଼ ପଦକ୍ଷେପ, ସାରା ଦୁନିଆ ଚକିତ ତ ଚୀନର ବଢ଼ିଲା ଟେନସନ୍

ଅଧିକ ପଢ଼ନ୍ତୁ:-ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଜାଣନ୍ତୁ କ'ଣ ଲେଖାଯାଇଛି?

ଅଧିକ ପଢ଼ନ୍ତୁ:-ଆଧୁନିକ ଯୁଗର ନୋସ୍ତ୍ରେଦମସ୍! ରାଣୀ ଏଲିଜାବେଥଙ୍କ ମୃତ୍ୟୁ ସମେତ ଏହି ଭବିଷ୍ୟବାଣୀ ହୋଇଛି ସତ, ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧର ଦେଲେ ଚେତାବନୀ

 

ଅଶୋଧିତ ସୋୟାବିନ ତେଲର ମୂଳ ମୂଲ୍ୟ ଟନ ପିଛା ୧,୩୬୨ ଡଲାରରୁ ୧,୨୫୭ ଡଲାରକୁ ହ୍ରାସ କରାଯାଇଛି । ସୁନାର ବେସିକ ମୂଲ୍ୟ ୫୪୯ ଡଲାର ପ୍ରତି ୧୦ ଗ୍ରାମରୁ ହ୍ରାସ କରି ୫୫୩ ଡଲାର ପ୍ରତି ୧୦ ଗ୍ରାମ କରାଯାଇଛି । ସେହିପରି ରୁପାର ବେସିକ ମୂଲ୍ୟ କିଲୋଗ୍ରାମ ପିଛା ୬୩୫ ଡଲାରରୁ ହ୍ରାସ କରି ୬୦୮ ଡଲାର କରାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ସୁନାର ମୂଲ୍ୟ ୪୯,୬୫୦ ଟଙ୍କା ସ୍ତରରୁ ଖସିଯାଏ, ତେବେ ଏହାର ମୂଲ୍ୟ ୪୮,୦୦୦ ଟଙ୍କା ପର୍ଯ୍ୟନ୍ତ ଖସିପାରେ । ଯଦି ଏହା ତା’ଠାରୁ ତଳକୁ ଖସିଯାଏ, ତେବେ ଏହା ୪୬,୬୦୦ ଟଙ୍କା ପର୍ଯ୍ୟନ୍ତ ଖସିପାରେ । ଯଦି ସୁନାରେ ହ୍ରାସ ହୁଏ, ତେବେ ଏହା କିଣିବା ପାଇଁ ଏହା ଏକ ବହୁତ ଭଲ ସୁଯୋଗ ହେବ । ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ମଧ୍ୟରେ ସୁନା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି ।