ଏହା ବିଚାରପତିମାନେ ଶପଥପାଠ ସମୟରେ ନେଉଥିବା ପ୍ରତିଜ୍ଞା ଏବଂ ସମ୍ବିଧାନର ବିରୋଧୀ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଦର୍ଶାଯାଇଛି। ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
Trending Photos
Allahabad Highcourt judge: ନୂଆଦିଲ୍ଲୀ: ବିଶ୍ୱହିନ୍ଦୁ ପରିଷଦର ଆଇନ ସେଲ ସମ୍ମିଳନୀରେ ଉଦବୋଧନ ଦେଇ ଚର୍ଚ୍ଚାକୁ ଆସିଥିବା ଆହ୍ଲାବାଦ ହାଇକୋର୍ଟ ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ 'ଅନ୍ତଃଗୃହ ତଦନ୍ତ' ପାଇଁ ଦାବି ହୋଇଛି। ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନିକଟରୁ ଏହି ଆଦେଶ ଦାବି କରି ପତ୍ର ଲେଖିଛନ୍ତି ବିଚାର ବିଭାଗୀୟ ଦାୟିତ୍ୱବୋଧତା ଓ ସଂସ୍କାର ଅଭିଯାନ।
ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆହ୍ଲାବାଦ ହାଇକୋର୍ଟ ପରିସରରେ ଆୟୋଜିତ ଏକ ସମ୍ମିଳନୀରେ ଜଷ୍ଟିସ ଶେଖର କୁମାର ଯାଦବ ଯେଉଁ ବୟାନ ଦେଇଛନ୍ତି ତାହା ଭାରତ ବିରୋଧୀ। ଭାରତର ମୁସଲମାନଙ୍କ ବିରୋଧରେ ଏହା ଏକ ଆକ୍ରମଣ ବୋଲି ଦର୍ଶାଯାଇଛି। ଏହି ସମ୍ମିଳନୀରେ ଶ୍ରୀ ଯାଦବ କହିଥିଲେ ଯେ 'ଏହା ହେଉଛି ହିନ୍ଦୁସ୍ତାନ ଏବଂ ଏହା ବହୁସଂଖ୍ୟକଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେବ। ଏହା ହେଉଛି ଆଇନ ଯାହା ବହୁ ସଂଖ୍ୟକଙ୍କ ଦ୍ୱାରା ପରିଚାଳିତ। ଯାହା ବହୁସଂଖ୍ୟକଙ୍କ ଦ୍ୱାରା ଗ୍ରହଣୀୟ, ସେମାନଙ୍କ ସୁଖ ଓ ସୁବିଧା ପାଇଁ ଯୋଗ୍ୟ ତାହା ହିଁ ଆଇନ'।
ଏହା ବିଚାରପତିମାନେ ଶପଥପାଠ ସମୟରେ ନେଉଥିବା ପ୍ରତିଜ୍ଞା ଏବଂ ସମ୍ବିଧାନର ବିରୋଧୀ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଦର୍ଶାଯାଇଛି। ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।