Corona Update: ନୂତନ ଭାରିଆଣ୍ଟରେ ୮୦ କୋଟି ଲୋକ ହୋଇପାରନ୍ତି କୋରୋନା ସଂକ୍ରମିତ ! ଜାଣନ୍ତୁ କଣ କହୁଛି ତଥ୍ୟ
Advertisement
Article Detail0/zeeodisha/odisha1496445

Corona Update: ନୂତନ ଭାରିଆଣ୍ଟରେ ୮୦ କୋଟି ଲୋକ ହୋଇପାରନ୍ତି କୋରୋନା ସଂକ୍ରମିତ ! ଜାଣନ୍ତୁ କଣ କହୁଛି ତଥ୍ୟ

Corona Update: କୋରୋନା ତଥ୍ୟ ଲୁଚାଉଛି ଚୀନ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଚୀନୀ ପ୍ରଫେସର। ଥଣ୍ଡା ଯୋଗୁଁ ମୃତ୍ୟୁକୁ କେବଳ କୋରୋନା ଜନିତ ମୃତ୍ୟୁ ଭାବେ ଗଣୁଛି। ସେପଟେ ଅସଲି ତଥ୍ୟକୁ ଲୁଚାଉଛି ଚୀନ ସରକାର। 

Corona Update: ନୂତନ ଭାରିଆଣ୍ଟରେ ୮୦ କୋଟି ଲୋକ ହୋଇପାରନ୍ତି କୋରୋନା ସଂକ୍ରମିତ ! ଜାଣନ୍ତୁ କଣ କହୁଛି ତଥ୍ୟ

Corona Update:  ନୂଆଦିଲ୍ଲୀ: ଚୀନ୍ (China) ଏହାର ସେନ୍ସରସିପ୍ ନୀତିକୁ ଏତେ କଠୋର କରିଛି ଯେ କୋଭିଡରେ (Corona) ହୋଇଥିବା ମୃତ୍ୟୁକୁ ମଧ୍ୟ ଘୋଡାଇ ରଖିଛି। ଚୀନ୍ ଚାହୁଁନାହିଁ ଯେ ଲୋକମାନେ ନିଜ ଦେଶର ପ୍ରକୃତ ପରିସ୍ଥିତି ଜାଣନ୍ତୁ। ଚୀନ୍ କ୍ରମାଗତ ଭାବରେ କରୋନା ଭାଇରସ୍ (Corona Virus) ଏବଂ ଏହାର ମୃତ୍ୟୁକୁ ନିୟନ୍ତ୍ରଣ କରୁଛି | ଏଥିପାଇଁ ଚୀନ୍ (China) ଅନନ୍ୟ ଟେକ୍ନୋଲୋଜି ଗ୍ରହଣ କରୁଛି। ଚୀନ୍ କେବଳ ନିମୋନିଆ (Pneumonia) କାରଣରୁ ମୃତ୍ୟୁକୁ କୋଭିଡ କାରଣରୁ ମୃତ୍ୟୁ (Covid Death) ବୋଲି ବିବେଚନା କରେ। ସେହିଭଳି ଚୀନ (China) କୋଭିଡ ମୃତକଙ୍କ (Covid Death) ସରକାରୀ ଆକଳନକୁ ବିଶ୍ୱକୁ ଉପସ୍ଥାପନ କରିଛି। ଚୀନର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ନିଜର ନାଁକୁ ଲୁଚାଇ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ତାହା ପରେ ସମଗ୍ର ବିଶ୍ୱର ଚିନ୍ତା ବଢିଯାଇଛି। ଚୀନର ଏହି ଚାଲ ପାଇଁ ମୃତକଙ୍କ ସଂଖ୍ୟା ଆପେ ଆପେ କମିବା ସହିତ କଟକଣା ଉପରେ ଢିଲା ଦିଆଯାଉଛି। ଢିଲା ହେବା ପରେ ପୁଣି ଥରେ ସଂକ୍ରମଣରେ ବୃଦ୍ଧି ପାଉଛି। 

ଡାକ୍ତର ଖୋଲିଦେଲେ ଚୀନର ପୋଲ୍
ପେକିଂ ବିଶ୍ୱବିଦ୍ୟାଳୟର ବାୟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଓ୍ୱେଂଗ ଗ୍ୱିକିୟାଙ୍ଗ ମଙ୍ଗଳବାର ସୂଚନା ଦେଇଛନ୍ତି କି ବିଭିନ୍ନ ରୋଗରେ ପୀଡ଼ିତଙ୍କର କୋରୋନା ହୋଇଥିବା ମୃତ୍ୟୁକୁ ଗଣାଯାଇନାହିଁ। ଫ୍ଲ୍ୟୁ କିମ୍ବା କୋଭିଡ ୧୯ ଆକଳନ କରିବାରେ ଚୀନ୍ ସବୁବେଳେ ରକ୍ଷଣଶୀଳ ରହିଆସିଛି। ଆମେରିକା ଏବଂ ଭାରତ ସମେତ ଅଧିକାଂଶ ଦେଶରେ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ, କୌଣସି ମୃତ୍ୟୁକୁ କୋଭିଡ ସହ ଜଡିତ ମୃତ୍ୟୁ ବୋଲି ବିବେଚନା କରାଯାଏ, ଯେଉଁଥିରେ ଏହି ରୋଗ ଗୋଟିଏ ବା ଅନ୍ୟ କାରଣରୁ ହୋଇଥଲା।

Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୫ ଛାତ୍ରଙ୍କ ଜୀବନ !

ଓ୍ୱେଙ୍ଗଙ୍କ ବୟାନରୁ ଏକ ପ୍ରକାର ସ୍ପଷ୍ଟ ବାରି ହେଉଛି ଯେ ଚୀନରେ ହେଉଥିବା କୋରୋନା ମୃତ୍ୟୁ ସଂଖ୍ୟା ଲୁଚାଯାଉଛି। ଚୀନ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ସଠିକ ତଥ୍ୟ ଦେଉନାହିଁ। ଚୀନର ରାଷ୍ଟ୍ରୀୟ ଆୟୋଗ ତରଫରୁ ଜାରି ହେଉଥିବା ସଂଖ୍ୟା ମୁତାବକ ବୁଧବାର ଚୀନରେ କୋରୋନାରେ କେହି ସଂକ୍ରମିତ ହୋଇ ନାହାନ୍ତି। କିନ୍ତୁ ମୃତ୍ୟୁ ସଂଖ୍ୟା ୫୨୪୧ ରହିଛି। ଏକାଧିକ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଚୀନର ଲକ୍ଷାଧିକ ଲୋକଙ୍କ ଜୀନବ ବିପଦରେ ରହିଛି। ସେଭଳି ସ୍ଥିତିରେ ୮୦ କୋଟି ଲୋକ କୋରୋନାରେ ସଂକ୍ରମିତ ହେବା ନେଇ ସୂଚନା ରହିଛି। 

ସେପଟେ ନଭେମ୍ବର ଆରମ୍ଭରୁ ସାରା ଦୁନିଆରେ କୋରୋନା ଭୂତାଣୁ ମାମଲା ବୃଦ୍ଧି ପାଉଛି । ଯଦିଓ ଭାରତରେ କୋଭିଡ ୧୯ ମାମଲା ସଂଖ୍ୟା କମ୍ ସ୍ତରରେ ରହିଛି । ରବିବାର ସାରା ଦେଶରେ କୋରୋନା ଭୂତାଣୁ ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଗତ ତିନି ଦିନ ମଧ୍ୟରେ କୋରୋନାରୁ କୌଣସି ମୃତ୍ୟୁ ରେକର୍ଡ ହୋଇନାହିଁ । ମାର୍ଚ୍ଚ ୨୦୨୦ରେ କୋରୋନା ଯୋଗୁଁ ମୃତ୍ୟୁ ହାର ସର୍ବନିମ୍ନ ରହିଛି । କିନ୍ତୁ ଚୀନ୍ ଓ ଜାପାନ ପରି ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଆଜିକାଲି ଚାଇନାରେ ବିଶେଷଜ୍ଞମାନେ ବର୍ତ୍ତମାନ ସମୟରେ କୋରୋନା କାରଣରୁ ଅବସ୍ଥା ବିଗିଡିଯିବା ପାଇଁ  ଓମିକ୍ରନର ସବଭାରିଆଣ୍ଟ BF.7 କୁ ଏକ ପ୍ରମୁଖ ବିପଦ ବୋଲି ମନେ କରୁଛନ୍ତି । କୋରୋନାର ଏହି ନୂତନ ଭାରିଆଣ୍ଟ ଭାରତରେ ମଧ୍ୟ ଚିନ୍ତା ବଢ଼ାଇଛି ।

Also Read: ଭାରତରେ ପୁଣି ଆସିବ କୋରୋନାର ଖତରନାକ୍ ଲହର!