Communal Clash: ପୁଣି ଥରେ ଅଶାନ୍ତ ହୋଇଉଠିଲା ଭଦୋଦରା, ପତାକା ଲଗାଇବାକୁ ନେଇ ସୃଷ୍ଟି ହେଲା ମହାଭାରତ
Advertisement
Article Detail0/zeeodisha/odisha1379958

Communal Clash: ପୁଣି ଥରେ ଅଶାନ୍ତ ହୋଇଉଠିଲା ଭଦୋଦରା, ପତାକା ଲଗାଇବାକୁ ନେଇ ସୃଷ୍ଟି ହେଲା ମହାଭାରତ

Communal Clash in Vadodara:  ଗଣେଶ ପୂଜା ପରେ ପୁଣି ଥରେ  ଦୁର୍ଗା ପୂଜା ବେଳେ ଗୁଜୁରାଟ ଭଦୋଦରା ଜିଲ୍ଲାରେ ଘଟିଯାଇଛି ସାମ୍ପ୍ରଦାୟିକ ସଂଘର୍ଷ।

 Communal Clash: ପୁଣି ଥରେ ଅଶାନ୍ତ ହୋଇଉଠିଲା ଭଦୋଦରା, ପତାକା ଲଗାଇବାକୁ ନେଇ ସୃଷ୍ଟି ହେଲା ମହାଭାରତ

Vadodara Communal Clash: ଗଣେଶ ପୂଜା ପରେ ଦୁ୍ର୍ଗାପୂଜା ସମୟରେ ପୁଣି ଥରେ ଗୁଜୁରାଟର ଭଦୋଦରା ଜିଲ୍ଲା। ଏଠାରେ ଧାର୍ମିକ ପତାକା ଲଗାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଗୋଷ୍ଠୀ। ପତାକା ଲଗାଇବା ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ସଂଘର୍ଷ  ଶେଷରେ ପଥର ମାଡ଼ରେ ପରିଣତ ହୋଇଥିବାର ଖବର ମିଳିଛି। ଏହି ଘଟଣାରେ ସାବଲି ଅଞ୍ଚଳରୁ ଉଭୟ ପକ୍ଷରୁ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଏନେଇ କୁହାଯାଉଛି ଏକ ସମ୍ପ୍ରଦାୟର ଲୋକ ଏକ ବିଦ୍ୟୁତ ଖୁଣ୍ଟରେ ଧାର୍ମିକ ପତାକା ଲଗାଇବାକୁ ଚେଷ୍ଟା କରୁଥିଲେ। ଯାହାକୁ ଅନ୍ୟ ସମ୍ପ୍ରଦାୟ ଲୋକେ ବିରୋଧ କରିଥିଲେ। ଧୀରେ ଧୀରେ ଏହାକୁ ବିବାଦ ତେଜିବାରେ ଲାଗିଲା। ଏହା ପରେ ଉଭୟ ସମ୍ପ୍ରଦାୟର ଲୋକ ପରସ୍ପର ଉପରକୁ ପଥର ମାଡ଼ କରିଥିଲେଲେ। ବର୍ତ୍ତମାନ ଘଚଣାସ୍ଥଳରେ ଭାରୀ ପୋଲିସ ବଳ ମୁତୟନ କରାଯାଇଛି। ଶନିବାର ଘଟିଥିବା ଏହି ଘଟଣାରେ ପ୍ରାୟ ୪୦ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ଉଭୟ ପକ୍ଷ ଦ୍ୱାରା ଏଫଆଇଆର ଦାଏର କରାଯାଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଭଦୋଦରା ଗ୍ରାମୀଣ ପୋଲିସ (Vadodara Rural Police) ଅଧିକାରୀ ପିଆର ପଟେଲ କହିଛନ୍ତି, ମୁସଲମାନ ସମ୍ପ୍ରଦାୟର (Muslim Community) ଏକ ପର୍ବକୁ ଦୃଷ୍ଟିରେ ରଖି ଏକ ସ୍ଥାନୀୟ ଗୋଷ୍ଠୀ ଏକ ବିଦ୍ୟୁତ ଖୁଣ୍ଟରେ ଧାର୍ମିକ ପତାକା ଲଗାଇ ଦେଇଥିଲେ। ନିକଟରେ ଏକ ମନ୍ଦିର ମଧ୍ୟ ରହିଛି। ଏହା ପରେ ଯେତେବେଳେ ଅନ୍ୟ ଗୋଷ୍ଠୀର ଲୋକ ଏହାକୁ ବିରୋଧ କଲେ ସେତେବେଳେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ହୋଇଥିବା ପଥର ମାଡ଼ କାରଣରୁ ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ପୋଲିସ କହିଛି।

ଅନ୍ୟପଟ କଚ୍ଛ ଜିଲ୍ଲାର (Kutch District) ଏକ ଗରବା କାର୍ଯ୍ୟକ୍ରମରେ (Navratri Garba Program) କିଛି ଲୋକ ଜବରଦସ୍ତ ପଶି ୟାଇ ସେଠାରେ ଆକ୍ରମଣ କରିବାରୁ ୬ ଜଣ ଲୋକ ଆହତ ହୋଇଛନ୍ତି।  ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ସୋମବାର ରାତିରେ ଘଟିଥିବା ଏହି ଘଟଣା ପରେ ମାତର ତହସିଲ ଅଧିନସ୍ଥ ଉନ୍ଧେଲା ଗ୍ରାମରେ ପୋଲିସ ମୁତୟନ କରାଯାଇଛି।

Also Read: Vadodara: ଗଣେଶ ପୂଜା ବେଳେ ସାମ୍ପ୍ରଦାୟିକ ସଂଘର୍ଷ, ୧୩ ଅଟକ

ଖେଡା ଏସପି ରାଜେଶ ଗଢ଼ିଆ କହିଛନ୍ତି ଯେ ଆରିଫ ଏବଂ ଜାହିର ନାମକ ୨ ଜଣ ବ୍ୟକ୍ତିଙ୍କ ନେତୃତ୍ୱରେ ଏକ ଦଳ ନବରାତ୍ରୀ ଅବସରରେ ଆୟୋଜିତ ହୋଇଥିବା ଗରବା କାର୍ଯ୍ୟକ୍ରମରେ ପ୍ରବେଶ କରି ହଙ୍ଗମା କରିବା ଆରମ୍ଭ କରିଥିଲେ। ଏପରିକି ସେମାନେ ପଥର ମାଡ଼ ମଧ୍ୟ କରିଥିଲେ। ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଛନ୍ତି। ଆମେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରିଛୁ ଏବଂ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଆହତ ଲୋକଙ୍କ ତାଲିକାରେ ଜଣେ ମୁତୟନ ହୋଇଥିବା ପୋଲିସ ହୋମଗାର୍ଡ ଅଛନ୍ତି। ଗାଁ ଛକ ଠାରେ ଗରବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ସେଠାରେ ପଥର ମାଡ଼ କରା ଯାଇଥିବା ନେଇ ଖବର ମିଳିଥିଲା। ପଥର ମାଡ଼ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଏହି ଘଟଣାରେ ଜେରା କରାଯାଉଛି।