ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨୦୨୩ରେ ବଢ଼ିବ ଦରମା!
Advertisement
Article Detail0/zeeodisha/odisha1343435

ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨୦୨୩ରେ ବଢ଼ିବ ଦରମା!

DA Hike: ଆପଣଙ୍କୁ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗ ଆଧାର (7th Pay commission) ରେ ଜାନୁଆରୀ ଓ ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ଡିଏ (DA) ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ଏହାର ଆଧାର ହେଉଛି ଛଅ ମାସର AICPI ସୂଚକାଙ୍କ ।

ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨୦୨୩ରେ ବଢ଼ିବ ଦରମା!

ନୂଆଦିଲ୍ଲୀ: 7th Pay Commission: ଯଦି ଆପଣ କିମ୍ବା ଆପଣଙ୍କ ଘରର କୌଣସି ସଦସ୍ୟ କେନ୍ଦ୍ର ସରକାର (Central Govt) ଙ୍କ କର୍ମଚାରୀ, ତେବେ ଏହି ଖବର ଆପଣଙ୍କୁ ଖୁସ୍ କରିଦେବ । ପୁଣି ଥରେ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ଖୁସି ଖବର ଆସିଛି । ଜୁଲାଇ ମାସର AICPI ସୂଚକାଙ୍କ ତଥ୍ୟ (AICPI Index Data) ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରି କରିଦିଆଯାଇଛି । ଜୁନ୍ ତୁଳନାରେ ଏହା ୦.୭ ପଏଣ୍ଟ ବୃଦ୍ଧି ପାଇଛି । ଜୁନ୍ ମାସରେ ଏହି ସଂଖ୍ୟା ୧୨୯.୨ ଥିଲା, ଯାହା ଜୁଲାଇରେ ୧୨୯.୯କୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ଯୋଗୁଁ ଆଗାମୀ ବର୍ଷ ଜାନୁଆରୀରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Alowance) ବୃଦ୍ଧି ହେବାର ରାସ୍ତା ସଫା ହୋଇଯାଇଛି ।

ଜୁଲାଇରୁ ଡିସେମ୍ବର ମଧ୍ୟରେ AICPI ସୂଚକାଙ୍କ ତଥ୍ୟକୁ ଆଧାର କରି ଆସନ୍ତା ବର୍ଷ ଜାନୁଆରୀରେ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇବ । ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ତଥ୍ୟକୁ ଭିତ୍ତିକରି ଜୁଲାଇ ପାଇଁ ମହଙ୍ଗା ଭତ୍ତା ଘୋଷଣା ଖୁବ ଶୀଘ୍ର କରାଯିବ । ସୂତ୍ରରୁ ପ୍ରକାଶ ଯେ, ଜୁଲାଇ ପାଇଁ ମହଙ୍ଗା ଭତ୍ତା ସରକାର ତୃତୀୟ ନବରାତ୍ରୀ ଅର୍ଥାତ୍ ସେପ୍ଟେମ୍ବର ୨୮ରେ ଘୋଷଣା କରିବେ । ଚଳିତ ଥର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗ ଆଧାର (7th Pay commission) ରେ ଜାନୁଆରୀ ଓ ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ଡିଏ (DA) ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ଏହାର ଆଧାର ହେଉଛି ଛଅ ମାସର AICPI ସୂଚକାଙ୍କ । ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏଥର କର୍ମଚାରୀମାନେ ଦୁଇମାସ ବକେୟା ସହିତ ସେପ୍ଟେମ୍ବର ମାସର ଦରମା ପାଇବେ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ ଜବାବ; ମୁଁ ଆପଣଙ୍କର ଝଣ୍ଡା ନେଇ ବୁଲିବାକୁ ପ୍ରସ୍ତୁତ, କିନ୍ତୁ ଗୋଟିଏ ସର୍ତ୍ତ...

ଏହା ବି ପଢ଼ନ୍ତୁ:-ଲୋକସଭା ନିର୍ବାଚନ ୨୦୨୪: ପଦ ଏକ, ଦାବିଦାର ଅନେକ, ଜାଣନ୍ତୁ ଏସବୁ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ମଜବୁତ ଦାବିଦାର କିଏ?

ଏହା ବି ପଢ଼ନ୍ତୁ:-ଲୋକସଭା ନିର୍ବାଚନରେ ​​'ଖେଲା ହୋବେ', ଦିଲ୍ଲୀର ଗାଦି ଉପରେ ଦିଦିଙ୍କ ନଜର! ମେଣ୍ଟକୁ ନେଇ ଦେଲେ ବଡ଼ ବୟାନ

 

ଏଥର ମହଙ୍ଗା ଭତ୍ତା (Dearness Aloowance) ୪ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହା ପରେ ମହଙ୍ଗା ଭତ୍ତା ୩୪ରୁ ବଢ଼ି ୩୮ ପ୍ରତିଶତକୁ ପହଞ୍ଚିବ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଛି । ମହଙ୍ଗା ଭତ୍ତା (DA) ୩୮ ପ୍ରତିଶତ ହେଲେ ବେତନରେ ଭଲ ବୃଦ୍ଧି ଘଟିବ । କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) କେବଳ AICPI ସୂଚକାଙ୍କ ଆଧାରରେ ଆକଳନ କରାଯାଏ । ଶ୍ରମ ମନ୍ତ୍ରଣାଳୟ ତରଫରୁ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ All India Consumer Price Index (AICPI) ର ଆକଳନ ଜାରି କରାଯାଇଛି । ୮୮ଟି କେନ୍ଦ୍ର ଓ ସମଗ୍ର ଦେଶ ପାଇଁ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ମାସର ଶେଷ କାର୍ଯ୍ୟ ଦିବସରେ AICPI ରିଲିଜ୍ ହୁଏ ।