Vastu Tips ବାସ୍ତୁର ଏହି ୧୦ ଟି ଟିପ୍ସ ପ୍ରତ୍ୟେକ ଘର ପାଇଁ ଶୁଭ ଓ ଲାଭଦାୟକ
Advertisement
Article Detail0/zeeodisha/odisha1739758

Vastu Tips ବାସ୍ତୁର ଏହି ୧୦ ଟି ଟିପ୍ସ ପ୍ରତ୍ୟେକ ଘର ପାଇଁ ଶୁଭ ଓ ଲାଭଦାୟକ

ବାସ୍ତୁ ବିଜ୍ଞାନ କୁହେ କି ବେଳେବେଳେ ବ୍ୟକ୍ତିର ସୁଖ ଓ ସମୃଦ୍ଧି (Happiness and prosperity)ରେ ବାଧା ସୃଷ୍ଟି ହେବାର କାରଣ ହେଉଛି ଘରର ବାସ୍ତୁ, ଯାହା ବିଷୟରେ ସେମାନେ ଜାଣି ନଥାନ୍ତି । ବାସ୍ତୁ ସମ୍ବନ୍ଧୀୟ ଭୁଲ କାରଣରୁ ମଧ୍ୟ ବ୍ୟକ୍ତି ମାନସିକ ସ୍ତର (Mental level)ରେ ଅସୁବିଧାରେ ପଡ଼ିଥାନ୍ତି  ଓ ଆର୍ଥିକ ସମସ୍ୟା (Financ

Vastu Tips ବାସ୍ତୁର ଏହି ୧୦ ଟି ଟିପ୍ସ ପ୍ରତ୍ୟେକ ଘର ପାଇଁ ଶୁଭ ଓ ଲାଭଦାୟକ

Vastu tips for home: ବାସ୍ତୁ ବିଜ୍ଞାନ କୁହେ କି ବେଳେବେଳେ ବ୍ୟକ୍ତିର ସୁଖ ଓ ସମୃଦ୍ଧି (Happiness and prosperity)ରେ ବାଧା ସୃଷ୍ଟି ହେବାର କାରଣ ହେଉଛି ଘରର ବାସ୍ତୁ, ଯାହା ବିଷୟରେ ସେମାନେ ଜାଣି ନଥାନ୍ତି । ବାସ୍ତୁ ସମ୍ବନ୍ଧୀୟ ଭୁଲ କାରଣରୁ ମଧ୍ୟ ବ୍ୟକ୍ତି ମାନସିକ ସ୍ତର (Mental level)ରେ ଅସୁବିଧାରେ ପଡ଼ିଥାନ୍ତି  ଓ ଆର୍ଥିକ ସମସ୍ୟା (Financial problems) ଦେଈ ଗତି କରନ୍ତି । ବାସ୍ତବରେ ବାସ୍ତୁ ସମ୍ବନ୍ଧୀୟ ତ୍ରୁଟି ଘରେ ନକାରାତ୍ମକ ଶକ୍ତି (Negative energy) ବଢ଼ାଇଥାଏ ଓ ଆପଣଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବାସ୍ତୁ ବିଜ୍ଞାନ (Vastu science)ରେ ଏହା କୁହାଯାଇଛି ଯେ, ଯଦି ଆପଣ କିଛି ପ୍ରତିକାର (remedy) କରନ୍ତି, ତେବେ ଆପଣ ଆସୁଥିବା ସମସ୍ୟାରୁ ମୁକ୍ତି ପାଇପାରିବେ ।

ବାସ୍ତୁ ବିଜ୍ଞାନ ଅନୁଯାୟୀ, ଯଦି ଉତ୍ତର-ପୂର୍ବ କୋଣରେ ରୋଷେଇ ଘର (kitchen) ଅଛି, ତେବେ ସେହି ରୋଷେଇ ଘର ଭିତରେ ଥିବା ଗ୍ୟାସ୍ ଚୁଲାକୁ ଦକ୍ଷିଣ-ପୂର୍ବ କୋଣରେ ରଖନ୍ତୁ ଓ ରୋଷେଇ ଘରର ଉତ୍ତର-ପୂର୍ବ କୋଣରେ ଏକ ପରିଷ୍କାର ପାତ୍ରରେ ପାଣି (Water) ପୂର୍ଣ୍ଣ ରଖନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଘରକୁ ଧନ (Money) ଆସିବ  ଏବଂ ଯଦି ଟଙ୍କା କୌଣସି ସ୍ଥାନରେ ଅଟକି ରହିଥାଏ, ତେବେ ତାହା ମିଳିବା ସମ୍ଭାବନା (Probability) ମଧ୍ୟ ବଢିବ । ଦେବୀ ଲକ୍ଷ୍ମୀ (devi laxmi)ଙ୍କ ଏପରି ଫଟୋ ଘରର ଉତ୍ତର ଦିଗରେ ରଖନ୍ତୁ, ଯେଉଁଠାରେ ସେ ପଦ୍ମାସନରେ ବସି ସୁନା ମୁଦ୍ରା ଢାଳୁଥିବେ । ଏହିପରି ଚିତ୍ର ରଖିବା ଶୁଭ (Good) ବୋଲି ବିବେଚନା କରାଯାଏ, ଏହା ଘରେ ସମୃଦ୍ଧତା ଆଣିଥାଏ । ଏହାସହ, ଯଦି ଆପଣ ଉତ୍ତର ଦିଗରେ ପାରାର ଫଟୋ ରଖନ୍ତି, ତେବେ ଏହା ପଢ଼ୁଥିବା ପିଲା (Student)ମାନଙ୍କ ପାଇଁ ବହୁତ ଲାଭଦାୟକ ହେବ । ବାସ୍ତୁ ବିଜ୍ଞାନ ଅନୁଯାୟୀ, ପାଣି ଟାଙ୍କି ପଶ୍ଚିମ ଦିଗରେ ଘରର ଛାତ ଉପରେ ରଖାଯିବା ଉଚିତ୍ । ଏହି ଦିଗରେ, ଛାତରେ ଏକ ଷ୍ଟାଣ୍ଡ Stand) ତିଆରି କରି ପାଣି ଟାଙ୍କି ରଖିବା ଉଚିତ୍ । ବାସ୍ତୁ ନିୟମ ଅନୁଯାୟୀ ଏହା ବହୁତ ଶୁଭ ଅଟେ ।

Also read- ସ୍ୱାମୀଙ୍କ ଦେହାନ୍ତ ପରେ ରଖୁଥିଲେ ଅନୈତିକ ସମ୍ପର୍କ: ରଙ୍ଗେ ହାତ ଧରିଲେ ଗାଁ ଲୋକ

ଯଦି ଘରର ମୁଖ୍ୟ ପ୍ରତିଦିନ ଭଗବାନ ଶିବ (Lord shiv) ଓ ଚନ୍ଦ୍ର ଦେବଙ୍କ ମନ୍ତ୍ର ଜପ କରନ୍ତି, ତା’ହେଲେ ସେହି ଘରେ ସୁଖ ଓ ଶାନ୍ତି ରହିଥାଏ। ବାସ୍ତୁ ନିୟମ ଅନୁଯାୟୀ, ଘରର ବୟସ୍କ (Old age people) ମାନେ ନିୟମିତ ଭାବରେ ଭଗବାନ ଶିବଙ୍କ ମନ୍ତ୍ର ଜପ କରିବା ଉଚିତ୍, ଏହା ଘରକୁ ଆଶୀର୍ବାଦ (Bliss) ଆଣିଥାଏ । ଶନି ଦେବ (Shani dev)ଙ୍କ ଆଶୀର୍ବାଦ ପାଇବା ଓ ସଙ୍କଟରୁ ମୁକ୍ତି ପାଇବା ପାଇଁ ଶନି ଯନ୍ତ୍ରଙ୍କୁ ପଶ୍ଚିମ ଦିଗରେ ସ୍ଥାପନ କରନ୍ତୁ ।ଏହା ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟା (problems) ଗୁଡ଼ିକର ଅନ୍ତ କରିବ । ପ୍ରତିଦିନ ସକାଳେ ଏକ ମାଠିଆ କିମ୍ୱା ଗରା ପାଣି ମୁଖ୍ୟ ଦ୍ୱାର (main gate)ରେ ଢାଳିବା ଆବଶ୍ୟକ, ଏହା ସକରାତ୍ମକ ଶକ୍ତି (Positive energy) ବିସ୍ତାର କରିଥାଏ । ଯଦି ଆପଣ ଘରର ଦକ୍ଷିଣ-ପଶ୍ଚିମ ଭାଗକୁ ଉଚ୍ଚ ରଖନ୍ତି ତେବେ ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତ ହେବ । ପ୍ରଗତି ଓ ଶାନ୍ତି ଘରେ ରହିଥାଏ । ଯଦି ଘରର ଦକ୍ଷିଣ-ପଶ୍ଚିମ ଭାଗରେ ବାରଣ୍ଡା କିମ୍ବା ଚଟାଣ ଅଛି, ତେବେ ଏହା ଅତ୍ୟନ୍ତ ଲାଭଦାୟକ ।

ଘରର ପୂର୍ବ ଦିଗରେ ସୂର୍ଯ୍ୟ ଯନ୍ତ୍ର (surya yatra) ସ୍ଥାପନ କରନ୍ତୁ । ପୂର୍ବ ମୁହାଁ ଘରର ମୁଖ୍ୟ ଦ୍ୱାର ଉପରେ ସୂର୍ଯ୍ୟଙ୍କ ଫଟୋ (photo) କିମ୍ବା ପ୍ରତିମୂର୍ତ୍ତି ଲଗାନ୍ତୁ। ଏହା ଘରେ ସକରାତ୍ମକ ଶକ୍ତି (Positive energy) ବିସ୍ତାର କରିଥାଏ ଓ ନକାରାତ୍ମକ ଶକ୍ତିର ପ୍ରବାହକୁ ହ୍ରାସ କରିଥାଏ । ଚାକିରି (job) ଓ ବ୍ୟବସାୟ ଦୃଷ୍ଟିରୁ ଏହା ଶୁଭ ଓ ଫଳପ୍ରଦ ଅଟେ । ସବୁବେଳେ ଘରର ମଧ୍ୟ ଭାଗକୁ ଖାଲି ରଖନ୍ତୁ । ଯେତେବେଳେ ଆମେ ଏହି ଅଂଶରେ ଅତ୍ୟଧିକ ଜିନିଷ ରଖୁ, ଘରେ ପ୍ରବେଶ କରୁଥିବା ସକରାତ୍ମକ ଶକ୍ତି ବାଧା ପ୍ରାପ୍ତ ହୁଏ । ଯଦି ଆପଣଙ୍କୁ ଏଠାରେ ଜିନିଷ ରଖିବାକୁ ହୁଏ, ତେବେ କମ୍ ରଖନ୍ତୁ ଓ ଏଠାରେ ମଇଳା ହେବାକୁ ଦିଅନ୍ତୁ ନାହିଁ । ପୁରା ଘରେ ଗୋଟିଏ ମୁଖ୍ୟ ଦର୍ପଣ (mirror) ରହିବା ଉଚିତ, ଯାହାକୁ ଆପଣ ପୂର୍ବ କିମ୍ୱା ଉତ୍ତର କାନ୍ଥ (wall)ରେ ରଖି ପାରିବେ। ଘରର ମୁଖ୍ୟ ଦ୍ୱାରରେ କେବେବି କାଚ ରଖନ୍ତୁ ନାହିଁ । ଉତ୍ତର ଦିଗରେ ଦର୍ପଣ ରଖିବା ଦ୍ୱାରା ଆୟ (income) ଓ ଧନ ବୃଦ୍ଧି ପାଇଥାଏ ।

Also read- ସକାଳେ ଉଠିବା ପରେ ଏହା ଆଦୌ ଦେଖନ୍ତୁନି; ନଚେତ ଦିନ ହୋଇଯିବ ଖରାପ !