TRAI New Rule: ନଭେମ୍ବର ୧ରୁ Jio, Airtel ସହ VI ଓ BSNL ଗ୍ରାହକଙ୍କ ବଢିବ ଟେନସନ
Advertisement
Article Detail0/zeeodisha/odisha2490043

TRAI New Rule: ନଭେମ୍ବର ୧ରୁ Jio, Airtel ସହ VI ଓ BSNL ଗ୍ରାହକଙ୍କ ବଢିବ ଟେନସନ

TRAI New Rule: ସୂଚନା ପାଇଁ କହିରଖୁଛୁ ଯେ ଗତ କିଛି ବର୍ଷ ମଧ୍ୟରେ ଓଟିପି ସହ ଜଡିତ ଅନେକ ମାମଲା ରୁଜୁ ହୋଇଛି ଏବଂ ଅନେକ ଲୋକ ଲିଙ୍କ, ଆପ ଏବଂ ୱେବସାଇଟ ମାଧ୍ୟମରେ ଅନଲାଇନ ଠକେଇର ଶିକାର ହୋଇଛନ୍ତି, ଯାହାକୁ ଦୃଷ୍ଟିରେ ରଖି ସାଇବର ପୋଲିସ ଏବଂ ସରକାର ସୁରକ୍ଷା ପାଇଁ ଟିପ୍ସ ଜାରି କରିବା ସହିତ ସମସ୍ତ ନିୟମରେ ପରିବର୍ତ୍ତନ କରାଯାଉଛି ।

TRAI New Rule: ନଭେମ୍ବର ୧ରୁ Jio, Airtel ସହ VI ଓ BSNL ଗ୍ରାହକଙ୍କ ବଢିବ ଟେନସନ
TRAI New Rule: ଆପଣ ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ କିମ୍ବା ବିଏସଏନଏଲର ସିମ୍ କାର୍ଡ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (Trai) ପକ୍ଷରୁ ନଭେମ୍ବର ପହିଲାରୁ ସିମ୍ ବ୍ୟବହାରକାରୀଙ୍କ ପାଇଁ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଆପଣଙ୍କ ପାଇଁ ସମସ୍ୟା ବଢିପାରେ । ଆସନ୍ତୁ ଜାଣିବା ପୂରା ଖବର...
 
ନଭେମ୍ବର ପହିଲାରୁ ଆସିବ ନି ଓଟିପି ?
୧ ନଭେମ୍ବର ୨୦୨୪ରୁ ଟେଲିକମ୍ କମ୍ପାନୀ ଗୁଡ଼ିକ ଓଟିପି ବନ୍ଦ କରିପାରନ୍ତି। ଏୟାରଟେଲ, ଭିଆଇ, ଜିଓ ଏବଂ ବିଏସଏନଏଲ ଭଳି ଟେଲିକମ କମ୍ପାନୀ ଅନଲାଇନ ଟ୍ରାଞ୍ଜାକସନଠାରୁ ଆରମ୍ଭ କରି ଅନ୍ୟାନ୍ୟ ସେବା ପର୍ଯ୍ୟନ୍ତ ଫୋନ ନମ୍ବରର ଇନକମିଂ ଓଟିପିକୁ ବନ୍ଦ କରିବା ପାଇଁ ପ୍ରସ୍ତୁତି ରେ ପଦକ୍ଷେପ ନେଇପାରନ୍ତି।
 
ସ୍କାମର୍ସଙ୍କ ଉପରେ ଲାଗିବ ଲଗାମ 
ନୂଆ ନିୟମ ଲାଗୁ ହେଲେ ଲୋକଙ୍କ ପାଇଁ ଓଟିପି ପାଇବା କଷ୍ଟକର ହୋଇପାରେ, କିନ୍ତୁ ଏହି ପଦକ୍ଷେପ ଦ୍ୱାରା ବଢୁଥିବା ଠକେଇ ଓ ଫ୍ରଡକୁ ରୋକାଯାଇପାରିବ । ବାସ୍ତବରେ ଟ୍ରାଇର ନୂଆ ନିୟମ ଅନୁଯାୟୀ ଟେଲିକମ୍ କମ୍ପାନୀ  ଗୁଡ଼ିକୁ ସ୍ପାମ୍ ନମ୍ବରକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥିତିରେ କମ୍ପାନୀ ଗୁଡ଼ିକ ନିଜ ସିମ୍ ବ୍ୟବହାରକାରୀଙ୍କ ପାଖରେ ମେସେଜ୍ ପହଞ୍ଚିବା ପୂର୍ବରୁ ସ୍ପାମ୍ ଲିଷ୍ଟରେ ମେସେଜ୍ ରଖି ନମ୍ବରକୁ ବ୍ଲକ୍ କରିପାରିବେ।
 
ନଭେମ୍ବର ପହିଲାରୁ ଲାଗୁ ହେବ ଏହି ନିୟମ
ତଥ୍ୟ ଅନୁସାରେ ଭାରତରେ ପ୍ରତିଦିନ ୧.୫ରୁ ୧.୭ ବିଲିୟନ ମେସେଜ ପଠାଯାଉଛି । ନୂଆ ନିୟମ ଅନୁଯାୟୀ ଏହି ମେସେଜକୁ ବ୍ୟାନ୍ କରିବା ପାଇଁ ଟେଲିକମ୍ ଅପରେଟରମାନଙ୍କ ପ୍ରସ୍ତୁତି ସରିଥିଲେ ମଧ୍ୟ ଟେଲିମାର୍କେଟର୍ ଏବଂ ପ୍ରମୁଖ ଅନୁଷ୍ଠାନ (ପିଇ) ପକ୍ଷରୁ କିଛି କାମ ଶେଷ ହୋଇନାହିଁ। ଏଭଳି ସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଟେଲିକମ୍ କଂପାନିଗୁଡ଼ିକ ଆଉ କିଛି ସମୟ ମାଗିଛନ୍ତି।
 
ଟେଲିକମ୍ କମ୍ପାନୀ  ଗୁଡ଼ିକ କହିଛନ୍ତି ଯେ ସେମାନେ ଡିସେମ୍ବର ପହିଲାରୁ ଏହି ନିୟମକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବେ, ଯାହା ପରେ ଠକେଇ କିମ୍ବା ଠକେଇ ମେସେଜ୍ ମାଧ୍ୟମରେ ଆସୁଥିବା ଓଟିପି ଉପରେ ପ୍ରତିବନ୍ଧକ ଲଗାଯାଇପାରେ।
 
ସୂଚନା ପାଇଁ କହିରଖୁଛୁ ଯେ ଗତ କିଛି ବର୍ଷ ମଧ୍ୟରେ ଓଟିପି ସହ ଜଡିତ ଅନେକ ମାମଲା ରୁଜୁ ହୋଇଛି ଏବଂ ଅନେକ ଲୋକ ଲିଙ୍କ, ଆପ ଏବଂ ୱେବସାଇଟ ମାଧ୍ୟମରେ ଅନଲାଇନ ଠକେଇର ଶିକାର ହୋଇଛନ୍ତି, ଯାହାକୁ ଦୃଷ୍ଟିରେ ରଖି ସାଇବର ପୋଲିସ ଏବଂ ସରକାର ସୁରକ୍ଷା ପାଇଁ ଟିପ୍ସ ଜାରି କରିବା ସହିତ ସମସ୍ତ ନିୟମରେ ପରିବର୍ତ୍ତନ କରାଯାଉଛି ।