Advertisement
Photo Details/zeeodisha/odisha2516179
photoDetails0hindi

Weekly Love Horoscope: ଶନିଙ୍କ ଓଲଟା ଚଳନ ପ୍ରେମୀଯୁଗଳଙ୍କ ପାଇଁ ଆଣିବ ଖୁସିଖବର, ଜାଣନ୍ତୁ କେମିତି କଟିବ ଆଗାମୀ ସପ୍ତାହ?

Weekly Love Horoscope, 18 to 24 November 2024: ନଭେମ୍ବର ର ଆଗାମୀ ସପ୍ତାହ ଖୁବ ଖାସ ହେବାକୁ ଯାଉଛି। ଶନିଙ୍କ ପ୍ରତ୍ୟକ୍ଷ ଗତି କର୍କଟ ଓ କନ୍ୟା ରାଶି ସମେତ ୫ଟି ରାଶିର ଜୀବନରେ ସକାରାତ୍ମକ ଫଳ ଆଣିବ ଏବଂ ଆପଣଙ୍କ ପ୍ରେମ ଜୀବନ ସୁଖମୟ ହେବ। ଶନିଙ୍କ କୃପାରୁ ଆପଣଙ୍କ ସାଥୀଙ୍କ ସହ ଆପଣଙ୍କର ସମସ୍ତ ବିବାଦର ଅନ୍ତ ଘଟିବ ଏବଂ ଆପଣ ଆପଣଙ୍କ ପ୍ରେମ ଜୀବନକୁ ନୂତନ ଭାବରେ ଆରମ୍ଭ କରିବେ । ଆସନ୍ତୁ ଜାଣିବା ଆଗାମୀ ସପ୍ତାହ ପ୍ରେମ ଦୃଷ୍ଟିରୁ କେମିତି କଟିବ।

 

1/12

ମେଷ ରାଶି ପାଇଁ ଏହି ସପ୍ତାହ ପ୍ରେମ ସମ୍ପର୍କ କ୍ଷେତ୍ରରେ ଅସୁବିଧା ଓ ଅସ୍ଥିରତାରେ ପରିପୂର୍ଣ୍ଣ ରହିବ। ପ୍ରେମ ସମ୍ପର୍କରେ ଆଗାମୀ ସପ୍ତାହ ପ୍ରାରମ୍ଭରେ ହଠାତ୍ କୌଣସି ଗୁଜବ ଯୋଗୁଁ ମନ ଅଶାନ୍ତ ହୋଇଯିବ। ଆପଣଙ୍କ ସମ୍ପର୍କକୁ ନେଇ ଆପଣଙ୍କ ମନରେ ସାମାନ୍ୟ ଭୟ ରହିପାରେ। ଜୀବନସାଥୀ ଆପଣଙ୍କ ଆଶା ପୂରଣ କରିବେ ନାହିଁ। ଏହାକୁ ନେଇ ଆପଣ ବହୁତ ଅସନ୍ତୁଷ୍ଟ ହେବେ । ହେଲେ ସପ୍ତାହ ଶେଷ ସମୟରେ ସବୁ କିଛି ଠିକ୍ ହୋଇପାରେ।

Also Read: November 16 Financial Horoscope: ରୋହିଣୀ ନକ୍ଷତ୍ରରେ ସର୍ବାର୍ଥ ସିଦ୍ଧି ଯୋଗ, ମାଲାମାଲ୍ ହେବେ ଏହି ୫ରାଶି

2/12

ବୃଷ ରାଶି ପାଇଁ ଆଗାମୀ ସପ୍ତାହ ପ୍ରେମ ଜୀବନରେ ଟିକେ ମିଶ୍ରିତ ପ୍ରଭାବ ପକାଇବ। ସପ୍ତାହ ପ୍ରାରମ୍ଭରେ ନିଜ ପ୍ରେମ ଜୀବନ ସହ ଟିକିଏ କଥା ବାର୍ତ୍ତା କରି ସମସ୍ୟାର ସମାଧାନ କରନ୍ତୁ। ସପ୍ତାହର ଦ୍ୱିତୀୟାର୍ଦ୍ଧରେ ସମୟ ଅନୁକୂଳ ରହିବ ଏବଂ ସନ୍ତୁଳନ ସୃଷ୍ଟି କରି ନିଜ ଜୀବନରେ ଆଗକୁ ବଢ଼ିଲେ ଭଲ ହେବ। ଆପଣଙ୍କ ସମ୍ପର୍କ ଭଲ ରହିବ। ପାର୍ଟନର ଙ୍କ ସହ ରୋମାଣ୍ଟିକ ସମୟ ବିତାଇବେ। ସାଥୀ ହୋଇ ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

3/12

ମିଥୁନ ରାଶି ପାଇଁ ଆଗାମୀ ସପ୍ତାହରେ ପ୍ରେମ ଜୀବନ ପାଇଁ ଖୁବ ଭଲ ହେବାକୁ ଯାଉଛି। ହେଲେ କଥାବାର୍ତ୍ତାରେ ସଂଯମତା ରଖନ୍ତୁ।  ସପ୍ତାହ ପ୍ରାରମ୍ଭରେ ଘରୁ ଦୂରରେ ରହିବା ଦ୍ୱାରା ଅଧିକ ଅସ୍ଥିରତା ବଢ଼ିପାରେ। କୌଣସି ପ୍ରକାରର ବାହ୍ୟ ହସ୍ତକ୍ଷେପ ଆପଣଙ୍କୁ ସପ୍ତାହର ଦ୍ୱିତୀୟାର୍ଦ୍ଧରେ ଅସୁବିଧା ଆଣିପାରେ । ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ । ସାଥୀଙ୍କ ସହ କୌଣସି ପ୍ରକାରର ଯୁକ୍ତିତର୍କ ଓ ବିବାଦରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

4/12

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ସପ୍ତାହ ଆପଣଙ୍କ ପ୍ରେମ ଜୀବନରେ ମିଶ୍ରିତ ଅନୁଭୂତି ଆଣିବ। ସପ୍ତାହ ପ୍ରାରମ୍ଭରେ ପ୍ରେମ ଜୀବନରେ ସବୁକିଛି ଭଲ ରହିବ, କିନ୍ତୁ ତଥାପି ମନ କୌଣସି କଥାକୁ ନେଇ ଦୁଃଖୀ ରହିବ। ପ୍ରେମ କ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରିବା ପାଇଁ ଏହି ସପ୍ତାହ ଟି ଆପଣଙ୍କ ପାଇଁ ଅଟେ । ସପ୍ତାହର ଦ୍ୱିତୀୟାର୍ଦ୍ଧରେ ସମୟ ଅନୁକୂଳ ରହିବ । 

 

5/12

ସିଂହ ରାଶି ପାଇଁ ପ୍ରେମ ସମ୍ପର୍କ କ୍ଷେତ୍ରରେ ଏହି ସପ୍ତାହ ଖୁସିରେ ପରିପୂର୍ଣ୍ଣ ରହିବ। ପ୍ରେମ ସମ୍ପର୍କରେ ପାରସ୍ପରିକ ପ୍ରେମ ସୁଦୃଢ ହେବ ଏବଂ ମା' ଭଳି ମହିଳାଙ୍କ ସାହାଯ୍ୟରେ ଜୀବନରେ ସୁଖ ଶାନ୍ତି ଅନୁଭବ ହେବ। ସପ୍ତାହର ଦ୍ୱିତୀୟାର୍ଦ୍ଧରେ ରୋମାନ୍ସ ଭରପୂର ରହିବ। ଆପଣଙ୍କ ଜୀବନରେ ଖୁସିର କିଛି ମୁହୂର୍ତ୍ତ ଆସିବ। 

 

6/12

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ସପ୍ତାହ ପ୍ରେମ କ୍ଷେତ୍ରରେ ଦୁଃଖ ଓ ଅସୁବିଧାରେ ପରିପୂର୍ଣ୍ଣ ହୋଇପାରେ। ସପ୍ତାହ ଆରମ୍ଭରେ କୌଣସି ଖବର ପାଇବା ପରେ ମନ ଦୁଃଖୀ ହୋଇପାରେ। ଯୁବକଙ୍କୁ ନେଇ ମନ ମଧ୍ୟ ଚିନ୍ତିତ ରହିବ ଓ ପ୍ରେମ ଜୀବନ ପ୍ରତି ବିଶେଷ ଧ୍ୟାନ ଦେଇପାରିବ ନାହିଁ। ପତି ପତ୍ନୀ ପ୍ରତିଟି କଥାରେ କଳହ କରିବେ ତେବେ ଗୁରୁଜନଙ୍କ କଥାମାନି ସମାଧାନ କରିବା ଉଚିତ୍। 

7/12

ତୁଳା ରାଶିର ଲୋକମାନଙ୍କ ପାଇଁ ଆଗାମୀ ସପ୍ତାହରେ ପ୍ରେମ ସମ୍ପର୍କରେ ଅନେକ ଶୁଭ ଖବର ଆସିପାରେ ଏବଂ ଆପଣଙ୍କୁ ବହୁତ ବୁଦ୍ଧିମତା ସହିତ କାମ କରିବାକୁ ପରାମର୍ଶ ଦିଆଯାଉଛି । ଶେଷରେ ପାରସ୍ପରିକ ପ୍ରେମ ଦୃଢ଼ ହେବ। ତେବେ ସପ୍ତାହର ଦ୍ୱିତୀୟାର୍ଦ୍ଧରେ ଆରାମ ମିଳିବ ଏବଂ ଜୀବନସାଥୀଙ୍କ ସହ ଶାନ୍ତ ସମୟ ବିତାଇବାକୁ ପସନ୍ଦ କରିବେ ଓ ମନ ପ୍ରଫୁଲ୍ଲ ରହିବ। 

8/12

ବିଛା ରାଶି ପାଇଁ ଆଗାମୀ ସପ୍ତାହ ଆପଣଙ୍କ ପ୍ରେମ ଜୀବନ ପାଇଁ ଏକ ଆନନ୍ଦଦାୟକ ସପ୍ତାହ ଏବଂ ଜୀବନରେ ଖୁସି ଭରିଦେବ । ସପ୍ତାହ ପ୍ରାରମ୍ଭରେ ଯଦିଓ ଆପଣଙ୍କ ପ୍ରେମ ଜୀବନକୁ ନେଇ ଟିକିଏ ଦ୍ୱନ୍ଦ୍ୱ ରହିବ, କିନ୍ତୁ ଯଦି ଆପଣ ନିଜର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବେ ତେବେ ଆପଣ ଖୁସି ହେବେ । ସପ୍ତାହର ଦ୍ୱିତୀୟାର୍ଦ୍ଧରେ ପରିସ୍ଥିତି ରେ ସୁଧାର ଆସିବ । ପାରିବାରିକ ସୁଖ ଶାନ୍ତି ବଜାୟ ରହିବ।

9/12

ଧନୁ ରାଶି ପାଇଁ ଆଗାମୀ ସପ୍ତାହ ପ୍ରେମ ଦୃଷ୍ଟିରୁ ଟିକିଏ ମିଶ୍ରିତ ରହିବ ।  ସପ୍ତାହର ଦ୍ୱିତୀୟାର୍ଦ୍ଧରେ ପାରସ୍ପରିକ ପ୍ରେମ ସୁଦୃଢ଼ ହେବ ଏବଂ ଆପଣ ଆପଣଙ୍କ ପ୍ରେମ ଜୀବନକୁ ନେଇ ଟିକେ ଦାୟିତ୍ୱବାନ ଅନୁଭବ କରିବେ ଏବଂ ଆପଣଙ୍କ ଜୀବନରେ ଆନନ୍ଦ ବୃଦ୍ଧି ପାଇବ । ପତି ପତ୍ନୀ କୌଣସି ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଏହାସହ ଯେଉଁ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଲାଗିଛି ସେମାନେ ଶୁଭ ଖବର ନିଶ୍ଚିତ ପାଇବେ। 

10/12

ମକର ସପ୍ତାହ ଆରମ୍ଭରେ ପ୍ରେମ ଜୀବନରେ ଅସନ୍ତୁଷ୍ଟ ହୋଇପାରନ୍ତି। କୌଣସି ଗୁଜବ ଯୋଗୁଁ ମନ ମଧ୍ୟ ନିରାଶ ହେବ। ତେବେ ସପ୍ତାହର ଦ୍ୱିତୀୟାର୍ଦ୍ଧରେ ସମୟ ଅନୁକୂଳ ରହିବ ଏବଂ ଯେଉଁ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଭଲ ଥିବ, ତାଙ୍କ ସାହାଯ୍ୟରେ ଜୀବନରେ ସୁଖ ଶାନ୍ତି ରହିବ। ପ୍ରେମ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ବହୁତ ଖାସ୍ ରହିବ।

 

11/12

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହ ପ୍ରେମ କ୍ଷେତ୍ରରେ ଖୁସିରେ ପରିପୂର୍ଣ୍ଣ ରହିବ। ସପ୍ତାହ ପ୍ରାରମ୍ଭରେ ମନ ପ୍ରସନ୍ନ ରହିବ ଏବଂ ପ୍ରେମ ଜୀବନରେ ଆନନ୍ଦଦାୟକ ଅନୁଭୂତି ମିଳିବ। ତେବେ ସପ୍ତାହର ଦ୍ୱିତୀୟାର୍ଦ୍ଧରେ କିଛି ଅସୁବିଧା ବଢିପାରେ ଏବଂ କୌଣସି ଖବର ପାଇବା ପରେ ମନ ଅଶାନ୍ତ ରହିବ । ଏହି ସପ୍ତାହରେ ପ୍ରେମ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବା ଉଚିତ୍ ।

12/12

ମୀନ ରାଶି ପାଇଁ ଆଗାମୀ ସପ୍ତାହ ପ୍ରେମ ଜୀବନ ପାଇଁ କଷ୍ଟଦାୟକ ହୋଇପାରେ ଏବଂ ସାଥୀଙ୍କ ସହିତ ସମସ୍ୟା ବଢିପାରେ ଏବଂ ପାରସ୍ପରିକ ପ୍ରେମରେ ଦୂରତା ବୃଦ୍ଧି ହୋଇପାରେ । ଏହି ସପ୍ତାହରେ ଜୀବନସାଥୀଙ୍କ ସହ କୌଣସି ଭ୍ରମଣକୁ ନେଇ ମନ ଭୟଭୀତ ରହିବ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)