Winter diet: ଆପଣ ଜାଣିଥିବେ ଯେ, ଖାଦ୍ୟରୁ ଆମେ ଆମ ଶରୀର ପାଇଁ ଶକ୍ତି ପାଇଥାଉ । କିନ୍ତୁ ଏପରି କିଛି ଜିନିଷ ରହିଛି ଯଦି ଖାଦ୍ୟରେ ତାହା ମିଶାଯାଏ ତେବେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ । ବାସ୍ତବରେ, କିଛି ମସଲା ଆମ ଶରୀରର ତାପମାତ୍ରା ବଢାଇଥାଏ । ଆଜି ଆପଣଙ୍କୁ ସେହି ମସଲାଗୁଡ଼ିକ ବିଷୟରେ କହିବୁ ଯାହା ଆପଣ ବ୍ୟବହାର କରି ନିଜ ଶରୀରର ତାପମାତ୍ରା ବଢାଇପାରିବେ ।
ଜିରା
ଆନେକ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ସମୟରେ ଆମେ ଜିରା ବ୍ୟବହାର କରିଥାଉ । କିନ୍ତୁ ଶୀତଦିନେ ଆପଣ ଜିରା ବ୍ୟବହାର କରି ଶରୀରକୁ ଗରମ କରିପାରିବେ । ଜିରାକୁ ପାଣିରେ ଫୁଟାଇ ସେହି ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ ।
ଅଦା
ସାଦା ହେଉ ଅବା ଆମିଷ ଅଦା ପ୍ରାୟତଃ ଅନେକ ଖାଦ୍ୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ଶୀତଦିନେ ଆମେ ବିଭିନ୍ନ ଉପାୟରେ ଅଦାକୁ ବ୍ୟବହାର କରିପାରିବା । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଚା’ରେ ଫୁଟାଇ ପାରିବେ । ନଚେତ ଏହାକୁ ଏକ ଡିକୋସନ୍ ଭାବରେ ବ୍ୟବହାର କରିପାରିବେ ।
ଡାଲଚିନି
ଏହାକୁ ବିଶେଷ କରି ମସଲାଯୁକ୍ତ ଚାରେ ବ୍ୟବହାର କରାଯାଏ । ଚା'ରେ ଡାଲଚିନି ମିଶାଇବା ଦ୍ୱାରା ଏହାର ସ୍ୱାଦ ବଢିଥାଏ । ଏଥିସହ ଏହାର ସେବନ ଦ୍ୱାରା ଆମ ଶରୀର ଗରମ ରହିଥାଏ । ଡାଲଚିନି ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ।
କଳା ମରିଚ
ଚା ସମେତ ବିଭିନ୍ନ ତରକାରୀ ଏବଂ ସାଲାଡରେ କଳା ମରିଚ ବ୍ୟବହାର କରାଯାଏ । ଏହାକୁ ଖାଇବା ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ । ଏହାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଫାଇଦା ହେଉଛି, ଏହା ସଂକ୍ରମଣର ଆଶଙ୍କା କମ କରିଥାଏ ।
ଗୁଜୁରାତି (ଅଳେଇଚ)
ଶୀତଦିନେ ଏହାର ଚା ’ପିଇବା ବହୁତ ଭଲ ବୋଲି ପ୍ରମାଣିତ ହୋଇଥାଏ । ଏହା କେବଳ ଶରୀରକୁ ଗରମ ରଖେ ତାନା ନୁହେଁ, ବରଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଭଲ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़