Advertisement
Photo Details/zeeodisha/odisha2653295
photoDetails0hindi

Shani Rahu Yuti 2025: ଏହିସବୁ ରାଶିଙ୍କ ଭାଗ୍ୟ ଉଜ୍ଜଳ କରିବେ ଶନି-ରାହୁ, ମିଳିବ ପୁଳା ପୁଳା ଟଙ୍କା ସହ ବ୍ୟବସାୟରେ ବଢିବ ଲାଭ!

Shani Rahu Yuti 2025 Effects: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହ ରାହୁ ମୀନ ରାଶିରେ ବିରାଜମାନ ଅଛନ୍ତି। ଯେଉଁ ରାଶିକୁ ମାର୍ଚ୍ଚ ୨୯ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ଶନି ଚଳନ କରିବେ। ଗୋଟିଏ ରାଶିରେ ଶନି- ରାହୁଙ୍କ ମିଳନ ଦୁର୍ଲଭ ଯୋଗ ବା ଶନି ରାହୁ ୟୁତି ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକରେ ଶନି- ରାହୁଙ୍କ ସ୍ଥିତି ମଜବୁତ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ସୁଖି ମଧ୍ୟ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଦିର୍ଘ ୩୦ ବର୍ଷ ପରେ ଶନି-ରାହୁଙ୍କ ମିଳନ କିଛି ରାଶିଙ୍କ ଭାଗ୍ୟ ଉଦୟ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

 

1/4

ମିଥୁନ: ଶନି-ରାହୁଙ୍କ ଦୁର୍ଲଭ ଯୋଗ ଏହି ରାଶିର ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  କର୍ମକ୍ଷେତ୍ରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ପଦୋନ୍ନତି ସହ ଦରମା ବଢିବ। ଆୟରେ ବୃଦ୍ଧି ଘଟିବ।  ବ୍ୟବସାୟୀମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ମିଳିବ। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ଯେଉଁମାନେ ଦିର୍ଘ ଦିନ ହେବ ନୂଆ ଗାଡି଼ କିଣିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିଛି।  ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ।  ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ।

ALSO READ : Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Weather Update: ୩ ଦିନ ଯାଏଁ ଛେଚିବ, ଆଜି ଏହିସବୁ ଜିଲ୍ଲାରେ କୁଆପଥର ବର୍ଷା ସହ ବହିବ ୪୦-୫୦ କିମି ପବନ !

2/4

ଧନୁ: ଶନି-ରାହୁଙ୍କ କୃପାରୁ ଚମକିବ ଏହିରାଶିର ଭାଗ୍ୟ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନୂଆ ଘର କିମ୍ବା ଗାଡି କିଣିବେ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ଭଲ ଦ୍ବି-ପଇସା ରୋଜଗାର କରିବେ। ବିଦେଶ ଯାତ୍ରାର ଯୋଗ ରହିଛି । କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ଭାଇ-ଭଉଣୀଙ୍କ ସହ  ସମ୍ପର୍କ ଭଲ ହେବ।  ପ୍ରେମୀମାନଙ୍କ ସହ ସମୟ ଭଲ ରହିବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ଯେଉଁମାନେ  ରିୟଲି-ଇ-ଷ୍ଟେଟ୍ ବ୍ୟବସାୟର କାର୍ଯ୍ୟରତ ସେମାନଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ।  ସ୍ବାସ୍ଥ୍ୟ ଭଲ ରହିବ। ନୂଆ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। 

 

3/4

କୁମ୍ଭ: ଶନି- ରାହୁଙ୍କ ଶୁଭ ମିଳନ ଏହି ରାଶିକୁ ମାଲାମାଲ୍ କରିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଯେଉଁମାନେ କଳା, ସାହିତ୍ୟ ,ସାମ୍ବାଦିକତା କ୍ଷେତ୍ରରେ ଜଡ଼ିତ ଅଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। କୌଣସି ସଭା ସମିତିରେ ସମ୍ମାନୀତ ହେବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ପ୍ରେମୀ ସମ୍ପର୍କରେ ଥିବା ଲୋକଙ୍କ ବିବାହ ହେବ। ଦାମ୍ପତ୍ୟ ଜୀବନରେ ଲାଗିଥିବା ସମସ୍ୟା ଦୂର ହେବ। ରାଜନୈତିକ କ୍ଷେତ୍ରରେ ଥିବା ଲୋକେ ଦଳ ପକ୍ଷରୁ ବଡ଼ ଦାୟିତ୍ବ ପାଇବେ। 

4/4

ମୀନ: ଶନି ଓ ରାହୁଙ୍କ କୃପାରୁ ମୀନ ରାଶି ପାଇଁ ସମୟ ଶୁଭ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ନୂଆ ଘର କିମ୍ବା ଫ୍ଲଟ୍ କିଣିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ବ୍ୟବସାୟରେ ଅଗ୍ରଗତି କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ସେମାନଙ୍କୁ ପଦୋନ୍ନତି ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। ଅବିବାହିତମାନଙ୍କର ବିବାହର ଯୋଗ ଫିଟିବ। ସ୍ବାସ୍ଥ୍ୟ ଭଲ ରହିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)