କ୍ୟାପ୍ସିକମକୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟରେ ବ୍ୟବହୃତ କରିଥାଉ। ଖାଈବାକୁ ସ୍ଵାଦିଷ୍ଟ ଲାଗିବା ସହ ଏଥିରୁ ଭରପୂର ପୋଷଣ ମିଳିଥାଏ । କେହି କେହି ଏହାକୁ ରାନ୍ଧି ଖାଉଥିବା ବେଳେ ସାଲାଡ଼ରେ ମଧ୍ୟ ବ୍ୟବହାର କରିଥାନ୍ତି।
Red Bell Peppers: ଖାଦ୍ୟରେ ଲାଲ କ୍ୟାପସିକମ୍ ମିଶାଇଲେ କ’ଣ ଲାଭ ମିଳିପାରିବ, ଆସନ୍ତୁ ବିଶେଷଜ୍ଞଙ୍କ ଠାରୁ ଜାଣିବା। ଡାଏଟିସିଆନ୍ ଲଭନୀତ ବାତ୍ରା ଏହା ବିଷୟରେ ସୂଚନା ଦେଇଛନ୍ତି
ଲାଲ୍ କ୍ୟାପ୍ସିକମରେ ଲ୍ୟୁଟିନ୍ ଏବଂ ଜିଆକ୍ସାନ୍ଥିନ୍ କ୍ୟାରୋଟିନୋଏଡ୍ ଥାଏ, ଯାହା ଦୃଷ୍ଟି ଶକ୍ତିକୁ ଉନ୍ନତ କରେ ।
ଲାଲ୍ କ୍ୟାପ୍ସିକମରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଛି, ଯାହା ଶରୀରକୁ ଅକ୍ସିଡେଟିଭ କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରେ। ଏହା ଚର୍ମକୁ ୟୁଭିଏ(UVA) ଏବଂ ୟୁଭିବି(UVB) କ୍ଷତିରୁ ରକ୍ଷା କରେ।
ଲାଲ୍ କ୍ୟାପ୍ସିକମରେ ଭିଟାମିନ୍ ଏ ଏବଂ ସି ସହ ପ୍ରଚୁର ପରିମାଣର ଅନ୍ୟାନ୍ୟ ଭିଟାମିନ୍ ମଧ୍ୟ ମିଳିଥାଏ ।
ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ ଏବଂ ରୋଗର ଆଶଙ୍କା କମ୍ କରେ।
ଲାଲ୍ କ୍ୟାପ୍ସିକମ୍ ପ୍ରକୃତରେ ଏକ ସୁପରଫୁଡ୍, କାରଣ ଏଥିରେ ଆପିଜେନି, ଲ୍ୟୁପୋଲ୍, ଲ୍ୟୁଟୋଲିନ୍, କ୍ୱେରସେଟିନ୍ ଏବଂ କ୍ୟାପ୍ସିୟେଟ୍, ବିଟା-କାରୋଟିନ୍, ବିଟା-କ୍ରିପ୍ଟୋକ୍ସାନ୍ଥିନ୍ ଏବଂ ଲାଇକୋପିନ୍ ଭଳି କ୍ୟାରୋଟିନୋଏଡ୍ସ ସମେତ କର୍କଟ ସହ ଲଢ଼ିବାକୁ ଅସଂଖ୍ୟ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ।
ଲାଲ୍ କ୍ୟାପ୍ସିକମ୍ ଲାଇକୋପିନ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ରେ ଭରପୂର, ଯାହା ମୁକ୍ତ ରେଡିକଲ୍ସ ଦ୍ୱାରା ହେଉଥିବା କ୍ଷତିକୁ ରୋକି ହୃଦୟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ।
କ୍ୟାପ୍ସିକମ୍ ଭିଟାମିନ୍ ବି୬ ଏବଂ ଫୋଲେଟରେ ଭରପୂର, ଯାହା ହୋମୋସିଷ୍ଟାଇନ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ହୋମୋସିଷ୍ଟାଇନର ଅଧିକ ସ୍ତର ହୃଦରୋଗର ଆଶଙ୍କା ବଢ଼ାଇଥାଏ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़