Advertisement
Photo Details/zeeodisha/odisha2408257
photoDetails0hindi

Weekly Lucky Zodiac Sign: ଗଜକେଶରୀ ଯୋଗ ପ୍ରଭାବରୁ ସେପ୍ଟେମ୍ବରରେ ଭାଗ୍ୟବାନ୍ ହେବେ ଏହିସବୁ ରାଶି, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସହ...

Weekly Lucky Zodiac Sign 1 to 7 September 2024: ସେପ୍ଟେମ୍ବର ମାସ କିଛି ରାଶିଙ୍କ ବେଶ ଖାସ୍ ହେବାକୁ ଯାଉଛି। କାହିଁକିନା ମାସ ଆରମ୍ଭରୁ ଏକାଧିକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରିବେ। ସେପ୍ଟେମ୍ବରର ପ୍ରଥମ ସପ୍ତାହରେ ବୃଷ ରାଶିରେ ବୃହସ୍ପତିଙ୍କ ଚଳନ ହେବ। ଯେଉଁ ରାଶିରେ କି ପୂର୍ବର ଚନ୍ଦ୍ର ବିରାଜମାନ ଅଛନ୍ତି। ଫଳରେ ଏହି କାରଣରୁ , ଗଜକେଶରୀ ଯୋଗ ସୃଷ୍ଟି ହେବ। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଟି ରାଶିଙ୍କ ଉପରେ ପଡିବ। କେଉଁ ରାଶିଙ୍କ ଉପରେ ଏହାର ପ୍ରଭାବ ଶୁଭ ରହିବ ତ ଆଉ କେଉଁ ରାଶିଙ୍କ ପାଇଁ ବିପଦ ଡାକି ଆଣିବ। ତେବେ, ଆସନ୍ତୁ ଜାଣିବା ଗଜକେଶରୀ ଯୋଗ ସୃଷ୍ଟି କେଉଁ ମାନଙ୍କୁ ଶୁଭଫଳ ପ୍ରଦାନ କରିବ।  

1/5
ବୃଷ: ଗଜକେଶରୀ ଯୋଗ ପ୍ରଭାବ ଏହି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ନିଶ୍ଚୟ ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଆର୍ଥିକ ଦେଣନେଣରୁ ଲାଭ ପାଇବେ। ଆୟରେ ବୃଦ୍ଧି ଘଟିବ। ସାହିତ୍ୟ, କଳା, ସାମ୍ବାଦିକତା  ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଭଲ ରହିବ। ପିତା-ମାତାଙ୍କ ସହ ହୋଇଥିବା ଭୁଲ୍-ବୁଝାବଣା ଦୂର ହେବ। ପ୍ରେମୀ ମାନେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ବୈବାହିକ ଜୀବନ ସୁଖମୟ ହେବ। ସନ୍ତାନ ମାନଙ୍କ ଠାରୁ କୌଣସି ଖୁସି ଖବର ପାଇପାରନ୍ତି।   

ALSO READ:  Guru Vakri 2024: ବୃହସ୍ପତି ଚମକାଇବେ ଏହି ସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ ଶୁଭଫଳ!

ALSO READ: Weekly Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ସେପ୍ଟେମ୍ବରର ପ୍ରଥମ ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

2/5
କର୍କଟ:  ଆଗାମୀ ସପ୍ତାହ ଏହି ରାଶିଙ୍କର ବେଶ୍ ମଉଜମଜଲିସ୍ ରେ କଟିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। କାର୍ଯ୍ୟାଳୟରେ ପ୍ରତ୍ୟକ କାର୍ଯ୍ୟରେ ସିନିୟର ଓ ଜୁନିୟରଙ୍କ ସମର୍ଥନ ପାଇବେ।  ଆୟର ନୂତନ ଉତ୍ସ ସୃଷ୍ଟି ହେବ।  କୌଣସି କାର୍ଯ୍ୟ ପାଇଁ ସମ୍ମାନୀତ ହୋଇପାରନ୍ତି। ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଭଲ ରହିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଜ୍ବର-କାଶ ପରି ରୋଗରେ ପୀଡିତ ହୋଇପାରନ୍ତି।

3/5
ସିଂହ: ଗଜକେଶରୀ ଯୋଗ ପ୍ରଭାବରୁ ଏହି ରାଶିର ଲୋକଙ୍କ ଭାଗ୍ୟ ସୂର୍ଯ୍ୟଙ୍କ ପରି ଚମକିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ହୋଇଥିବା ଷଡଯନ୍ତ୍ରକୁ ପଣ୍ତ କରିବାର ସଫଳ ହେବେ। ଶତ୍ରୃମାନେ ମିତ୍ରତାର ହାତ ବଢେଇବା। କିନ୍ତୁ କ୍ରୋଧରେ କୌଣସି ପ୍ରକାର ବଡ଼ ନିସ୍ପତ୍ତି ନିଅନ୍ତୁ ନାହିଁ । ନଚେତ୍ ପରେ ପସ୍ତେଇବେ। ଆମଦାମୀ-ରପ୍ତାନୀ ବ୍ୟବସାୟୀମାନେ ବିପୁଳ ଲାଭ ପାଇବେ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି ହୋଇପାରେ। ଗାଡି଼ ଚଳାନ ବେଳେ ସତର୍କତା  ଅବଲମ୍ବନ କରନ୍ତୁ। ନିଜ ଲୋକଙ୍କୁ ଅନ୍ଧ ଭଳି ବିଶ୍ବାସ କରନ୍ତୁ ନାହିଁ।

4/5

କନ୍ୟା: ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ସମୟ ମଧ୍ୟରେ ନୂତନ ଗାଡି କିଣିପାରନ୍ତି। ନବ-ବିବାହିତ ମାନେ ସନ୍ତାନ ପ୍ରାପ୍ତି ନେଇ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ।  

5/5
ବିଛା: ଦିର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ମହିଳା କର୍ମଚାରୀମାନେ କାର୍ଯ୍ୟାଳୟରେ ସମ୍ମାନୀତ ହେବେ। ସପ୍ତାହ ଆରମ୍ଭରୁ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ଶୁଣିପାରନ୍ତି। ନିଜ ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପରିବାରର ହସ-ଖୁସିର ମାହୋଲ ଦେଖାଦେବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)