Weekly Career Horoscope : ଚାକିରି, ପଦୋନ୍ନତି, ବୃଦ୍ଧିରେ ନୂତନ ସୁଯୋଗ ପାଇବା ସ୍ୱପ୍ନ ଏହି ସପ୍ତାହରେ ସାକାର ହେବାକୁ ଯାଉଛି। ୫ଟି ରାଶିର ଲୋକ ଚାକିରି ଏବଂ ବ୍ୟବସାୟରେ ବହୁତ ଲାଭ ପାଇବେ। ତେବେ ଆସନ୍ତୁ ଜାଣିବା ଆଗାମୀ ସପ୍ତାହରେ ସମସ୍ତ ୧୨ଟି ରାଶିର ସାପ୍ତାହିକ କ୍ୟାରିୟର ଏବଂ ଆର୍ଥିକ ରାଶିଫଳ କିପରି ରହିବ...
ମେଷ ରାଶି ଏହି ସପ୍ତାହ ମେଷ ରାଶି ଚିହ୍ନର ଲୋକଙ୍କ ପାଇଁ ଶୁଭକାମନା ଏବଂ ଶୁଭଫଳ ଆଣିଦେବ | ଏହି ସପ୍ତାହରେ କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବ। ଆପଣଙ୍କର ଯୋଜନାଗୁଡିକ ସପ୍ତାହ ଆରମ୍ଭରୁ ସମ୍ପୂର୍ଣ୍ଣ ହୋଇଥିବାର ଦେଖାଯିବ। ଏହି ଅବଧି ମଧ୍ୟରେ, ସାମାନ୍ୟ ସମସ୍ୟା ସତ୍ତ୍ୱେ, ଜିନିଷଗୁଡିକ ଆପଣଙ୍କ ସପକ୍ଷରେ ରହିବ। କର୍ମକ୍ଷେତ୍ରରେ ଉଭୟ ସିନିୟର ଏବଂ ଜୁନିଅର ଆପଣଙ୍କ ପ୍ରତି ଦୟାଳୁ ହେବେ। ଆପଣ ସପ୍ତାହର ପ୍ରଥମାର୍ଦ୍ଧରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବେ। ଯାହା ସାହାଯ୍ୟରେ ଭବିଷ୍ୟତରେ ଲାଭ ଯୋଜନାରେ ଜଡିତ ହେବା ଏବଂ ସମ୍ମାନ ପାଇବା ପାଇଁ ଏକ ସୁଯୋଗ ମିଳିବ |
ବୃଷ ରାଶି ଆଗାମୀ ସପ୍ତାହରେ ବୃଷ ରାଶିର ଲୋକମାନେ ଉପକୃତ ହେବେ ଏବଂ ଆପଣଙ୍କ କ୍ୟାରିୟରରେ ଆପଣଙ୍କ ପାଇଁ ସଫଳତାର ସମ୍ଭାବନା ଅଛି। ଆପଣଙ୍କ ଧନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଜି ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚ ଏବଂ ବିବାଦରୁ ଦୂରେଇ ରହିବା ଉଚିତ୍।ସନ୍ଧ୍ୟାରେ କିଛି କାମ ବିଳମ୍ବ କରିବା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ। ଆପଣ ପରିବାର ସହିତ ଭ୍ରମଣ କରିବାରେ ଆନନ୍ଦ ପାଇବେ।
ମିଥୁନ ରାଶି କ୍ୟାରିୟର ଦୃଷ୍ଟି କୋଣରୁ ମିଥୁନ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଶୁଭ ରହିବ। ବିଶେଷକରି, ସାହିତ୍ୟ, କାଳ, ସାମ୍ବାଦିକତା, ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ। ଯେଉଁମାନେ ଦୀର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଚାକିରି ମିଳିବ। ବ୍ୟାପାରରେ ନୂଆ ଯୋଜନା ଆପଣେଇବା ଦ୍ଵାରା ବ୍ୟାପାରରେ ବୃଦ୍ଧି ଘଟିବ। ଆୟ ବଢିବ। ପୁରୁଣା ନିବେଶରୁ ଲାଭ ମିଳିବ। ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ।
କର୍କଟ ରାଶି ଆଗାମୀ ସପ୍ତାହରେ ବ୍ୟବସାୟ କିମ୍ବା ଚାକିରିରେ ଯେତିକି ପରିଶ୍ରମ କରିବେ ସେଥିରେ ସେତିକି ଲାଭ ମିଳିବ। ଯେଉଁମାନେ ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଅଛନ୍ତି। ସେମାନଙ୍କ ବ୍ୟବସାୟରେ ଅଭିବୃଦ୍ଧି ଘଟିବ। ଦୂର ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ। ଜୀବନର ଭରପୁର ଲାଭ ଉଠାନ୍ତୁ। ବନ୍ଧୁଙ୍କ ସହଯୋଗ ନିଅନ୍ତୁ। ଯୋଗ କରିବା ଦ୍ଵାରା ଆଧ୍ୟାତ୍ମିକ, ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖି ଆପଣଙ୍କ ହୃଦୟ ଓ ମସ୍ତିଷ୍କକୁ ଭଲ ରଖିବେ। ସଙ୍ଗୀତ ଇତ୍ୟାଦି ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ। ମାତା ପିତାଙ୍କ ସାହାଯ୍ୟ ଦ୍ଵାରା ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ପାରିବେ। ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ଆସିପାରେ।
ସିଂହ ରାଶି ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନ ପଢି କୌଣସି ବି କାଗଜପତ୍ର ଉପରେ ଦସ୍ତଖତ କରନ୍ତୁ ନାହିଁ । ନଚେତ ସମସ୍ୟାରେ ପଡିବେ। କର୍ମକ୍ଷେତ୍ରରେ ସହକର୍ମୀ ଇର୍ସା ପରାୟଣ ହେବେ। ଆୟରେ ବୃଦ୍ଧି ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ରହିପାରେ। ଖର୍ଚ୍ଚ ଉପରେ କାବୁ ରଖିବାକୁ ଚେଷ୍ଟା କରନ୍ତୁ ଓ କେବଳ ଜରୁରୀ ଜିନିଷ ହିଁ କ୍ରୟ କରନ୍ତୁ।
କନ୍ୟା ରାଶି ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବ ପାଇଁ ସମୟ ଭଲ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ନୂଆ ବ୍ୟବସାୟ-ବାଣିଜ୍ୟ କାରବାରରେ ଜଡିତ ଥିବା ଲୋକେ ଲାଭବାନ୍ ହେବେ। ନିଜକୁ ନେଇ ଦୁଖୀ ରହିବା ଦ୍ଵାରା କିଛି ବି ହାସଲ ହେବ ନାହିଁ। ପରିବାର ସହିତ ବାଦ ବିବାଦ କରନ୍ତୁ ନାହିଁ । ନିଜ ସାଙ୍ଗ ମାନଙ୍କ ସାହିତ ମନୋରଞ୍ଜନ ଭରା ସମୟ ବିତାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ତୁଳା ରାଶି କର୍ମକ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିପାରେ। ସାମାଜିକ କାର୍ଯ୍ୟ କଳାପରେ ଜଡିତ ରହିବେ। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ ନାହିଁ। ଫଳରେ କାମରେ ରୁଚି ବଢିବ ନାହିଁ। ସହକର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ବାଣୀରେ ସଂଯମତା ରଖନ୍ତୁ। ପାରବାରିକ ସହଯୋଗ ମିଳିବ। କିଛି ପରିବାରର ସଦସ୍ୟମାନଙ୍କୁ ଅଳ୍ପ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।
ବିଛା ରାଶି ଚଳିତ ମାସର ଶେଷ ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିପାରେ। ସାମାଜିକ କାର୍ଯ୍ୟ କଳାପରେ ଜଡିତ ରହିବେ। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ ନାହିଁ। ଫଳରେ କାମରେ ରୁଚି ବଢିବ ନାହିଁ । ସହକର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ବାଣୀରେ ସଂଯମତା ରଖନ୍ତୁ । ପାରବାରିକ ସହଯୋଗ ମିଳିବ। କିଛି ପରିବାରର ସଦସ୍ୟମାନଙ୍କୁ ଅଳ୍ପ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।
ଧନୁ ରାଶି ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ମଙ୍ଗଳମୟ ରହିବ। ପୂରା ସପ୍ତାହଟି ବ୍ୟସ୍ତତା ଭିତରେ ରହିବେ। କର୍ମକ୍ଷେତ୍ରରେ ନୂଆ କାର୍ଯ୍ୟକୁ ନେଇ ଉତ୍ସାହ ଦଖାଦେବ। ସାହିତ୍ୟ, କଳା, ମନୋରଂଜନ କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। କୌଣସି ସଭାସମିତିରେ ସମ୍ମାନୀତ ହୋଇପାରନ୍ତି। ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ସପ୍ତାହ ଶେଷ ବେଳକୁ ଆକସ୍ମିକ ଧନଲାଭର ଯୋଗ ରହିଛି।
ମକର ରାଶି ଆଗାମୀ ସପ୍ତାହ ଏହି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ମତାନ୍ତର ହେବ। ପୁରୁଣା ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇପାରେ। କିନ୍ତୁ ପାରିବାରିକ ଜୀବନ ସୁଖମୟ ରହିବ। ନିଜ ସନ୍ତାନମାନଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ସପ୍ତାହ ଶେଷ ବେଳକୁ ଅସୁସ୍ଥତା ଅନୁଭବ କରିବେ।
କୁମ୍ଭ ରାଶି ଆସନ୍ତା ସପ୍ତାହରେ ଏହି ରାଶିର ଲୋକଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଚାହୁଁଛନ୍ତି । ସେମାନେ ଚେଷ୍ଟା ଜାରି ରଖନ୍ତୁ। ସଫଳତା ନିଶ୍ଚୟ ପାଇବେ। କୌଣିସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବା ପୂର୍ବରୁ ପିତା-ମାତାଙ୍କର ପରାମର୍ଶ ନିଅନ୍ତୁ। କ୍ଷୁଦ୍ର-ମଧ୍ୟମ ଧରଣର ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ଅଟକି ଥିବା ଟଙ୍କା ପାଇବେ। ସପ୍ତାହ ଶେଷ ବେଳକୁ ନିଜ ପରିବାର ସହ ଦୂରଯାତ୍ରା କରିପାରନ୍ତି। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ।
ମୀନ ରାଶି ବ୍ୟବସାୟୀ ମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ଆର୍ଥିକ ଦେଣନେଣରୁ ଦୂରେଇ ରୁହନ୍ତୁ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ । ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶୀକାର ହେବେ। ତେଣୁ ସତର୍କତାର ସହ ନିଜ ସହକର୍ମୀଙ୍କ ସହ କାର୍ଯ୍ୟ କରନ୍ତୁ। ଟଙ୍କା-ପଇସାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେବ।
ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़