Advertisement
Photo Details/zeeodisha/odisha2476011
photoDetails0hindi

Budh Gochar 2024: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବ ବୁଧଙ୍କ ଚଳନ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ...

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଏ। ଏହି କ୍ରମରେ ଆସନ୍ତାକାଲି  ସକାଳ ୮ଟା ୪୦ ମିନିଟ୍ ସମୟରେ ତୁଳା ରାଶିରେ ବିରାଜମାନ କରିବେ। ଯେଉଁ ରାଶିରେ କି ପୂର୍ବରୁ ସୂର୍ଯ୍ୟଦେବ ବିରାଜମାନ ଅଛନ୍ତି ମିଳନ ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗର ପ୍ରଭାବ ୧୨ଟି ରାଶି ଉପରେ କ'ଣ ପ୍ରଭାବ ପକାଇବ ଆସନ୍ତୁ ଜାଣିବ।....

 

1/12

ମେଷ:  ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ କର୍ମକ୍ଷେତ୍ରରେ ସଫଳତା ପାଇବେ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀ ମାନଙ୍କର ସହଯୋଗ ମିଳିବ। ପରିବାରରେ ହସଖୁସି ର ମାହୋଲ୍ ଦେଖିବାକୁ ମିଳିବ।  ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ବ୍ୟବସାୟରେ ଯଶ ମିଳିବ। ସ୍ଵାସ୍ଥ୍ୟ ଭଲ ରହିବା ସହ ମାନସିକ ଚିନ୍ତା ଦୂର ହେବ। ନିଜ ବନ୍ଧୁମାନଙ୍କ ଠାରୁ କୌଣସି ପ୍ରକାର ସାହାର୍ଯ୍ୟ ପାଇବେ।

ALSO READ: Grah Gochar 2024: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ଆଜିଠୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ ବ୍ୟବସାୟୀରେ...

ALSO READ:Viral Video: ସୋସିଆଲ୍ ମିଡିଆରେ ନିଆଁ ଲଗାଇଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ

2/12

ବୃଷ:   ବୁଧଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ପାଇଁ ଚଳିତ ସପ୍ତାହ ଅତ୍ୟନ୍ତ ଶୁଭ ରହିବ। ବିଶେଷକରି, ପରିବାରରେ ସୁଖ ,ଶାନ୍ତି ରହିବ। ଗୃହକୁ ପରିଜନ ଏବଂ ମିତ୍ରମାନଙ୍କ ଆଗମନ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ।  ଧନ ଲାଭ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସଫଳତା ମିଳିବ।  ଶାରୀରିକ-କ୍ଷେତ୍ରରେ ଉର୍ଜାର ଅଭାବ ଅନୁଭବ କରିବେ। ଫଳରେ କାର୍ଯ୍ୟାଳୟରେ ମଧ  କାମ କରିବା ପାଇଁ ମନ ଲାଗିବ ନାହିଁ। 

 

3/12

ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଖୁବ୍ ଅନୁକୂଳ ରହିବ।  ଅବିବାହିତମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ପ୍ରାପ୍ତ ହେବ। ଗୃହସ୍ଥ ଜୀବନ ଓ ଦାମ୍ପତ୍ୟ ଜୀବନରେ ସୁଖମୟ ହେବ। ବ୍ୟବସାୟରେ ଲାଭ ମିଳିବ। ଯେଉଁମାନେ ଦିର୍ଘଦିନ ଧରି ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବେ। 

 

4/12

କର୍କଟ: ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦରୁ ମୁକ୍ତି ମିଳିବ।  ହାତକୁ ନେଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା-ଯୋଗୁଁ ହତାଶା ଅନୁଭବ କରିପାରନ୍ତି। ସମୟରେ କାର୍ଯ୍ୟରେ ସଫଳତା ମିଳିବ। ଖାଇବା ପିଇବା ଏବଂ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ନୂଆ କାର୍ଯ୍ୟର ଆରମ୍ଭ ପାଇଁ ସମୟ ଅନୁକୂଳ ରହିବ ନାହିଁ। ଅଫିସ୍ କିମ୍ବା ବ୍ୟବସାୟରେ ଅତ୍ୟଧିକ କାର୍ଯ୍ୟର କାରଣରୁ ଥକା ଲାଗିବ। ଚାକିରି କରୁଥିବା ଲୋକଙ୍କୁ ଯଶ ଆଉ  ସଫଳତା ମିଳିବ। ଆର୍ଥିକ ଲାଭ ହେବ। ଦିର୍ଘ ଦିନ ଧରି ବାକି ପଡିଥିବା ଟଙ୍କା ପାଇବେ।

 

5/12

ସିଂହ: ବୁଧଙ୍କ କୃପା ଏହି ରାଶିକୁ ଧନବାନ୍ କରିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରେ ଲାଭ ପାଇବେ। ନିଜ ବନ୍ଧୁମାନଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ମନ ଆନନ୍ଦପୂର୍ଣ୍ଣ ରହିବ। ସାର୍ବଜନିକ ଜୀବନରେ ସମ୍ମାନ ମିଳିବ।  ଆପଣ ନିଜର କଳ୍ପନାଶକ୍ତି ଓ ସୃଜନଶକ୍ତିକୁ କାର୍ଯ୍ୟରେ ଜୋଡ଼ିବେ। ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷରେ ବିଜୟୀ ହେବେ। ସ୍ବାସ୍ଥ୍ୟ ଭଲ ରହିବ।

 

6/12

କନ୍ୟା: କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ସପ୍ତାହ ଶେଷ ବେଳକୁ ପ୍ରିୟଜନଙ୍କ ସହିତ ସାକ୍ଷାତକରି ଖୁସି ରହିବେ। ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ରହିବ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଥିବା ଲୋକେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। ଧନ ଲାଭ ହେବ। ନୂଆ କାର୍ଯ୍ୟ ପାଇଁ ଭଲ ସମୟ ଅଟେ। ନିବେଶକାରୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ନୂତନ ଗାଡି କିମ୍ବା ଜମି କ୍ରୟ କରିପାରନ୍ତି। 

 

7/12

ତୁଳା : ପୁରୁଣା ବିବାଦକୁ ନେଇ ଚିନ୍ତା ବଢିବ। କୌଣସି ଆଇନଗତ ମାମଲାରେ ଅଯଥାରେ ଫସି ପାରନ୍ତି। ନିଜ ଲୋକଙ୍କ ସହ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖନ୍ତୁ।  କର୍ମକ୍ଷେତ୍ରରେ ଲାଗି ରହିଥିବା  ସମସ୍ୟାର ଅନ୍ତ ଘଟିବ।  କାର୍ଯ୍ୟରେ ସଫଳତା ମିଳିବା ସହ ଧନ ଲାଭ ହୋଇପାରେ।  ମାନସିକ ଭାବେ ଆପଣ ଆନନ୍ଦିତ ରହିବେ। ସପ୍ତାହ ଶେଷ ଭାଗରେ  ମଧ୍ୟାହ୍ନ ପରେ କିଛି ଦ୍ୱନ୍ଦ୍ୱ ରହିବ। ଅଧିକ ଖର୍ଚ୍ଚ ହୋଇପାରେ। ବାହନ ସୁଖ ମିଳିବ।

8/12

ବିଛା: ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅସୁବିଧା ହୋଇପାରେ। ବ୍ୟବସାୟରେ ସରକାରଙ୍କର ହସ୍ତକ୍ଷେପ ବଢ଼ିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ଆଧ୍ୟାତ୍ମିକ ଏବଂ ଧାର୍ମିକ ବ୍ୟବହାରରେ ବୃଦ୍ଧି ହେବ। ବାମ ଆଖିରେ ଅସୁବିଧା ଏବଂ ଯନ୍ତ୍ରଣାର ଆଶଂକା ଅଛି। ସ୍ତ୍ରୀ -ତଥା ସନ୍ତାନଙ୍କର ଚିନ୍ତା ରହିବ। ଚାକିରିରେ ପ୍ରମୋସନର ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନୁକୂଳ ବାତାବରଣ ରହିବ।

9/12

ଧନୁ: ବୁଧଙ୍କ କୃପାରୁ ଚମକିବାକୁ ଯାଉଛି ଏହି ରାଶିର ଭାଗ୍ୟ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଦେଶ ବ୍ୟାପାରରେ ଲାଭ ହେବ। ଆପଣଙ୍କ ହାତରେ ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟ ହେବ । ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ତରଫରୁ ସୁଖ ମିଳିବ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟ କ୍ଷେତ୍ରରେ ନୂତନ ପ୍ରୋଜେକ୍ଟ ପାଇବେ। ପାରିବାରିକ ଜୀବନରେ ଆନନ୍ଦର ବାତାବରଣ ରହିବ। 

 

10/12

ମକର:   ବୁଧଙ୍କ ଚଳନ ଏହି ରାଶି ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ବିଶେଷକରି ଦିର୍ଘ ଦିନ ଧରି ଲାଗିଥିବା ବ୍ୟବସାୟିକ କ୍ଷତିରୁ ମୁକ୍ତି ପାଇବେ। ନୂଆ ବନ୍ଧୁଙ୍କ ସହ ସାକ୍ଷାତ ହୋଇ ମନ ଖୁସି ରହିବ। କର୍ମକ୍ଷେତ୍ରରେ ଚାପ ଅଧିକ ରହିଲେ ମଧ୍ୟ ସମସ୍ତ କାର୍ଯ୍ୟକୁ ସୁରୁଖୁରରେ କରିବେ। ଛାତ୍ରଛାତ୍ରୀମାନ ପାଠପଢାରେ ଅଧିକ ମନଦେବେ। ସୁସ୍ବାଦୁ ଭୋଜନ ପାଇବେ। ଘରେ ଅତିଥିଙ୍କ ଆଗମନ ହେବ। ସ୍ବାସ୍ଥ୍ୟ ଭଲରହିବ।

11/12

କୁମ୍ଭ: ପୁରୁଣା ବିବାଦର ଅନ୍ତ ଘଟିଲେ ମଧ୍ୟ ମନ ଅଶାନ୍ତ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ରୋଧର କାରଣରୁ ଅପିସ୍ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାପାଇଁ ଉପଦେଶ ଦିଆଯାଉଛି। ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ କୌଣସି ପ୍ରକାର ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

 

12/12

ମୀନ: ନୂତନ କାର୍ଯ୍ୟ ଆରମ୍ଭ କରିବ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ନିଜ ପରିବାର ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ପୁରୁଣା ରୋଗକୁ ମୁକ୍ତି ମିଳିବା ସହ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେବ। ବସ୍ତ୍ରାଭୂଷଣ ତଥା ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିବାରରେ ଆନନ୍ଦ ଓ ଉଲ୍ଲାସମୟ ବାତାବରଣ ଦେଖିବାକୁ ମିଳିବ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ପାଇବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)