ଶନିବାର ଦିନ ଏହି ୫ ରାଶିର ବ୍ୟକ୍ତି ଆପଣାନ୍ତୁ ଏହି ଉପାୟ: ପଡ଼ିବନି ଶନିଦେବଙ୍କ ପ୍ରକୋପ
Advertisement
Article Detail0/zeeodisha/odisha2284655

ଶନିବାର ଦିନ ଏହି ୫ ରାଶିର ବ୍ୟକ୍ତି ଆପଣାନ୍ତୁ ଏହି ଉପାୟ: ପଡ଼ିବନି ଶନିଦେବଙ୍କ ପ୍ରକୋପ

ଶନି ଦେବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଅନୁଯାୟୀ ଫଳ ଦିଅନ୍ତି।ମକର, କୁମ୍ଭ ଓ ଧନୁ ରାଶିର ଲୋକଙ୍କ ଉପରେ ଶନିଙ୍କ ଖରାପ ନଜର ରହିଛି। ମିଥୁନ ଓ ତୁଳା ରାଶିର ଲୋକେ ମଧ୍ୟ ଶନିଙ୍କ ଦୃଷ୍ଟିରେ ଅଛନ୍ତି।ଅଧିକ ପଢନ୍ତୁ...

Rashiphala

ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। କୁହାଯାଏ ଯେ, ଶନି ଦେବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଅନୁଯାୟୀ ଫଳ ଦିଅନ୍ତି। ଯେଉଁମାନେ ଭଲ କାମ କରନ୍ତି ସେମାନେ ଶୁଭ ଫଳ ପାଆନ୍ତି ଏବଂ ଭୁଲ କାମ କରିଥିବା ଲୋକଙ୍କୁ ଦଣ୍ଡ ଦିଅନ୍ତି। ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ଏକ ଖାସ୍ ଦିନ ବୋଲି ବିବେଚନା କରାଯାଏ। ବିଶ୍ୱାସ ରହିଛି କି, ଏହି ଦିନ କିଛି ଉପାୟ ପାଳନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି।

ଶନିବାର ଦିନ ଶନିଦେବ ସମ୍ବନ୍ଧୀୟ ଉପାୟକୁ କରିବା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ। ରୋଜଗାର ଓ ଚାକିରିରେ ଅଗ୍ରଗତି ମିଳିଥାଏ। ବର୍ତ୍ତମାନ ମକର, କୁମ୍ଭ ଓ ଧନୁ ରାଶିର ଲୋକଙ୍କ ଉପରେ ଶନିଙ୍କ ଖରାପ ନଜର ରହିଛି। ମିଥୁନ ଓ ତୁଳା ରାଶିର ଲୋକେ ମଧ୍ୟ ଶନିଙ୍କ ଦୃଷ୍ଟିରେ ଅଛନ୍ତି । ଫଳରେ ଏହି ରାଶିର ଲୋକଙ୍କ ଶନିଦଷାର ସାମ୍ନା କରିବାକୁ ପଡୁଛି। ଏପରି ପରିସ୍ଥିତିରେ ଆପଣ କିଛି ଉପାୟ ପାଳନ କରିବା ଦ୍ୱାରା ଏହି ଶନିଦଷାରୁ ମୁକ୍ତି ପାଇପାରିବେ…

– ସୁଖ, ସମୃଦ୍ଧି ଏବଂ ଭାଗ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ଶନିବାର ସନ୍ଧ୍ୟାରେ କଳା କୁକୁର କିମ୍ବା ଏକ କଳା ଗାଣକୁ ରୁଟି ଖାଇବାକୁ ଦେବା ଉଚିତ ।

ଶନିବାର ଦିନ ଶନି ଯନ୍ତ୍ରଙ୍କୁ ପୂଜା କରାଯିବା ଉଚିତ୍ । ମାନ୍ୟତା ରହିଛି କି, ଏପରି କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି ଏବଂ ନିଜର କୃପାବର୍ଷା କରନ୍ତି ।

– ଶନିବାର ଦିନ ହନୁମାନଙ୍କୁ ପୂଜା କରି ଶନି ଚଲିସା ପାଠ କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି ।

– ଶନିବାର ଦିନ ଭଗବାନ ଶିବଙ୍କ ପୂଜା କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏହି ଦିନ ଶିବଙ୍କୁ ପୂଜା କରିବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ କମିଯାଏ ।

– ଶନିବାର ଦିନ ଗୋଟିଏ ଝାଡ଼ୁ କିଣିବା ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ରାଶି(ତିଲ୍) ମିଶ୍ରିତ ପାଣିରେ ଗାଧୋଇବା ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ ।

– ଯଦି ସମ୍ଭବ ହୁଏ, ତେବେ ଶନିବାର ଦିନ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ । କୁହାଯାଏ କି, ଏପରି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି ।