Tea For Diabetes: ମଧୁମେହ ରୋଗୀଙ୍କ ପାଇଁ ଏହି ଚା' ଅମୃତ ସଦୃଶ, ଆପଣ ମଧ୍ୟ ପିଇବା ଉଚିତ୍
Advertisement
Article Detail0/zeeodisha/odisha1845239

Tea For Diabetes: ମଧୁମେହ ରୋଗୀଙ୍କ ପାଇଁ ଏହି ଚା' ଅମୃତ ସଦୃଶ, ଆପଣ ମଧ୍ୟ ପିଇବା ଉଚିତ୍

Tea For Diabetes: ଆପଣ ଯଦି ପ୍ରତିଦିନ ଏକ କପ୍ ବ୍ଲୁ ଟି ପିଅନ୍ତି, ତେବେ ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ, ଯେଉଁ କାରଣରୁ ମଧୁମେହ ସମସ୍ୟା ଦୂର ହୋଇଯାଏ ।

ସୌ: ସୋସିଆଲ ମିଡିଆ

Blue Tea: ମଧୁମେହ ଏପରି ଏକ ରୋଗ ଯାହା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି । ବିଶୃଙ୍ଖଳିତ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି । ଯଦିଓ, ଅଧିକ ଚାପ ଓ ଟେନସନରେ ରହୁଥିବା ବ୍ୟକ୍ତି ମଧ୍ୟ ମଧୁମେହର ଶିକାର ହୁଅନ୍ତି । ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି, ବର୍ତ୍ତମାନ ମଧ୍ୟ ଯୁବକମାନେ ମଧୁମେହର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତିରେ ଏହାକୁ ଏଡ଼ାଇବା ପାଇଁ ଉପାୟ ଖୋଜିବାକୁ ପଡ଼ିବ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ଜଣେ ବ୍ୟକ୍ତି ନିଜ ଜୀବନଶୈଳୀ ଓ ଖାଦ୍ୟପେୟରେ ଉନ୍ନତି ଆଣିବା ଆବଶ୍ୟକ । କହିରଖୁଛୁ ଯେ, ଡାକ୍ତରମାନେ ମଧୁମେହରେ ଚା’ ପିଇବାକୁ ବାରଣ କରନ୍ତି । କିନ୍ତୁ ଆମେ ଆପଣଙ୍କୁ ଏକ ବିଶେଷ ପ୍ରକାରର ଚା' ବିଷୟରେ କହିବୁ ଯାହାକୁ ଆପଣ ଆରାମରେ ମଧୁମେହ ହୋଇଥିଲେ ମଧ୍ୟ ପିଇପାରିବେ । ଏହାର ନାମ ନିଳ ଚା । ଏହି ଚା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ । ଏହାସହ ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ ଅଟେ | ଆସନ୍ତୁ ଏହାର ଅନ୍ୟାନ୍ୟ ଲାଭ ଜାଣିବା…।

ଗତ କିଛି ବର୍ଷ ହେବ ନୀଳ ଚା ପିଇବାର ଧାରା ବହୁତ ଲୋକପ୍ରିୟ ହେଉଛି । ଏହି ଚା’ ଯେତିକି ଆକର୍ଷଣୀୟ, ଏହାର ଲାଭ ମଧ୍ୟ ଅସଂଖ୍ୟ । ଏହି ଚା’ ନିଳ ଅପରାଜିତା ଫୁଲରୁ ପ୍ରସ୍ତୁତ ହୋଇଥାଏ। କହିରଖୁଛୁ ଯେ ମଧୁମେହ ରୋଗୀଙ୍କ ଚିକିତ୍ସା ବ୍ୟତୀତ ଅନେକ ଔଷଧ ପାଇଁ ଆୟୁର୍ବେଦରେ ଆପାରାଜିତା ଫୁଲ ବ୍ୟବହାର କରାଯାଇଛି । ତେବେ ଆସନ୍ତୁ ଜାଣିବା ଆପଣ ଏହାକୁ ଚା' ଆକାରରେ କିପରି ବ୍ୟବହାର କରିପାରିବେ ଓ ଏହି ନୀଳ ଚା’ର ଲାଭ ସବୁ କ’ଣ?

ନୀଳ ଚା' ରସିପି 
ନୀଳ ଚା ତିଆରି କରିବାକୁ, ଏକ ପ୍ୟାନରେ ୧ କପ୍ ପାଣି ନେଇ ଫୁଟାନ୍ତୁ । ଯେତେବେଳେ ଏହା ଫୁଟିବ, ସେଥିରେ ୪ ରୁ ୫ଟି ଆପାରାଜିତା ଫୁଲ ପକାନ୍ତୁ ଓ ଏହାକୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ । ବର୍ତ୍ତମାନ ଏହି ଚା'କୁ ଏକ କପରେ ଛାଣନ୍ତୁ ଓ ସ୍ୱାଦ ଅନୁଯାୟୀ ଟିକେ ମହୁ ମିଶାଇବା ପରେ ଏହାକୁ ପିଅନ୍ତୁ ।

ମଧୁମେହ ବିରୋଧୀ ଗୁଣ 
ଯଦି ଆପଣ ପ୍ରତିଦିନ ଏକ କପ୍ ବ୍ଲୁ ଟି ପିଉଥାନ୍ତି, ତେବେ ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ, ଯେଉଁ କାରଣରୁ ମଧୁମେହ ସମସ୍ୟା ଦୂର ହୋଇଯାଏ ।

ନୀଳ ଚା ପିଇବାର ଲାଭ 

କମ ହୋଇଥାଏ କୋଲେଷ୍ଟ୍ରଲ 
ନୀଳ ଚା’ ପିଇଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ, ଯେଉଁଥିପାଇଁ ରକ୍ତ ସଞ୍ଚାଳନ ମଧ୍ୟ ଭଲ କାମ କରିଥାଏ ଓ ଅନେକ ହୃଦ୍ ରୋଗ ଦୂରରେ ରହିଥାଏ ।

ଓଜନ ହ୍ରାସ
ଓଜନ ହ୍ରାସ ପାଇଁ, ଯଦି ଆପଣ ପ୍ରତିଦିନ ସକାଳେ କେବଳ ଗୋଟିଏ କପ୍ ନୀଳ ଚା ପିଅନ୍ତି, ତେବେ ଆପଣ କିଛି ଦିନ ମଧ୍ୟରେ ଓଜନ ହ୍ରାସ କରିପାରିବେ । ଚର୍ବି ଜାଳିବାରେ ଆପାରାଜିତା ଫୁଲ ବହୁତ ସାହାଯ୍ୟକାରୀ ।

ନିୟମିତ ରହିବ ପିରିୟଡ୍ସ
ଯଦି ମହିଳାମାନଙ୍କର ନିୟମିତ ଭାବେ ପିରିୟଡ୍ସ ହେଉ ନଥାଏ, ତେବେ ସେମାନେ ପ୍ରତିଦିନ ଏହି ଚା’ ପିଇବା ଉଚିତ୍ । ଏହା କରିବା ଦ୍ୱାରା ପିରିୟଡସ ଏହି ସମସ୍ୟା କିଛି ଦିନ ମଧ୍ୟରେ ଠିକ୍ ହୋଇଯିବ ।

ଦୃଷ୍ଟି ଶକ୍ତି ବୃଦ୍ଧି କରେ
ନୀଳ ଚା’ର ସେବନ ମଧ୍ୟ ଦୃଷ୍ଟି ଶକ୍ତି ବଢାଇଥାଏ । ଆଖିର ଥକାପଣ, ଜଳିବା ଓ ଫୁଲିଯିବା ପାଇଁ ଆପଣ ଏହାକୁ ମଧ୍ୟ ବ୍ୟବହାର କରିପାରିବେ ।

ବାର୍ଦ୍ଧକ୍ୟ ଠାରୁ ଦୂରେଇ ରଖେ
ଯଦି ଆପଣ ନିୟମିତ ଭାବରେ ନୀଳ ଚା' ପିଅନ୍ତି, ତେବେ ଏହା ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିପାରେ । ଏହା ଚେହେରାରେ ବାର୍ଦ୍ଧକ୍ୟର ଲକ୍ଷଣରୁ ମଧ୍ୟ ମୁକ୍ତି ଦେଇଥାଏ ।

ଶରୀରରେ ଡିଟକ୍ସ ଦୂରେଇଥାଏ 
ଆଣ୍ଟି-ଅକ୍ସିଡାଣ୍ଟଗୁଡିକ ନୀଳ ଚା’ରେ ପ୍ରଚୁର ପରିମାଣରେ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ଫ୍ଲାଶ କରିଥାଏ ।

ଚିନ୍ତା ଓ ଉଦାସୀନତା ଦୂର ହୁଏ 
ଯଦି ଆପଣ ଉଦାସୀନତା କିମ୍ବା ଚିନ୍ତା ସହିତ ସଂଘର୍ଷ କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଏହି ନୀଳ ଚା'କୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବେ । ଏଥିରେ ଥିବା ଆମିନୋ ଏସିଡ୍ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖେ ଓ ଚାପକୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ ।

କେଶକୁ ମଜବୁତ କର 
ନୀଳ ଚା’ ପିଇବା କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏଥିରେ ଥିବା ଭିଟାମିନ୍ ଓ ମିନେରାଲ୍ସ କେଶକୁ ଶକ୍ତିଶାଳୀ, ମୋଟା ଓ ସଫ୍ଟ କରିଥାଏ ।

ଏହା ବି ପଢ଼ନ୍ତୁ: Headache Reason: ବାରମ୍ବାର ମୁଣ୍ଡବିନ୍ଧା ହେବା ହୋଇପାରେ ସାଂଘାତିକ, ଏହା ପଛରେ ରହି ଥାଇପାରେ ଏହି ୯ ଗମ୍ଭୀର କାରଣ

ଏହା ବି ପଢ଼ନ୍ତୁ: Weight loss Tips: ଡାଏଟିଂ ନକରି ମଧ୍ୟ କମଯିବ ଆପଣଙ୍କ ଓଜନ, କେବଳ ୨୧ ଦିନ ଯାଏଁ କରନ୍ତୁ ଏହି କାମ