ଓଜନ ବୃଦ୍ଧିର ବଡ଼ ଶତୃ କଳା ଜିରା, ଶରୀରକୁ ଦିଏ ଅନେକ ଲାଭ
Advertisement
Article Detail0/zeeodisha/odisha1423118

ଓଜନ ବୃଦ୍ଧିର ବଡ଼ ଶତୃ କଳା ଜିରା, ଶରୀରକୁ ଦିଏ ଅନେକ ଲାଭ


ଖାଲି ପେଟରେ କଳା ଜିରା ଖାଇବା ଦ୍ବାରା ଆପଣଙ୍କୁ ଅନେକ ଲାଭ ମିଳିଥାଏ । ଆପଣଙ୍କ ମେଟାବୋଲିଜିମ୍ ଠିକ ରଖିବା ସହ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । 

ଓଜନ ବୃଦ୍ଧିର ବଡ଼ ଶତୃ କଳା ଜିରା, ଶରୀରକୁ ଦିଏ ଅନେକ ଲାଭ

ଦେଶର ଘରେ ଘରେ ଜିରାର ବ୍ୟବହାର ଅଧିକ ମାତ୍ରାରେ ହୋଇଥାଏ। ଜିରାର ବ୍ୟବହାରରେ ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ଆପଣଙ୍କୁ କହି ରଖୁଛୁ କି କେବଳ ଯେ ଖାଦ୍ୟର ସ୍ବାଦ ବଢିଥାଏ ତାହା ନୁହେଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ । ଶୀତଦିନରେ ସାଧାରଣତଃ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କଳା ଜିରା ଦେହ ପାଇଁ ଇମ୍ୟୁନିଟି ବୁଷ୍ଟର ଭାବରେ କାମ କରିଥାଏ । ଏହାର ସେବନ ଦ୍ବାରା ପେଟ ସହ ଜଡ଼ିତ ଅନେକ ସମସ୍ୟାକୁ ଦୂର କରିଥାଏ । ଏହା ସହ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସାଧାରଣ ଜିରା ଠାରୁ କଳା ଜିରା ଅଧିକ ଲାଭଦାୟକ ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ । 
କଳା ଜିରାର ଲାଭ-
୧- ଖରାପ ଜୀବନଶୈଳୀ ଏବଂ ଗଡବଡ଼ ଫୁଡ଼ ଅଭ୍ୟାସ କାରଣରୁ ଆଜିକାଲି ଅଧିକାଂଶ ଲୋକଙ୍କୁ ପେଟ ଯନ୍ତ୍ରଣା,ହଜମ ସମସ୍ୟା ହୋଇଥାଏ। କଳା ଜିରା ପାଣି ଆପଣଙ୍କୁ ଏପରି ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାର ସେବନରେ ନିଜର ମେଟାବୋଲିଜିମତୁ ମଜବୁତ କରିବା ସହ ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ । 

Also Read ; ଦେଶୀ ଘିଅରେ ଚମକିବ ଚେହେରା, ଏମିତି କରନ୍ତୁ ବ୍ୟବହାର

୨- ଯେତେ ବେଳେ ହଜମ କରିବାରେ ଅସୁବିଧା ହୋଇଥାଏ ତେବେ ଶରୀରରେ ଅନାବଶ୍ୟକ ଚର୍ବି ଜମା ହେବା ଆରମ୍ଭ ହୋଇଥାଏ । ଚର୍ବି ଜମା ହେବା କାରଣରୁ ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କଳା ଜିରା ସେବନରେ ଚର୍ବିକୁ ତରଳାଇ ଏହା ମଳ ତ୍ୟାଗ ଦେଇ ବାହାର କରିଥାଏ। 

୩- କଳା ଜିରା ପାଣି ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ଯାହା ପାଗ ପରିବର୍ତ୍ତନର ରୋଗ ଆଶଙ୍କାକୁ ଦୂର କରେ । ଯଦି କାହାକୁ ଥଣ୍ଡା କାଶ,ଜ୍ବର ସହ ଆଲର୍ଜି ହୋଇଛି ତେବେ କଳା ଜିରା ଅତ୍ୟନ୍ତ ସହାୟକ ହୋଇଥାଏ ।