ବିନା ଡାକ୍ତରରେ ୫ ବର୍ଷ ହେବ ଚାଲିଛି ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
Advertisement
Article Detail0/zeeodisha/odisha1191675

ବିନା ଡାକ୍ତରରେ ୫ ବର୍ଷ ହେବ ଚାଲିଛି ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ଭଦ୍ରକରୁ ପଡୋଶୀ କେନ୍ଦୁଝର ଜିଲ୍ଲାକୁ ସଞ୍ଜୋଗ କରୁଥିବା ୫୩ ନମ୍ବର ରାଜ୍ୟ ରଜପଥ ନକଟରେ ଏହି ହସ୍ପିଟାଲ ଅବସ୍ଥିତ । ଏଇ ହସ୍ପିଟାଲ ୨ଟି ଉପରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ସମେତ ପଡୋଶୀ କେନ୍ଦୁଝର ଜିଲ୍ଲାର ହାଟଡିହ ବ୍ଲକର ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । 

ସାଙ୍କେତିକ ଫଟୋ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଦୁଇଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଜନସଂଖ୍ୟା ଅଧିକ ଥିବାରୁ ବନ୍ତ ବଜାର ଉପରେ ଗୋଟିଏ ଓ ଅନ୍ୟଟି ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ପରନ୍ତୁ ଏଇ ଦୁଇଟି ହସ୍ପିଟାଲରେ କୌଣସି ସ୍ଥାୟୀ ଡାକ୍ତର ନାହାଁନ୍ତି । ଏଥିରୁ ଜଣାପଡେ ଯେ ଅଞ୍ଚଳରେ ସତେ ଯେମିତି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ଭଦ୍ରକରୁ ପଡୋଶୀ କେନ୍ଦୁଝର ଜିଲ୍ଲାକୁ ସଞ୍ଜୋଗ କରୁଥିବା ୫୩ ନମ୍ବର ରାଜ୍ୟ ରଜପଥ ନକଟରେ ଏହି ହସ୍ପିଟାଲ ଅବସ୍ଥିତ । ଏଇ ହସ୍ପିଟାଲ ୨ଟି ଉପରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ସମେତ ପଡୋଶୀ କେନ୍ଦୁଝର ଜିଲ୍ଲାର ହାଟଡିହ ବ୍ଲକର ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ତେବେ ଦିର୍ଘ ବର୍ଷ ହେବ ଉକ୍ତ ହସ୍ପିଟାଲରେ କୌଣସି ସ୍ଥାୟୀ ଡାକ୍ତର ନାହାନ୍ତି । ଆୟୁଷ ଡାକ୍ତର ଫାର୍ମାସିଷ୍ଟ ଭରସାରେ ଏଇ ଦୁଇ ହସ୍ପିଟାଲ ଚାଲିଛି । ଯେଉଁ ଆୟୁଷ ଡାକ୍ତର ନିଯୁକ୍ତି ହେଉଛନ୍ତି ସେ ମାସରେ ୭ ଦିନ ମଧ୍ୟ ମେଡ଼ିକାଲ ଆସୁନାହାନ୍ତି । ଫଳରେ ହଜାର ହଜାର ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କେବଳ ଏତିକି ନୁହେଁ ବିଭିନ୍ନ ସମୟରେ ୫୩ ନମ୍ବର ରାଜ୍ୟ ରଜପଥ ଦେଇ କେନ୍ଦୁଝର କିମ୍ବା ଭଦ୍ରକ ଯାଉଥିବା ଲୋକମାନେ ସଡକ ଦୁର୍ଘଟଣା ସିକାର ହେଇ ଚିକିତ୍ସା ନପାଇ ମୃତ୍ୟୁ ବରଣ କରୁଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ  ସବୁ ରାଜନୈତିକ ନେତୃତ୍ୱଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଆନ୍ଦୋଳନ, ରାସ୍ତାରୋକ, ବଜାର ବନ୍ଦ ଆଦି ବାରମ୍ବାର କରୁଥିଲେ ସୁଧା ପ୍ରଶାସନ ଉପରେ କୌଣସି ପ୍ରଭାବ ପଡୁନାହିଁ । 

ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ବଡ ଜନ ଆନ୍ଦୋଳନ ଦାନା ବାନ୍ଧିବାର ଲାଗିଛି । ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ଅବହେଳା ଯୋଗୁଁ ବିଗିଡି ଯାଉଥିବା ସ୍ବାସ୍ଥ୍ୟସେବାର ସୁଧାର ଆଣିବା ପାଇଁ ସିପିଆଇ ବନ୍ତ ଶାଖା ଓ ବରିଷ୍ଠ ନାଗରିକ ମାନେ ପୁଣି ରାଜରାସ୍ତାକୁ ଓହ୍ଲାଇ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ ସହ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: ପାକିସ୍ତାନ ସହ ଭାରତକୁ ତୁଳନା କଲେ ରାହୁଲ, ଲଣ୍ଡନରେ କହିଲେ- 'ଭାରତ ଆଉ ଭଲ ଦେଶ ରହିନାହିଁ'