ବୁଧୁବାର ରାଜ୍ୟରେ ପାଳିତ ହେବ ଜାତୀୟ କୃମିନାଶକ ଦିବସ; ପିଲାଙ୍କୁ ମାଗଣାରେ ମିଳିବ ଔଷଧ
Advertisement
Article Detail0/zeeodisha/odisha1297271

ବୁଧୁବାର ରାଜ୍ୟରେ ପାଳିତ ହେବ ଜାତୀୟ କୃମିନାଶକ ଦିବସ; ପିଲାଙ୍କୁ ମାଗଣାରେ ମିଳିବ ଔଷଧ

Deworming Day: ଏହି ଅବସରରେ ରାଜ୍ୟର ୧,୬୮,୩୧,୬୭୯ ଜଣ ହିତାଧିକାରୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ । ଏହି ଔଷଧ ଖାଇବା ଦ୍ବାରା ପିଲାଙ୍କ ଠାରେ ରକ୍ତହୀନତା ନିୟନ୍ତ୍ରଣ, ପୁଷ୍ଟିହିନ୍ତ ରକ୍ଷା, ଏକାଗ୍ରତା ବଢିବା ସହ ଶିକ୍ଷା ଦକ୍ଷତା ବୃଦ୍ଧି ପାଇବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସୌ: ସୋସିଆଲ ମିଡିଆ

National Deworming Day 2022: ଚଳିତବର୍ଷ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ୧୨ ତାରିଖରେ ପାଳନ କରାଯିବ । ଯେଉଁମାନେ ଅଗଷ୍ଟ ୧୨ ତାରିଖରେ କୌଣସି କାରଣରୁ ଏହି ଔଷଧ ଖାଇ ପାରି ନଥିବେ ସେମାନେ ଅଗଷ୍ଟ ୧୯ ତାରିଖରେ ଏହି ଔଷଧ ଖାଇବେ । ଏହି ଅବସରରେ ରାଜ୍ୟର ୧,୬୮,୩୧,୬୭୯ ଜଣ ହିତାଧିକାରୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ । ଏହି ଔଷଧ ଖାଇବା ଦ୍ବାରା ପିଲାଙ୍କ ଠାରେ ରକ୍ତହୀନତା ନିୟନ୍ତ୍ରଣ, ପୁଷ୍ଟିହିନ୍ତ ରକ୍ଷା, ଏକାଗ୍ରତା ବଢିବା ସହ ଶିକ୍ଷା ଦକ୍ଷତା ବୃଦ୍ଧି ପାଇବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

କୃମି ଯୋଗୁଁ ପିଲାଙ୍କ ସଠିକ୍ ବିକାଶ ହୋଇନଥାଏ ତେବେ କୃମି ସଂକ୍ରମଣ ହ୍ରାସ କରିବାରେ ଏହି ଔଷଧ ଅତ୍ୟନ୍ତ ଜରୁରୀ । କୃମିନାଶକ ଔଷଧ ବିତରଣ କାର୍ଯ୍ୟକ୍ରମ ରେ ୫୫ ହଜାର ୫ ଶହ ସ୍କୁଲକୁ ସାମିଲ କରାଯାଇଛି । ଏଥିରେ ୬୯ ହଜାର ଶିକ୍ଷକ, ୭୨ ହଜାର ଅଙ୍ଗନବାଡି କର୍ମୀ, ୪୮ ହଜାର ଅଶକର୍ମୀ ସହ ୭ ହଜାର ୮ ଶହ ଏଏନଏମ କର୍ମୀ ସହଯୋଗ କରିବେ। ଏହି ଦିନ ୧ ବର୍ଷରୁ ୧୯ ବର୍ଷ ପର୍ୟନ୍ତ ସମସ୍ତ ପିଲାମାନଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ସହିତ ଅଗଷ୍ଟ ମାସର ସମସ୍ତ ବୁଧବାର ଦିନ ଟିକାକରଣ ଦିବସରେ ୯ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଭିଟାମିନ A ଦ୍ରବଣ ଖାଇବାକୁ ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣଗ୍ରାହୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଔଷଧ ଖାଇବାକୁ ଦେବା ବା ବିତରଣ ସମୟରେ ସମସ୍ତଙ୍କୁ କୋଭିଡ ନିୟମଙ୍କୁ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।