crying benefits:କାନ୍ଦିବା ସ୍ୱାସ୍ଥ୍ୟପାଇଁ ହିତକର,କାନ୍ଦିଲେ ଦୂର ହୁଏ ରୋଗ !
Advertisement
Article Detail0/zeeodisha/odisha2114122

crying benefits:କାନ୍ଦିବା ସ୍ୱାସ୍ଥ୍ୟପାଇଁ ହିତକର,କାନ୍ଦିଲେ ଦୂର ହୁଏ ରୋଗ !

ଦୁଃଖର ପରିପ୍ରକାଶ କରିଥାଏ ଲୁହ। କାନ୍ଦିଲେ ଆସେ ଲୁହ। କିନ୍ତୁ ଯେତେବେଳେ କେହି କାନ୍ଦନ୍ତି ପାଖରେ ଥିବା ବାକି ଲୋକ  ତୁରନ୍ତ ସେହି ବ୍ୟକ୍ତିଙ୍କୁ ଚୁପ୍ କରାଇବା ଆରମ୍ଭ କରିଦିଅନ୍ତି । ବିଶେଷ କରି ଛୋଟ ପିଲାଙ୍କ କାନ୍ଦ ବୟସ୍କଙ୍କୁ ଦ୍ରବିତ କରିଦିଏ। ସେମାନେ ପିଲାକୁ ଗେଲବସର କରି କାନ୍ଦ ବନ୍ଦ କରାଇବାକୁ ଉଦ୍ୟମ କରନ୍ତି। ପିଲାଙ୍କ କା

SOCIAL MEDIA

crying benefits:

ଦୁଃଖର ପରିପ୍ରକାଶ କରିଥାଏ ଲୁହ। କାନ୍ଦିଲେ ଆସେ ଲୁହ। କିନ୍ତୁ ଯେତେବେଳେ କେହି କାନ୍ଦନ୍ତି ପାଖରେ ଥିବା ବାକି ଲୋକ  ତୁରନ୍ତ ସେହି ବ୍ୟକ୍ତିଙ୍କୁ ଚୁପ୍ କରାଇବା ଆରମ୍ଭ କରିଦିଅନ୍ତି । ବିଶେଷ କରି ଛୋଟ ପିଲାଙ୍କ କାନ୍ଦ ବୟସ୍କଙ୍କୁ ଦ୍ରବିତ କରିଦିଏ। ସେମାନେ ପିଲାକୁ ଗେଲବସର କରି କାନ୍ଦ ବନ୍ଦ କରାଇବାକୁ ଉଦ୍ୟମ କରନ୍ତି। ପିଲାଙ୍କ କାନ୍ଦକୁ ସାଧରଣ ବୋଲି ଗ୍ରହଣ କରାଯାଏ। କିନ୍ତୁ ଜଣେ ବୟସ୍କଙ୍କ କାନ୍ଦକୁ ଦୁର୍ବଳତାର ଲକ୍ଷଣ ଭାବେ ଗ୍ରହଣ କରାଯାଏ। ବୟସ୍କ ବ୍ୟକ୍ତି କେହି କାନ୍ଦିଲେ ତାଙ୍କୁ ପ୍ରତ୍ୟେକ ପରିସ୍ଥିତିକୁ ଦୃଢ଼ତାର ସହ ସାମ୍ନା କରିବା ଉଚିତ,ଏମିତି ଅନେକ କିଛି ଉପଦେଶ ଦିଆଯାଏ । ପିଲାଙ୍କ ବ୍ୟତୀତ ବିଶେଷ କରି ଝିଅମାନେ କୌଣସି ଘଟଣାରେ ସହଜରେ ଭାବପ୍ରବଣ ହୋଇଯାଉଥିବାରୁ ସେମାନଙ୍କୁ ଦୁର୍ବଳ ବୋଲି ବିବେଚନା କରାଯାଏ। ଅଧିକାଂଶ ଲୋକ ଲୁହ ବୋହିବାକୁ ଦୁର୍ବଳ ବ୍ୟକ୍ତିର ସଙ୍କେତ ବୋଲି ଭାବୁଥିବା ବେଳେ ସତ କିନ୍ତୁ ଏହାଠାରୁ ଢେର ଅଲଗା। ଗବେଷଣାରୁ ଜଣାପଡିଛି ଯେ କାନ୍ଦିବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ମିଳିଥାଏ । ଖୋଲାଖୋଲି ଲୁହ ବୋହିବା ଆପଣଙ୍କୁ ମାନସିକ ସ୍ତରରେ ଫିଟ୍ ରଖିଥାଏ।

ତେବେ ଖୋଲାଖୋଲି କାନ୍ଦିବ ଅର୍ଥ ଏହା ନୁହେଁ ଯେ, ଆପଣ ସବୁଦିନ ଲୁହଝରାଇବେ,ସକେଇ ହେବେ କିମ୍ବା କାନ୍ଦିବେ। କିନ୍ତୁ ବେଳେବେଳେ କାନ୍ଦିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଆସନ୍ତୁ ଜାଣିବା କାନ୍ଦିବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ।

୧. ମାନସିକ ସ୍ତରରେ ଫିଟ୍

ଯେତେବେଳେ ଆପଣ କାନ୍ଦିଥାନ୍ତି, ଆପଣଙ୍କ ଭାବନା ନିୟନ୍ତ୍ରଣରେ ରହିଥାଏ ଏବଂ ଆପଣଙ୍କୁ ମାନସିକ ଶାନ୍ତି ମିଳିଥାଏ । ଖାଲି ସେତିକି ନୁହେଁ, ଅନେକ ସମୟରେ ଦେଖିବାକୁ ମିଳିଛି ଯେ ଅତ୍ୟଧିକ ଚାପରେ ରହିଥିବା ବେଳେ କାନ୍ଦିଲେ ଏହା ଆପଣଙ୍କ ମନକୁ ଆରାମ ଦେଇଥାଏ। କାନ୍ଦିବା ଦ୍ୱାରା ପାରାସିମ୍ପାଥେଟିକ୍ ସ୍ନାୟୁ ପ୍ରଣାଳୀ ସକ୍ରିୟ ହୋଇଥାଏ, ଯାହା ମାନସିକ ଚାପ କୁ ହ୍ରାସ କରିବା ସହଜ କରିଥାଏ । ଯେତେବେଳେ ବି ମୁଡ୍ ଖରାପ କିମ୍ବା ଦୁଃଖୀ ହୁଏ, ଆମେ ସେହି ସମୟରେ କିଛି ସମୟ କାନ୍ଦିବା ଉଚିତ।  ଏହାଦ୍ୱାରା ଆପଣ ହାଲୁକା  ଅନୁଭବ କରିବେ।

୨. ଯନ୍ତ୍ରଣା ରୁ ମୁକ୍ତି

ଯେତେବେଳେ ଆପଣ କୌଣସି କାରଣରୁ ଖରାପ ଅନୁଭବ କରନ୍ତି କିମ୍ବା ଭଲ ଅନୁଭବ  କରନ୍ତି ନାହିଁ,ଯଦି  ସେତେବେଳେ କାନ୍ଦନ୍ତି ତେବେ ଶରୀରରେ ଅକ୍ସିଟୋସିନ ଏବଂ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ଦ୍ୱାରା ଆପଣ ଭଲ ଅନୁଭବ କରନ୍ତି ଏବଂ ଆପଣଙ୍କୁ ଭାବନାତ୍ମକ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ । ତେଣୁ ଆଘାତ ଲାଗିଲେ ଆମ ମସ୍ତିଷ୍କ ତୁରନ୍ତ ଏହି ହରମୋନ୍ ନିର୍ଗତ କରିଥାଏ, ଯାହା ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ଦେଇଥାଏ।

୩. ବ୍ୟାକ୍ଟେରିଆ ନିରାକରଣ

ଲୁହ ବୋହି ପ୍ରାକୃତିକ ଉପାୟରେ ଆଖି ସଫା ହୋଇଥାଏ ।  ଆଖିରୁ ଲୁହ ବୋହିବା ଦ୍ୱାରା ଧୂଳି ଯୋଗୁଁ ବଢୁଥିବା ବ୍ୟାକ୍ଟେରିଆକୁ ମଧ୍ୟ ଦୂର କରିଥାଏ । ବାସ୍ତବରେ ଲୁହରେ ଲାଇସୋଜାଇମ ନାମକ ଏକ ତରଳ ପଦାର୍ଥ ଥାଏ, ଯାହା ଏକ ପ୍ରକାର ଶକ୍ତିଶାଳୀ ଆଣ୍ଟିମାଇକ୍ରୋବିୟଲ ଗୁଣରେ ଭରପୂର ଯାହାଦ୍ୱାରା ଆଖିର ବ୍ୟାକ୍ଟେରିଆଠାରୁ ରକ୍ଷା ମିଳିଥାଏ।