ବଡ଼ ପରଦାକୁ ପୁଣି ଫେରିବ ରାଜ-ସିମ୍ରନ ଯୋଡ଼ି
Advertisement
Article Detail0/zeeodisha/odisha1172010

ବଡ଼ ପରଦାକୁ ପୁଣି ଫେରିବ ରାଜ-ସିମ୍ରନ ଯୋଡ଼ି

ବଲିଉଡ୍ ର ଆଇକନିକ ଅନ୍ ସ୍କ୍ରିନ୍  ଯୋଡ଼ି ଶାହାରୁଖ୍ ଖାନ (Shah Rukh Khan) ଓ କାଜୋଲ (Kajol)ଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ପାଇବେ ଦର୍ଶକ ।  ଦୀର୍ଘ ଦିନ ହେଲା ଏହି ପାୱାର କପଲ କୌଣସି ପ୍ରୋଜେକ୍ଚରେ ଏକାଠି ନଜର ଆସିନାହାନ୍ତି ।  ଅନସ୍କ୍ରିନରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବହୁତ ସାରା ଭଲପାଇବା ଦିଅନ୍ତି । ଦିଲ ୱାଲେ ଦୁଲହନିଆ ଲେ ଜାୟେଙ୍ଗେ  (Dilwale Dulhania Le Jayenge)ର ରାଜ-ସିମ୍ରନ ଯୋଡ଼ି ସୁପରହିଟ୍ ହୋଇଥିଲା

ବଡ଼ ପରଦାକୁ ପୁଣି ଫେରିବ ରାଜ-ସିମ୍ରନ ଯୋଡ଼ି

ନୂଆଦିଲ୍ଲୀ: ବଲିଉଡ୍ ର ଆଇକନିକ ଅନ୍ ସ୍କ୍ରିନ୍  ଯୋଡ଼ି ଶାହାରୁଖ୍ ଖାନ (Shah Rukh Khan) ଓ କାଜୋଲ (Kajol)ଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ପାଇବେ ଦର୍ଶକ ।  ଦୀର୍ଘ ଦିନ ହେଲା ଏହି ପାୱାର କପଲ କୌଣସି ପ୍ରୋଜେକ୍ଚରେ ଏକାଠି ନଜର ଆସିନାହାନ୍ତି ।  ଅନସ୍କ୍ରିନରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବହୁତ ସାରା ଭଲପାଇବା ଦିଅନ୍ତି ।ଦିଲ ୱାଲେ ଦୁଲହନିଆ ଲେ ଜାୟେଙ୍ଗେ  (Dilwale Dulhania Le Jayenge)ର ରାଜ-ସିମ୍ରନ ଯୋଡ଼ି ସୁପରହିଟ୍ ହୋଇଥିଲା । କାଜୋଲ-ଶାହରୁଖଙ୍କ ଅଭିନୀତ ଫିଲ୍ମରେ ଉଭୟଙ୍କୁ ଭଲ ରେସପନ୍ସ ମିଳେ । ଉଭୟଙ୍କ କେମେଷ୍ଟ୍ରି ଅନସ୍କ୍ରିନ ଏବଂ ଅଫସ୍କ୍ରିନରେ ବହୁତ ଭଲ । ସମସ୍ତଙ୍କୁ ପସନ୍ଦ କାଜୋଲ-ଶାହରୁଖଙ୍କ ଯୋଡ଼ି । ଖୁବଶୀଘ୍ର ଏହି ଅନସ୍କ୍ରିନ କପଲ୍ ଏକାଠି ଫିଲ୍ମରେ କାମ କରିବେ ବୋଲି ଜଣାପଡ଼ିଛି ।

ଏହି ଯୋଡିଙ୍କୁ ଏକାଠି ପରଦା ଉପରେ ପୁଣି ଥରେ ଆଣିବାକୁ ଚେଷ୍ଟା କରିଛନ୍ତି ଫିଲ୍ମ ଡିରେକ୍ଚର ଆଣ୍ଡ ପ୍ରଡ୍ୟୁସର କରନ ଜୋହର । ହେଲେ ଫିଲ୍ମରେ  ଏହି ପାୱାର କପଲଙ୍କ ସ୍ପେସିଆଲ ଆପିଅରାନ୍ସ ରହିବ । ନିର୍ଦ୍ଦେଶକ କରନ ଜୋହର (Karan Johar) ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ   'ରକି ଆଣ୍ଡ୍  ରାନୀକି ପ୍ରେମ୍  କାହାନୀ' (Rocky And Rani Ki Prem Kahani)ରେ ଶାହାରୁଖ୍  ଓ କାଜଲଙ୍କୁ  ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଏଥିରେ ଉଭୟ କେମିଓ ରୋଲ୍ ପ୍ଲେ  କରିପାରନ୍ତି।  ଶାହାରୁଖ ଓ କାଜୋଲଙ୍କୁ 'ଦିଲୱାଲେ' (Dilwale)  ଫିଲ୍ମରେ ଏକାଠି  ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଉଭୟଙ୍କୁ ଭଲ ରେସପନ୍ସ ମିଳିଥିଲା ।

Also Read: ଓଟିଟିରେ ରିଲିଜ ହେବ ଏହି ସବୁ ଫିଲ୍ମ , ଦେଖନ୍ତୁ ପୁରା ଲିଷ୍ଟ

୨୦୧୫ ମସିହା ୧୮ ଡିସେମ୍ବରରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଏଥିରେ କାଜୋଲ ଶାହରୁଖଙ୍କ ସହ ବରୁନ ଧୱନ (Varun Dhawan)ଏବଂ କ୍ରିତି ସାନନ (Kriti Sanon) ନଜର ଆସିଥିଲେ ।  କରଣ ନିଜ ଅପକମିଂ ପ୍ରୋଜେକ୍ଟକୁ ନେଇ ବହୁତ ବ୍ୟସ୍ତ ଅଛନ୍ତି ।  'ରକି ଆଣ୍ଡ୍  ରାନୀକି ପ୍ରେମ୍  କାହାନୀ' ଫିଲ୍ମରେ ଲିଡ୍ ରୋଲ ପ୍ଲେ କରୁଛନ୍ତି  ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ (Alia Bhatt) ଓ ଅଭିନେତା ରଣବୀର ସିଂହ (Ranveer Singh)।  ନିକଟରେ ଏହି ଫିଲ୍ମର ଟିଜର ସେୟାର କରିଥିଲେ କରନ ଜୋହର । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟିଜର ସେୟାର କରିବା ସହ ଫିଲ୍ମର ରିଲିଜ ଡେଟ୍ ମଧ୍ୟ ଘୋଷଣା କରିଥିଲେ । ଏହି ଫିଲ୍ମ ଆସନ୍ତା ବର୍ଷ ଫେବୃଆରୀ ୧୦ ତାରିଖରେ ରିଲିଜ ହେବ ।

Also Read:  ପୂର୍ବତନ ପୋଲିସ କମିଶନରଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଦୀର୍ଘ ୭ ବର୍ଷ ପରେ ଶାହାରୁଖ୍ ଖାନ (Shah Rukh Khan)  ଓ କାଜୋଲ (Kajol) ଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଉଭୟ ପୂର୍ବରୁ ବହୁ ହିଟ୍ ଫିଲ୍ମରେ ଏକାଠି ନଜର ଆସିଛନ୍ତି । ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ (Dilwale Dulhania Le Jayenge) , କୁଛ କୁଛ ହୋତା ହୈ (Kuch Kuch Hota Hai) , କଭି ଖୁସି କଭି ଗମ୍  Kabhi Khushi Kabhi Gham), ମାଇ ନେମ ଇଜ୍ ଖାନ୍ (My Name is Khan) ବାଜିଗର (Baazigar) ଭଳି ଫିଲ୍ମରେ ଏହି କପଲଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।