Rakhi Sawant-Adil Durrani: ଆଦିଲଙ୍କ ନାଁରେ ଅଭିଯୋଗର ଲମ୍ବା ଫର୍ଦ୍ଦ, କାର୍ ଚୋରି ଠାରୁ ଆରମ୍ଭ କରି ଦୁଷ୍କର୍ମ ମାମଲାରେ ହୋଇଛନ୍ତି ଛନ୍ଦି
Advertisement
Article Detail0/zeeodisha/odisha1570268

Rakhi Sawant-Adil Durrani: ଆଦିଲଙ୍କ ନାଁରେ ଅଭିଯୋଗର ଲମ୍ବା ଫର୍ଦ୍ଦ, କାର୍ ଚୋରି ଠାରୁ ଆରମ୍ଭ କରି ଦୁଷ୍କର୍ମ ମାମଲାରେ ହୋଇଛନ୍ତି ଛନ୍ଦି

Rakhi Sawant-Adil Durrani: ବଲିଉଡ଼ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ । ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ (rakhi sawant) । ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ( Rakhi Sawant Husband  Adil Khan Durrani)ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନଉଛି । ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ବିରୋଧରେ ରାକ୍ଷୀ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରତାରଣା, ଘରୋଇ ହିଂସା ଏବଂ ଟଙ୍କା ଠକେଇ ଭଳି ଅଭିଯୋଗ ଆଦିଲଙ୍କ ବିରୋଧରେ ଆଣିଛନ୍ତି ରାକ୍ଷୀ।

Rakhi Sawant-Adil Durrani: ଆଦିଲଙ୍କ ନାଁରେ ଅଭିଯୋଗର ଲମ୍ବା ଫର୍ଦ୍ଦ, କାର୍ ଚୋରି ଠାରୁ ଆରମ୍ଭ କରି ଦୁଷ୍କର୍ମ ମାମଲାରେ ହୋଇଛନ୍ତି ଛନ୍ଦି

Rakhi Sawant-Adil Durrani: ବଲିଉଡ଼ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ । ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ (rakhi sawant) । ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ( Rakhi Sawant Husband  Adil Khan Durrani)ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନଉଛି । ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ବିରୋଧରେ ରାକ୍ଷୀ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରତାରଣା, ଘରୋଇ ହିଂସା ଏବଂ ଟଙ୍କା ଠକେଇ ଭଳି ଅଭିଯୋଗ ଆଦିଲଙ୍କ ବିରୋଧରେ ଆଣିଛନ୍ତି ରାକ୍ଷୀ। ଏଥି ସହିତ,ଏହା ପରେ ରାକ୍ଷୀ ଆଦିଲ ଖାନ ଦୁରାନୀ ଗର୍ଲଫ୍ରେଣ୍ଡ ବିଷୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏହାସହ ଆଦିଲଙ୍କ ଅପରାଧ ତାଲିକାର ଲମ୍ବା ତାଲିକା ମଧ୍ୟ ଗଣମାଧ୍ୟମ ଆଗରେ ରଖିଛନ୍ତି । 

ରାକ୍ଷୀ  ସାୱନ୍ତ ଏହି ଅଭିଯୋଗ କରିଛନ୍ତି: ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ(Rakhi Sawant), ନିକଟରେ ଜାଣିବାକୁ ପାଇଛନ୍ତି ଯେ,ଆଦିଲଙ୍କ ଗର୍ଲଫ୍ରେଣ୍ଡ ଗର୍ଭବତୀ ଅଛନ୍ତି ଏବଂ ରାକ୍ଷୀ ଭୟଭୀତ ଅଛନ୍ତି ଯେ ଆଦିଲ ତାଙ୍କୁ ଶୀଘ୍ର ବିବାହ କରିପାରନ୍ତି। ରାକ୍ଷୀ ମଧ୍ୟ ଆଦିଲଙ୍କ ଉପରେ ଏକ କୋଟି ଟଙ୍କା ଠକେଇର ଅଭିଯୋଗ ମଧ୍ୟ ଉପରେ ଲଗାଇଛନ୍ତି । ଏନେଇ ରାକ୍ଷୀ ଓ ଆଦିଲଙ୍କ ଭିତରେ ବାର୍ତ୍ତାଳପର ଭିଡିଓ ସୋସିଆଲ  ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ଯେ,ରାକ୍ଷୀ  ଆଦିଲଙ୍କୁ ଟଙ୍କା ମାଗୁଛନ୍ତି , ଯାହା ଆଦିଲ ତାଙ୍କ ଠାରୁ ପୂର୍ବରୁ ନେଇଥିଲେ।  ଏବଂ ଟଙ୍କା ଫରେସ୍ତ ପାଇଁ ପ୍ରତିଶ୍ରୃତି ଦେଉଛନ୍ତି ଆଦିଲ । କେବଳ ସେତିକି ନୁହେଁ, ରାକ୍ଷୀ ନମାଜ ପଢୁଥିବା ବେଳେ ମଧ୍ୟ ଆଦିଲ ତାଙ୍କୁ ମାଡ ମାରୁଥିଲେ। ଏବଂ ତାଙ୍କ ଗାର୍ଲଫ୍ରେଣ୍ତ କଥାରେ ପଡି ରାକ୍ଷୀଙ୍କୁ ମିଛ କହିବା ସହ କୋରୋନ ଛୁଇଁବା ପରେ ବି ସେ ନିଜର ବଦପ୍ରକୃତିକୁ ବଦଳାଇ ନଥିଲେ।

Also Read : Rakhi Sawant-Adil Durrani: ଆଦିଲ ଖାନ୍ ଦୁରାନୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଇରାନ୍ ଛାତ୍ରୀ, ଲାଗିଲା ଏହି ସବୁ ଦଫା

Also Read :  Besharam Rang: ଥରେ ଭାବନ୍ତୁ ଯଦି ୬୦ ଦଶକରେ ହୋଇଥାନ୍ତା ଏହି ଗୀତ ରିଲିଜ୍, କେମିତି ଦେଖାଯାଇଥାନ୍ତେ ଷ୍ଟାର୍ସ?

ରାକ୍ଷୀଙ୍କ ଭାଇ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆଦିଲ ରାକ୍ଷୀଙ୍କୁ ହତ୍ୟା କରି ତାଙ୍କ ସମ୍ପତ୍ତି ନେବାକୁ ଚାହୁଁଥିଲେ। କେବଳ ଏତିକି ନୁହେଁ, କୁହାଯାଇଛି ଯେ ରାକ୍ଷୀଙ୍କ କିଛି ଅନ୍ତରଙ୍ଗ ଭିଡିଓ ଆଦିଲଙ୍କ ପାଖରେ ରହିଛି , ଭିଡିଓ ଲିକ୍ କରିଦେବାକୁ କହି ରାକ୍ଷୀଙ୍କୁ ଧମକ ଦେବା ସହ ବ୍ଲାକମେଲ ମଧ୍ୟ କରୁଥିଲେ ଆଦିଲ୍ । ଏହା ପରେ ରାକ୍ଷୀ ଗଣମାଧ୍ୟମ ସାମ୍ନାକୁ ଆସି କହିଥିଲେ ଯେ ଆଦିଲଙ୍କ ବିରୋଧରେ ଅନେକ ମାମଲା ଚାଲିଛି। ରାକ୍ଷୀ କହିଛନ୍ତି ଯେ କାର ଚୋରି ସମେତ ମହୀଶୂରରେ ଆଦିଲଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଏଥି ସହିତ ନିକଟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଆଦିଲ ଜଣେ ଇରାନୀୟ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ।  ୨୦୧୮ ରେ ଆଦିଲଙ୍କ ବିରୋଧରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ଅପରାଧିକ ମାମଲାର ଏତେ ଲମ୍ବା ତାଲିକା ପରେ ଏହା ସ୍ପଷ୍ଟ ଯେ, ଆଦିଲ ଜେଲରୁ ଖସିଯିବା ଅସମ୍ଭବ। ତେବେ କୋର୍ଟର ନିଷ୍ପତ୍ତି କ’ଣ, ସମୟ ଆସିଲେ ହିଁ ଜଣା ପଡିବ।