ଓଲିଉଡ଼ ଛାଡିଲେ ଅଭିନେତା ବବି ମିଶ୍ର। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖୋଦ ବବି। ସେ କହିଛନ୍ତି କି ଓଲିଉଡ଼ରେ ବିବାଦ ଲାଗି ରହିଛି। ବିବାଦକୁ ନେଇ ଓଡିଆ ସିନେମା ଇଣ୍ଡଷ୍ଟ୍ରି ତଳକୁ ତଳକୁ ଯାଉଛି। ମୁଁ ଏହି ଶିଳ୍ପରେ ଅତ୍ୟନ୍ତ ଭାବେ ଫେଡଅପ ହୋଇଯାଇଛି ବୋଲି ସେ କହିଥିଲେ।
ଓଲିଉଡ଼ ଛାଡିଲେ ବବି ମିଶ୍ର। ଏନେଇ ନିଜେ ବବି ସୂଚନା ଦେଇଛନ୍ତି।
ବବି କହିଛନ୍ତି କି ଓଲିଉଡ଼ରେ ନିରାଶ ହେବା ପରେ ସେ ଅନ୍ୟ ମନୋରଞ୍ଜନ ଶିଳ୍ପରେ କାର୍ଯ୍ୟ କରିବା ଆରମ୍ଭ କରିସାରିଛନ୍ତି। ସେଥିପାଇଁ ଓଲିଉଡ଼ ସିନେ ଆସୋସିଏସନରୁ ଓହରି ଯାଇଛନ୍ତି।
ସେ ହିନ୍ଦୀ ସିନେମା କରୁଥିବା ନେଇ ବବି ସୂଚନା ପ୍ରଦାନ କରିଛନ୍ତି। ସେଥିପାଇଁ ନିଜେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହିନ୍ଦୀ ସିନେମାରେ ସେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।
ଓଡ଼ିଆ ସିନେ ଶିଳ୍ପକୁ ନେଇ ନିଜର ମତ ରଖିଛନ୍ତି। ଓଡିଶା ସିନେ ଶିଳ୍ପରେ ସମର୍ଥନ ଅପେକ୍ଷା ବିବାଦ ଅଧିକ ରହିଛି।
ଏହି ବିବାଦ ସମ୍ପୂର୍ଣ୍ଣ ଭାବେ ନିରର୍ଥକ। ଯୁକ୍ତି ସଂଗତ ବିବାଦ ହେଲେ ଶିଳ୍ପର ଉନ୍ନତି ଆସିବ ବୋଲି ସେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।
ट्रेन्डिंग फोटोज़