ଓଡ଼ିଶାର ଲିଡିଙ୍ଗ ଓଟିଟି ପ୍ଲାଟଫର୍ମ aaonxt ସହିତ ଯୋଡି ହେଲା ନୂଆ ସମ୍ମାନ
Advertisement
Article Detail0/zeeodisha/odisha2487003

ଓଡ଼ିଶାର ଲିଡିଙ୍ଗ ଓଟିଟି ପ୍ଲାଟଫର୍ମ aaonxt ସହିତ ଯୋଡି ହେଲା ନୂଆ ସମ୍ମାନ

ଆଓ ଏନ୍.ଏକ୍ସ୍.ଟି ଏକ ଏମିତି ଲିଡିଙ୍ଗ ଓଟିଟି ପ୍ଲାଟଫର୍ମ ଯେଉଁଠାରେ କଣ୍ଟେଣ୍ଟ ଦେଖିବାରେ କୌଣସି ପ୍ରତିବନ୍ଧକ ନାହିଁ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହି ପ୍ଲାଟଫର୍ମରେ ବିଗତ ଦିନରେ ଚର୍ଚ୍ଚା ସାଉଁଟିଥିବା ଫିଲ୍ମ ମଧ୍ୟ ଅପଲୋଡ କରାଯାଇଛି । 

ଓଡ଼ିଶାର ଲିଡିଙ୍ଗ ଓଟିଟି ପ୍ଲାଟଫର୍ମ aaonxt ସହିତ ଯୋଡି ହେଲା ନୂଆ ସମ୍ମାନ

ଭୁବନେଶ୍ୱର: ସମୟ ଥିଲା ଯେବେ ବଡ ପରଦାରେ ଚଳଚିତ୍ର ନିର୍ମାଣର ସମୟକୁ ଅପେକ୍ଷା କରି ରହୁଥିଲେ ସିନେପ୍ରେମୀ । କିନ୍ତୁ ସମୟ ବଦଳିବା ସହିତ ଏବେ ସିନେପ୍ରେମି ବା ଦର୍ଶକଙ୍କର କଣ୍ଟେଣ୍ଟ ଦେଖିବାର ଅନ୍ଦାଜ ସମ୍ପୁର୍ଣ୍ଣ ବଦଳିଯାଇଛି । ଏବେ ଥିଏଟର ବା ଫିଲ୍ମ ହଲ ସହିତ ଦର୍ଶକେ ଅନଲାଇନ ବା ଓଟିଟି ମିଡିଆ ଉପରେ ମଧ୍ୟ ନିର୍ଭରଯୋଗ୍ୟ । ନିକଟରେ ଏମିତି ଅନେକ ଓଟିଟି ମିଡିଆ ଆଖିଆଗକୁ ଆସିଛି ଯାହା ଲୋକଙ୍କୁ ବାସ୍ତବରେ ନିଚ୍ଛକ କାହାଣୀ ସହିତ ବିଭିନ୍ନ ଧରଣର କାହାଣୀ ଉପସ୍ଥାପନା କରିପାରୁଛି । ଠିକ ସେମିତି ଓଡ଼ିଶାର ଲିଡିଙ୍ଗ ଓଟିଟି ପ୍ଲାଟଫର୍ମ ସାଜିଛି ଆଓ ଏନ୍.ଏକ୍ସ୍.ଟି । ଖୁବ କମ ଦିନରେ ଏହି ଓଟିଟି ପ୍ଲାଟଫର୍ମ ସାଉଁଟିଛି ଅନେକ ପ୍ରଶଂସା ଓ ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ । 

ଆଓ ଏନ୍.ଏକ୍ସ୍.ଟି ଏକ ଏମିତି ଲିଡିଙ୍ଗ ଓଟିଟି ପ୍ଲାଟଫର୍ମ ଯେଉଁଠାରେ କଣ୍ଟେଣ୍ଟ ଦେଖିବାରେ କୌଣସି ପ୍ରତିବନ୍ଧକ ନାହିଁ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହି ପ୍ଲାଟଫର୍ମରେ ବିଗତ ଦିନରେ ଚର୍ଚ୍ଚା ସାଉଁଟିଥିବା ଫିଲ୍ମ ମଧ୍ୟ ଅପଲୋଡ କରାଯାଇଛି । ଏହା ସହିତ ଏଥିରେ ସମ୍ବଲପୁରୀ କଣ୍ଟେଣ୍ଟ ବିଭାଗ ମଧ୍ୟ ବିଗତ ଦିନରେ ସୂଚୀତ କରାଯାଇଛି । ବର୍ତ୍ତମାନ ଏହି ଓଟିଟି ପ୍ଲାଟଫର୍ମ ସହିତ ଯୋଡି ହୋଇଛି ଆଉ ଏକ ନୂଆ ସମ୍ମାନ । 

ଭୁବନେଶ୍ବର ମେ ଫେୟାର କନଭେନସନରେ ଆୟୋଜିତ ହୋଇଥିବା TIMES BUSINESS AWARDS ODISHA-୨୦୨୪ରେ ଆଓ ଏନ୍.ଏକ୍ସ୍.ଟିକୁ FAST- GROWING ENTERTAINMENT & FUN OTT PLATFORM ସମ୍ମାନରେ ସମ୍ମାନିତ କରାଯାଇଛି । ଯାହାପାଇଁ ଆଓ ଏନ୍.ଏକ୍ସ୍.ଟିର ଫାଉଣ୍ଡର ଓ ସିଇଓ ଡ. କୌଶିକ ଦାସ ଓ ନିର୍ଦ୍ଦେଶକ ଶରସ୍ମିତା ଦାସ ଓଡିଶାର ଅଗଣିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Also Read- ବାତ୍ୟା ପାଇଁ BMC ପକ୍ଷରୁ ରାତି ସୁଦ୍ଧା ୧୧୫୨ ଲୋକଙ୍କୁ ସ୍ଥାନାନ୍ତର

Also Read- Diwali Lucky Zodiac Signs: ଦୀପାବଳିରେ ୫ ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ ନୂଆ ଆଲୋକ