Ollywood News: ଆରପାରିରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ
Advertisement
Article Detail0/zeeodisha/odisha1932784

Ollywood News: ଆରପାରିରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

Ollywood News: ସ୍ୱରୂପଙ୍କ ପରଲୋକରେ ଓଲିଇଡ ସମେତ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । କେବଳ ସଂଗୀତ ନିର୍ଦ୍ଦେଶନା ତାହା ନୁହେଁ ବରଂ ଅନେକ ଓଡ଼ିଆ ସିନେମାରେ ମଧ୍ୟ ସ୍ୱରୂପଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା ।

Ollywood News: ଆରପାରିରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

Ollywood News: ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ହୋଇଛି । ଦୀର୍ଘଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ସ୍ୱରୂପ । ଅନେକ ଓଡ଼ିଆ ଫିଲ୍ମ ସହିତ ମ୍ୟୁଜିକ ଭିଡିଓରେ ସେ ସଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳିଥିଲେ । ସ୍ୱରୂପଙ୍କ ପରଲୋକରେ ଓଲିଇଡ ସମେତ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । କେବଳ ସଂଗୀତ ନିର୍ଦ୍ଦେଶନା ତାହା ନୁହେଁ ବରଂ ଅନେକ ଓଡ଼ିଆ ସିନେମାରେ ମଧ୍ୟ ସ୍ୱରୂପଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା ।

ସ୍ୱରୂପ ନାୟକଙ୍କ ଅବଦାନ ଓଲିଉଡ ପାଇଁ ଅତୁଳନୀୟ । ଅନେକ ସଫଳ ଆଧୁନିକ ଆଲବମ ପଛରେ ରହିଛି ସ୍ୱରୁପଙ୍କ ହାତ । ୧୯୮୪ ମସିହାରେ ପ୍ରଥମେ ହୀରାନୀଳା ଫିଲ୍ମ ମାଧ୍ୟମରେ ସେ ସଙ୍ଗୀତ ଜଗତରେ ପାଦ ରଖିଥିଲେ । ପରେ ‘ସହର ଜଳୁଛି’, ‘ଲାଲ୍ ପାନ ବିବି’, 'ପୁଅ ମୋର ଭୋଳା ଶଙ୍କର', 'ଆଇ ଲଭ୍ ୟୁ', 'ଶାଶୁ ଘର ଚାଲିଯିବି', 'ଉଦଣ୍ଡୀ ସୀତା' ପରି ଅନେକ ସୁପରହିଟ୍ ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।  ୧୯୬୨ ମସିହାରେ 'ଜୟଦେବ' ସିନେମାରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ସ୍ୱରୁପ । ପରେ ୬ଟି ସିନେମାରେ ଅଭିନୟ କରି ଦର୍ଶକଙ୍କ ନିକଟତର ହେବାରେ ସକ୍ଷମ ହୋଇପାରିଥିଲେ ଓଲିଉଡର ଏହି ସଂଗୀତ ନିର୍ଦ୍ଦେଶକ ।

Also Read- SBI Clerk Recruitment 2023: ସରକାରୀ ଚାକିରି ପାଇଁ ଆସୁଛି ସୁବର୍ଣ୍ଣ ସୁଯୋଗ

Also Read- Ollywood News: ମନୋଜ ମିଶ୍ରଙ୍କ ମୁଖା ଖୋଲିଲେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା !