Om Puri: ୧୪ ବର୍ଷରେ ଚାକରାଣୀଙ୍କ ପ୍ରଥମ ସ୍ପର୍ଶରେ ଦିୱାନା ହୋଇଥିଲେ ଓମ୍ ପୁରୀ! ତାପରେ...
Advertisement
Article Detail0/zeeodisha/odisha1920456

Om Puri: ୧୪ ବର୍ଷରେ ଚାକରାଣୀଙ୍କ ପ୍ରଥମ ସ୍ପର୍ଶରେ ଦିୱାନା ହୋଇଥିଲେ ଓମ୍ ପୁରୀ! ତାପରେ...

Om Puri:  ଓମ୍ ପୁରୀ (Om Puri) । ଏହି ମହାନ ଅଭିନେତା ଆଜି ଆମ ଗ୍ରହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଚତ୍ମକାର ଅଭିନୟ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ମରଣୀୟ ହୋଇରହିଛି । ନିଜର ଦୀର୍ଘ ଦିନର ଫିଲ୍ମ କ୍ୟାରିୟରରେ ମଧ୍ୟରେ ଭିଲେନ୍ ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା ପର୍ଯ୍ୟନ୍ତ, ଓମ୍ ପୁରୀ ପ୍ରାୟ ସମସ୍ତ ପ୍ରକାରର ଚରିତ୍ରରେ ଅଭିନୟ କରିଥିଲେ ।

ସୌ(ସୋସିଆଲ ମିଡିଆ)

Om Puri Birth Anniversary: ହୃଦଘାତ୍ ଯୋଗୁଁ ୨୦୧୭ ମସିହା ଜାନୁଆରୀ ୬ ତାରିଖରେ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଥିଲେ ବରିଷ୍ଠ ଅଭିନେତା ଓମ୍ ପୁରୀ (Om Puri) । ଏହି ମହାନ ଅଭିନେତା ଆଜି ଆମ ଗ୍ରହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଚତ୍ମକାର ଅଭିନୟ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ମରଣୀୟ ହୋଇରହିଛି । ନିଜର ଦୀର୍ଘ ଦିନର ଫିଲ୍ମ କ୍ୟାରିୟରରେ ମଧ୍ୟରେ ଭିଲେନ୍ ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା ପର୍ଯ୍ୟନ୍ତ, ଓମ୍ ପୁରୀ ପ୍ରାୟ ସମସ୍ତ ପ୍ରକାରର ଚରିତ୍ରରେ ଅଭିନୟ କରିଥିଲେ ।

୧୯୫୦ ମସିହା ଅକ୍ଟୋବର ୧୮ରେ ହରିୟାଣାର ଅମ୍ବାଲା ଜିଲ୍ଲାରେ ଓମ୍ ପୁରୀଙ୍କ ଜନ୍ମ । ୧୯୭୬ ମସିହାରେ ମରାଠୀ ଚଳଚ୍ଚିତ୍ର 'ଘସିରାମ କୋଟୱାଲ' (Ghashiram Kotwal)ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୦ ମସିହାରେ ଗୋବିନ୍ଦ ନିହଲାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆକ୍ରୋଶ'ରୁ ସେ ବଲିଉଡ଼ରେ ଡେବ୍ୟୁ କରିଥିଲେ। ଏହାପରେ ସେ 'ଆହୋରନ୍', 'ଜାନେ ଭି ଦୋ ୟାର', 'ଚାଚି ୪୨୦', 'ହେରା ଫେରି', 'ମିର୍ଚ ମାସାଲା', 'ଚୁପକେ ଚୁପକେ' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ।

ଓମ୍ ପୁରୀ ଓ ବିବାଦ

ବଲିଉଡ଼ ବ୍ୟତୀତ ଓମ୍ ପୁରୀ ହଲିଉଡ଼ ଫିଲ୍ମରେ ମଧ୍ୟ କାମ କରିଥିଲେ। ‘ଇଷ୍ଟ ଇଜ ଇଷ୍ଟ’(East Is East), ‘ଉଲ୍ଫ, ‘ଦି-ଗୋଷ୍ଟ, ‘ସିଟି ଅଫ ଜଏ’ ଓ ‘ଡ଼ାର୍କନେସ’ ଭଳି ବହୁ ହଲିଉଡ଼ ଫିଲ୍ମ ନିଜର ଅଭିନୟର ଯାଦୁ ଦେଖାଇଥିଲେ ଅଭିନେତା। ବଲିଉଡ଼ ଷ୍ଟାର ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'ଟ୍ୟୁବଲାଇଟ୍'ରେ ଶେଷ ଥର ନଜର ଆସିଥିଲେ ଓମ୍ ପୁରୀ । ୨ ଥର ଜାତୀୟ ପୁରସ୍କାର ଓ ଅନେକ ଫିଲ୍ମଫେୟାର ପୁରସ୍କାର ଜିତିଥିବା ଓମ ପୁରୀ ତାଙ୍କ ଜୀବନ ଅନେକ ବିବାଦରେ ମଧ୍ଯ ଫସିଥିଲେ। ଅଭିନେତା ଦୁଇଥର ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ସୀମା ଥିଲା । ସୀମାଙ୍କ ସହ ଛାଡପତ୍ର ପରେ ଅଭିନେତା ନନ୍ଦିତା ପୁରୀଙ୍କୁ ବିବାହ କରିଥିଲେ, ଯେଉଁଥିରୁ ତାଙ୍କର ଏକ ପୁତ୍ର ଇଶାନ୍ ପୁରୀ ଅଛନ୍ତି। ତେବେ ନିଜର ବିବାଦୀୟ ବୟାନ ପାଇଁ ମଧ୍ଯ ଅଭିନେତା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ।

୫୫ ବର୍ଷିୟା ଚାକରାଣୀଙ୍କ ପ୍ରେମରେ ପଡି଼ଗଲେ

ସୂଚନା ଅନୁଯାୟୀ, ୧୪ ବର୍ଷ ବୟସରେ ଅଭିନେତା ଓମ୍ ପୁରୀ ନିଜ ଘରର ୫୫ ବର୍ଷିୟା ଚାକରାଣୀଙ୍କ ପ୍ରେମରେ ପଡ଼ିଥିଲେ । ଦିନେ ଚାକରାଣୀ ଘରେ କାମ କରିବା ସମୟରେ ଓମ୍ ପୁରୀକୁ ସ୍ପର୍ଶ କରିଥିଲେ, ଯାହା ଅଭିନେତାଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଥିଲା । ଏହାପରେ ସେ ଚାକରାଣୀଙ୍କ ପ୍ରେମରେ ପଡ଼ିବା ସହ ତାଙ୍କ ସହ ସମ୍ପର୍କ ମଧ୍ୟ ରଖିଥିଲେ। କେବଳ ଏତିକି ନୁହେଁ,  ଅଭିନେତାଙ୍କ ଉପରେ ତାଙ୍କ ସାନ ମାଇଁଙ୍କୁ ଅସଦାଚରଣ କରିବା ନେଇ ମଧ୍ଯ ଅଭିଯୋଗ ହୋଇଥିଲା। ଏହି କାରଣରୁ ତାଙ୍କୁ ଘରୁ ବାହାର କରି ଦିଆଯାଇଥିଲା। ତେବେ ଜୀ ଓଡ଼ିଶା ଏହି ସୂଚନା ନିଶ୍ଚିତ କରେ ନାହିଁ ।

​ଏହା ବି ପଢନ୍ତୁ-Rekha Birthday: ପ୍ରଥମ ଥର ଚୁମ୍ବନ ସୁଟିଂ ସମୟରେ କାହିଁକି ବେହୋସ ହୋଇଯାଇଥିଲେ ରେଖା